Sarala Devi: ଲୌହମାନବୀ ସରଳା ଦେବୀଙ୍କ ଜୟନ୍ତୀ ସମାରୋହ

1 hour ago 1
ARTICLE AD BOX

କଟକ: ଉଚ୍ଚଶିକ୍ଷା ଲାଭ କରି ସରଳା ଦେବୀ ସାରସ୍ବତ ସାଧନାରେ ବ୍ରତୀ ଥିଲା ବେଳେ ଜାଲିୟାନୱାଲାବାଗ ନରସଂହାର ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ସେ ବିଳାସପୂର୍ଣ୍ଣ ଜୀବନ, ରକ୍ଷଣଶୀଳ ସାମାଜିକ ଶୃଙ୍ଖଳକୁ ଭେଦ କରି ରାଜରାସ୍ତାକୁ ଓହ୍ଲାଇଥିଲେ। ସ୍ବାଧୀନତା ସଂଗ୍ରାମରେ ନିଜକୁ ଉତ୍ସର୍ଗ କରି ଅନେକ ପ୍ରଥମର ଅଧିକାରୀ ହୋଇଥିଲେ ବୋଲି କହିଛନ୍ତି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଜ୍ୟୋସ୍ନା କେ ବି ରାଉତ। ଓଡ଼ିଶା ସାହିତ୍ୟ ଏକାଡେମି ଓ ସରଳା ଦେବୀ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ସାରଳାଭବନରେ ଆୟୋଜିତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସରଳା ଦେବୀଙ୍କ ୧୨୨ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ‌ଦେଇ ପ୍ରଫେସର ରାଉତ କହିଥିଲେ ଯେ ସରଳା ଦେବୀଙ୍କ ବିଷୟରେ ଯେତିକି ଜାଣିବା କଥା, ତାହା ଆମେ ଜାଣିପାରିନାହୁଁ। ତାଙ୍କ ବିଷୟରେ ଉତ୍ତରପିଢ଼ି ଅଧିକରୁ ଅଧିକ ଜାଣିବା ଦରକାର।

Maoists surrender: ଆତ୍ମସମର୍ପଣ କରି ବି ୧୫ବର୍ଷ ଜେଲରେ କାଟିଲି: ମାଓନେତା ଆଜାଦ

ସରଳା ଦେବୀ ଥିଲେ ଅନେକ ପ୍ରଥମର ଅଧିକାରୀ: ପ୍ରଫେସର ଜ୍ୟୋସ୍ନା ରାଉତ

ସରଳା ଦେବୀ ଥିଲେ ନାରୀ ଜାତିର ଆଲୋକବର୍ତ୍ତିକା: ତନୟା ପଟ୍ଟନାୟକ

ସରଳା ଦେବୀ-ଭାଗୀରଥି ମହାପାତ୍ର ଟ୍ରଷ୍ଟର ସଭାପତି ଆଇନଜୀବୀ ନିରଞ୍ଜନ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ଜୟନ୍ତୀ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ-କନକ ନ୍ୟୁଜ୍‌’ର ସଂପାଦକ ତନୟା ପଟ୍ଟନାୟକ କହିଲେ ଯେ ସରଳା ଦେବୀଙ୍କ ସଂଘର୍ଷପୂର୍ଣ୍ଣ ତଥା ସଫଳ ଜୀବନଯାତ୍ରା ପଛରେ ସ୍ବାମୀ ଭାଗୀରଥି ମହାପାତ୍ରଙ୍କ ଅକୁଣ୍ଠ ସହଯୋଗ ଓ ଦୃଢ଼ ସମର୍ଥନ ରହିଥିଲା। ବୃହତ୍ତର ସ୍ବାର୍ଥ ପାଇଁ ସେ ଜୀବନକୁ ସମର୍ପଣ କରିଥିଲେ। ସରଳା ଦେବୀ ଥିଲେ ନାରୀ ଜାତିର ଆଲୋକବର୍ତ୍ତିକା। ତାଙ୍କ ବିଷୟରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରି ତାହାକୁ ଉତ୍ତରପିଢ଼ିଙ୍କ ପାଖରେ ପହଞ୍ଚାଇବା ଆବଶ୍ୟକ। ସଂପ୍ରତି ମଣିଷ ପ୍ରତିକ୍ରିୟାଶୂନ୍ୟ ହେବା ପରିତାପର ବିଷୟ। ମାଟିକୁ ଭଲ ପାଇବା, ମାଟି ପାଇଁ ଚିନ୍ତା କରିବା ଏବଂ ଆବଶ୍ୟକ ପଡ଼ିଲେ ପ୍ରତିକ୍ରିୟା ପ୍ରକାଶ କରିବାକୁ ଶ୍ରୀମତୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ବରେଣ୍ୟ ଅତିଥି ଭାବେ ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ଇଞ୍ଜିନିୟର ପ୍ରଭାକର ସ୍ବାଇଁ, ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ଡକ୍ଟର ମନସ୍ୱିନୀ ସାହୁ, ଡକ୍ଟର ବୈଜୟନ୍ତୀ ନାୟକ ପ୍ରମୁଖ ଯୋଗଦେଇ ସରଳା ଦେବୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଡକ୍ଟର ସୌଭାଗିନୀ ରାୟଙ୍କୁ ସରଳା ଦେବୀ ସ୍ମୃତି ସମ୍ମାନ, ମହିଳା କମିସନ ପୂର୍ବତନ ଅଧ୍ୟକ୍ଷା ନମିତା ପଣ୍ଡାଙ୍କୁ ସେବା ସମ୍ମାନ, ଆଇନଜୀବୀ କଳ୍ପନା ପଟ୍ଟନାୟକଙ୍କୁ ପ୍ରତିଭା ସମ୍ମାନ, ସାହିତ୍ୟିକା ଛବିରାଣୀ ପତିଙ୍କୁ ସରଳା ଦେବୀ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା। ରାଜଶ୍ରୀ ରାୟ ଓ ଅର୍ପିତା ଖୁଣ୍ଟିଆ ଅତିଥିଙ୍କୁ ଆମନ୍ତ୍ରଣ କରିଥିବା ବେଳେ ସଭାପତି ଆଇନଜୀବୀ ଶ୍ରୀ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ସରଳା ଦେବୀଙ୍କ ନାତି ତଥା ସଂସଦର ସମ୍ପାଦକ ଲକ୍ଷ୍ମୀପ୍ରକାଶ ମହାପାତ୍ର  ବିବରଣୀ ପାଠ କରିଥିଲେ। ଆଇନଜୀବୀ ପଦ୍ମାଳୟା ମହାପାତ୍ର, ସବାନା ପରବିନ, ସୁସ୍ମିତା ପଟ୍ଟନାୟକ, ସସ୍ମିତା ପଟ୍ଟନାୟକ ମାନପତ୍ର ପାଠ କରିଥିଲେ। ଆଇନଜୀବୀ ଜଗନ୍ନାଥ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Horoscope 2026 August 20: ଜାଣନ୍ତୁ ଆଜିର ରାଶିଫଳ...

Read Entire Article
LEFT SIDEBAR AD

Hidden in mobile, Best for skyscrapers.