ARTICLE AD BOX
ଭୁବନେଶ୍ବର: ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବିଦ୍ୟାଳୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ସେପ୍ଟେମ୍ବର ୬ (ରବିବାର)ରେ ଅନୁଷ୍ଠିତ ହେବ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଚିତ୍ରାଙ୍କନ, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ହସ୍ତାକ୍ଷର ଏବଂ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା କରାଯିବ। ଏଥିରେ ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ। ରାଜ୍ୟର ସମସ୍ତ ବ୍ଲକ୍ ଓ ପୌରାଞ୍ଚଳ, ମହାନଗର ନିଗମ ଅଞ୍ଚଳରେ ହେବାକୁ ଥିବା ପରୀକ୍ଷା କେନ୍ଦ୍ରରେ ଗୋଟିଏ ସମୟରେ ପରୀକ୍ଷା କରାଯିବ। ପୂର୍ବାହ୍ଣ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ। ଚିତ୍ରାଙ୍କନ ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାର ଅବଧି ଏକ ଘଣ୍ଟା ରହିଥିବା ବେଳେ ହସ୍ତାକ୍ଷର ପ୍ରତିଯୋଗିତା ପାଇଁ ୩୦ ମିନିଟ୍ ସମୟ ରଖାଯାଇଛି।
Supreme Court: ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କ ୫ ବର୍ଷିଆ କାର୍ଯ୍ୟକାଳକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
ଚିତ୍ରାଙ୍କନ, ହସ୍ତାକ୍ଷର, ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଇପାରିବେ ବିଦ୍ୟାର୍ଥୀ
ପ୍ରତିଯୋଗିତା ପାଇଁ ଅନ୍ଲାଇନ୍ ପଞ୍ଜୀକରଣ ଶେଷ ହୋଇଥିଲେ ମଧ୍ୟ ଛାତ୍ରଛାତ୍ରୀ ସିଧାସଳଖ ନିକଟସ୍ଥ ପରୀକ୍ଷା କେନ୍ଦ୍ରକୁ ଆସି ପ୍ରତିଯୋଗିତାରେ ଭାଗ ନେଇପାରିବେ। ପରୀକ୍ଷା କେନ୍ଦ୍ରରେ ହିଁ ମୂଲ୍ୟାୟନ କରାଯାଇ ସେହି ସ୍ଥାନରେ ପ୍ରଥମ ତିନିଜଣ ବିଜେତାଙ୍କୁ ପୁରସ୍କୃତ କରାଯିବ। ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପରୀକ୍ଷାର୍ଥୀଙ୍କ ଉତ୍ତରଖାତା ରାଜ୍ୟସ୍ତରରେ ପୁନଃମୂଲ୍ୟାୟନ ହୋଇ ପ୍ରତି ବିଭାଗରେ ତିନିଜଣ ଲେଖାଏଁ ରାଜ୍ୟସ୍ତରୀୟ ବିଜେତାଙ୍କୁ ଚୟନ କରାଯିବ। ସେମାନଙ୍କୁ ‘ସମ୍ବାଦ’ର ବାର୍ଷିକ ଉତ୍ସବରେ ନଗଦ ଅର୍ଥରାଶି ସହ ମାନପତ୍ରରେ ସମ୍ବର୍ଦ୍ଧିତ କରାଯିବ। ପ୍ରତିଯୋଗିତା ପାଇଁ ପରୀକ୍ଷା କେନ୍ଦ୍ରଗୁଡ଼ିକର ନାମ ‘ସମ୍ବାଦ’ରେ ପ୍ରକାଶ ପାଇବ। ତେଣୁ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ଛାତ୍ରଛାତ୍ରୀ ନିୟମିତ ‘ସମ୍ବାଦ’ ପଢ଼ିବାକୁ ଅନୁରୋଧ।
El Nino: ଅତି ଶକ୍ତିଶାଳୀ ହେବ ଏଲ୍ ନିନୋ, ଫେବ୍ରୁଆରି ପର୍ଯ୍ୟନ୍ତ ପ୍ରଭାବ
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟର ପ୍ରଚାର ପ୍ରସାର ପାଇଁ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଦୀର୍ଘ ବର୍ଷ ଧରି ଏହି ପ୍ରତିଯୋଗିତା ଜାରି ରହିଛି। ଅଧିକରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।

4 weeks ago
12


