ARTICLE AD BOX
ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ କକ୍ରୋଚ୍ ଜନତା ପାର୍ଟିର ଆନ୍ଦୋଳନକୁ ସମର୍ଥନ କରିବାର ଦିନକ ପରେ ବଲିଉଡ୍ ଅଭିନେତା ସଲମାନ ଖାନ୍ ଆଜି ପୁଣି ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ତାଙ୍କ ଅନଶନ ଭାଙ୍ଗିବା ପାଇଁ ଅନୁରୋଧ କରିଛନ୍ତି। ସଲମାନ ମଧ୍ୟ ୱାଙ୍ଗଚୁକଙ୍କ ନିକଟକୁ ଘରୋଇ ପ୍ରସ୍ତୁତ ଖାଦ୍ୟ ପଠାଇବାର ଅଫର୍ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଶ୍ନପତ୍ର ଲିକ୍ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଥିବା ଦର୍ଶାଇ ସଲମାନ ଆନ୍ଦୋଳନରତ ଛାତ୍ରମାନଙ୍କୁ ଘରକୁ ଫେରିବା ନିମନ୍ତେ ଅନୁରୋଧ କରିଛନ୍ତି।
ଆହୁରି ପଢନ୍ତୁ: Border: ଭାରତ-ବାଂଲାଦେଶ ସୀମାରେ ବଡ଼ ସ୍ମାର୍ଟ ଫେନ୍ସିଂ ଅଭିଯାନ, ସୁନ୍ଦରବନ ପର୍ଯ୍ୟନ୍ତ କଡ଼ା ସୁରକ୍ଷା
ଏକ ଅନଲାଇନ ପୋଷ୍ଟ୍ କରି ସଲମାନ କହିଛନ୍ତି, ସୋନମ, ହେଲା ଭାଇ, ଏହାକୁ ଆଉ ଅଧିକ ବଢ଼ାନ୍ତୁନି। ଆବଶ୍ୟକ ପଡ଼ିଲେ ଏହି ଉତ୍ସାହକୁ ଅନ୍ୟ ଏକ ଦିନ ପାଇଁ ସାଇତି ରଖନ୍ତୁ ଏବଂ କିଛି ଖାଦ୍ୟ ଖାଆନ୍ତୁ। ଯଦି ଆପଣ ଚାହିବେ ତେବେ ମୁଁ ଆପଣଙ୍କ ନିକଟକୁ ଘରୁ ଖାଦ୍ୟ ପଠାଇବି। ଖାନ୍ କହିଛନ୍ତି, ଛାତ୍ରମାନେ ହେଉଛନ୍ତି ଦେଶର ପ୍ରଥମ ପ୍ରାଥମିକତା ଏବଂ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆଶ୍ବାସନା ଦେଇଥିବାରୁ ସେମାନେ ଚିନ୍ତା ନ କରିବା ଉଚିତ।

3 hours ago
2


