ARTICLE AD BOX
ଦିଲୀପ କୁମାର ସ୍ବାଇଁ
ନୀଳଗିରି: ଗୁନୁ ଖଣ୍ଡେଇ, ବୟସ ମାତ୍ର ୭ ମାସ। ରଜନୀ ମାଣିକ, ବୟସ ୧୭ ବର୍ଷ। ହରପ୍ରିୟା ମଢ଼େଇ, ବୟସ ୧୮ ବର୍ଷ। ମିଠି ସିଂ, ବୟସ ୨୦ ବର୍ଷ। ରାଜୁ ମାଣିକ, ବୟସ ୨୧ ବର୍ଷ। ସର୍ବେଶ୍ବର ସିଂ, ବୟସ ୨୪ ବର୍ଷ। ଏମାନେ ସମସ୍ତେ ହେଉଛନ୍ତି ବାପଛେଉଣ୍ଡ। ମଦ ଛଡ଼ାଇ ନେଇଛି ସେମାନଙ୍କ ପରିବାରର ଖୁସି। ସଜନାଗଡ଼ ପଞ୍ଚାୟତରେ ଏପରି ଅନେକ ଛେଉଣ୍ଡ ଅଛନ୍ତି। ଗୁନୁ ପରି କିଛିପିଲା ତ ହେତୁ ପାଇବା ପୂର୍ବରୁ ନିଜବାପାଙ୍କୁ ହରାଇଛନ୍ତି। ସେହିପରି ସାହେବାଣୀ ଖଣ୍ଡେଇ, ସରସ୍ବତୀ ମଢ଼େଇ, ମଙ୍ଗୁଳି ସିଂ, ସୀତା ମଢ଼େଇ, ରଇବାରୀ ସିଂ, ବୁଦୁନୀ ମଢ଼େଇ, ଲକ୍ଷ୍ମୀପ୍ରିୟା ମାଣିକ(ବୟସ ୨୦ରୁ ୪୦ ମଧ୍ୟରେ) ସମସ୍ତେ ମଦ ପାଇଁ ବିଧବା।
Similipal Protection: ଶିମିଳିପାଳର ସୁରକ୍ଷା ଓ ଦାଦନ ଦୂରୀକରଣ ନେଇ ମଶାଲ ଶୋଭାଯାତ୍ରା
ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍ ସଜନାଗଡ଼ ପଞ୍ଚାୟତର ଲୋକସଂଖ୍ୟା ୧୦ ହଜାରରୁ ଅଧିକ। ପଞ୍ଚାୟତର ରାଜେନ୍ଦ୍ରପୁର, ତେଣ୍ଡା, ବାଣ୍ଠିଆପଡ଼ା, ହାତୀକୁଟ, ଡାଇସାହି, ନୂଆସାହି ପ୍ରମୁଖ ଗାଁରେ ଅଧିକାଂଶ ମଦମୃତ୍ୟୁ ଘଟଣା ଦେଖିବାକୁ ମିଳିଥାଏ। ଉକ୍ତ ଗ୍ରାମଗୁଡ଼ିକରେ ଏକାଧିକ ଦେଶୀଭାଟିରେ ବେଆଇନ ମଦ ପ୍ରସ୍ତୁତ କରାଯାଇ ବିକ୍ରି ହେଉଛି। ସ୍ଥାନୀୟ ଯୁବକମାନେ ବିଷାକ୍ତ ମଦପିଇ ମରଣମୁହଁରେ ପଡ଼ୁଛନ୍ତି। ଗତ ୨ ବର୍ଷରେ ଉପରୋକ୍ତ ୬ଟି ଗାଁରେ ୩୦ରୁ ଊର୍ଦ୍ଧ୍ବ ଲୋକଙ୍କ ବିଷାକ୍ତ ମଦପିଇ ମୃତ୍ୟୁ ହୋଇଛି। ୨୦୨୪ ମେ ୨ରେ ରାଜେନ୍ଦ୍ରପୁର ଗ୍ରାମର ଦୀନବନ୍ଧୁ ମଢ଼େଇ(୪୫), ସେପ୍ଟେମ୍ବର ୮ରେ ଇନ୍ଦ୍ର ମାଣିକ(୪୦), ଡିସେମ୍ବର ୧୭ରେ ଭୁଣ୍ଡୁ ମାଣିକ(୪୪), ୨୦୨୫ ଜାନୁଆରି ୪ରେ ନୂଆସାହି ଗ୍ରାମର ପ୍ରଭାକର ମଢ଼େଇ(୩୮), ଜାନୁଆରି ୬ରେ ରାଜେନ୍ଦ୍ରପୁର ଗ୍ରାମର ରବି ଖଣ୍ଡେଇ(୪୭), ୨୧ରେ ବାସୁ ମଢ଼େଇ(୫୧), ମାର୍ଚ୍ଚରେ ତେଣ୍ଡା ଗ୍ରାମର ଛାଟିଆ ସିଂ(୪୨), ଅଗଷ୍ଟ ୧ ତାରିଖରେ ବାଣ୍ଠିଆପଡ଼ା ଗ୍ରାମର ସୁରା ସିଂ(୪୦), ଅକ୍ଟୋବର ୨୭ରେ ହାତୀକୂଟ ଗ୍ରାମର ଅଜ ମଢ଼େଇ(୪୧), ଅକ୍ଟୋବର ୨୮ରେ ଡାଇସାହି ଗ୍ରାମର ବାସୁଆ ପାତ୍ର(୫୦), ଡିସେମ୍ବର ୧୪ରେ ହାତୀକୂଟ ଗ୍ରାମର ରବି ଖଣ୍ଡେଇ(୩୦)ଙ୍କ ବିଷାକ୍ତ ମଦ ପାଇଁ ଜୀବନ ଯାଇଛି। ସେହିପରି ୨୦୨୬ ଜାନୁଆରି ୧୧ରେ ଡାଇସାହି ଗ୍ରାମର ଶରତ ବିଶ୍ବାଳ, ୨୫ରେ କୃଷ୍ଣ ମଢ଼େଇ(୬୦), ଫେବ୍ରୁଆରି ୨୨ ତାରିଖରେ ଲକ୍ଷ୍ମଣ ମଢ଼େଇ (୬୦), ଜୁନ୍ ୩ ତାରିଖରେ ନିରଞ୍ଜନ ମଢ଼େଇ(୬୦)ଙ୍କର ବିଷାକ୍ତ ମଦପିଇ ମୃତ୍ୟୁ ହୋଇଛି। ସେହିପରି ବୁଦ୍ଧିଆ ସିଂ, କାଳିଆ ମାଣିକ, ବସନ୍ତ ସିଂ, ହେଲ୍କା ସିଂ, ପୀତାମ୍ବର ମଢ଼େଇଙ୍କର ବିଷାକ୍ତ ମଦ ପିଇବା କାରଣରୁ ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
Remal Dam: ରେମାଳ ଡ୍ୟାମ ୪ଗେଟ ଖୋଲିଲା: ତଳ ଅଞ୍ଚଳରେ ସତର୍କ ସୂଚନା
ଗାଁରେ ବେଆଇନ ମଦ ବ୍ୟବସାୟ ହେଉଛି। ଅଧିକ ନିଶା କରିବାକୁ ସେଥିରେ ସାର ଓ ଅନ୍ୟାନ୍ୟ ପଦାର୍ଥ ମିଶା ଯାଉଥିବାରୁ ତାହା ହିଁ ମୃତ୍ୟୁର କାରଣ ପାଲଟୁଛି। ଗ୍ରାମବାସୀଙ୍କ ପକ୍ଷରୁ ନୀଳଗିରି ଉପଜିଲ୍ଲାପାଳ, ଅବକାରୀ ବିଭାଗ, ନୀଳଗିରି ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇ ନାହିଁ। ଜୁନ୍ ୨୩ ତାରିଖରେ ଗ୍ରାମର ମହିଳାମାନେ ଉପଜିଲ୍ଲାପାଳ ଓ ଅବକାରୀ ବିଭାଗରେ ଅଭିଯୋଗ କରିବାକୁ ଆସିଥିଲେ। ସ୍ଥାନୀୟ ସମାଜସେବୀ ତଥା ସିନ୍ଦୂରଗୌରା ମହିଳା ସଙ୍ଗଠନର ସଭାପତି ସୁନୀତି ସିଂ କହନ୍ତି, ‘ନୀଳଗିରି ଉପଖଣ୍ଡରେ ଅଧିକାଂଶ ଲୋକ ଗରିବ ଓ ଆଦିବାସୀ ସମ୍ପ୍ରଦାୟର। ଗାଁରେ ବେଆଇନ ମଦ କାରବାର ଯୋଗୁଁ ଲୋକେ ବିଷାକ୍ତ ମଦପିଇ ପ୍ରାଣ ହରାଉଛନ୍ତି। ଏପରି ପରିସ୍ଥିତି ଲାଗି ରହିଲେ ଅଞ୍ଚଳରେ କେବଳ ବିଧବା ଓ ବାପାଛେଉଣ୍ଡଙ୍କୁ ଦେଖିବାକୁ ମିଳିବ।’
ନୀଳଗିରି ଅବକାରୀ ଇନ୍ସ୍ପେକ୍ଟର କେଶବ ଚନ୍ଦ୍ର ଦାସ କହିଛନ୍ତି, ରୀତିମତ ଚଢ଼ଉ କରାଯାଉଛି। ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯିବା ସହ ମଦ ମଧ୍ୟ ଜବତ କରାଯାଉଛି। ମଦମୃତ୍ୟୁ ବାବଦରେ ଆମପାଖରେ କୌଣସି ଖବର ନାହିଁ।

2 hours ago
1


