S Jaishankar: ‘ଆତଙ୍କବାଦୀ ଦେଶର ସାମ୍ବାଦିକ ମୋତେ ପ୍ରଶ୍ନ ପଚାରୁଛନ୍ତି’

57 minutes ago 2
ARTICLE AD BOX

ନୂଆଦିଲ୍ଲୀ: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନର କଡ଼ା ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ଶୁକ୍ରବାର ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଏହି ଘଟଣା ଘଟିଛି। ଜାହାଜ ଓ ନାବିକଙ୍କ ସୁରକ୍ଷା ସଂକ୍ରାନ୍ତ ‘ଗ୍ରୁପ୍‌ ଅଫ୍‌ ଫ୍ରେଣ୍ଡସ୍‌’ର ଏକ କାର୍ଯ୍ୟକ୍ରମରେ ଜୟଶଙ୍କର ଓ ଲାଇବେରିଆର ବୈଦେଶିକ ମନ୍ତ୍ରୀ ସାରା ବେସୋଲୋ ନ୍ୟାଣ୍ଟି ସାମ୍ବାଦିକଙ୍କୁ ସମ୍ବୋଧିତ କରୁଥିଲେ।

ଏହି ସମୟରେ ଜଣେ ପାକିସ୍ତାନୀ ସାମ୍ବାଦିକ ଜୟଶଙ୍କରଙ୍କୁ ପ୍ରଶ୍ନ କରିଥିଲେ, ‘ପାକିସ୍ତାନରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା କେବେ ବନ୍ଦ କରିବ ଆପଣଙ୍କ ସରକାର?’ ଏହାର ଉତ୍ତରରେ ଜୟଶଙ୍କର କହିଥିଲେ, ‘ଏକ ଆତଙ୍କବାଦୀ ଦେଶର ସାମ୍ବାଦିକ ମୋତେ ଏହି ପ୍ରଶ୍ନ ପଚାରୁଛି।’ ତାଙ୍କର ଏହି ଜବାବ ପରେ ଜାତିସଂଘରେ ଥିବା ଭାରତର ସ୍ଥାୟୀ ପ୍ରତିନିଧି ହର୍ଷବର୍ଦ୍ଧନ ପର୍ବତାନେନି ସାମ୍ବାଦିକଙ୍କୁ କହିଥିଲେ, ‘ଆପଣ ଆପଣଙ୍କ ଉତ୍ତର ଶୁଣିସାରିଛନ୍ତି। 

ଇରାନ-ଇସ୍ରାଏଲ ମଧ୍ୟରେ ଘଟୁଥିବା ଘଟଣାକୁ ନେଇ ଆମେ ଚିନ୍ତିତ: ଏସ୍‌ ଜୟଶଙ୍କର

ଆପଣଙ୍କୁ ସ୍ପଷ୍ଟ ଭାବେ ଉତ୍ତର ଦିଆଯାଇଛି।’ ଏହି ଘଟଣାର ଦିନକ ପୂର୍ବରୁ ମଧ୍ୟ ଜାତିସଂଘ ମୁଖ୍ୟାଳୟକୁ ପ୍ରବେଶ କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଜଣେ ଭାରତୀୟ ସାମ୍ବାଦିକ ଅନୁରୂପ ପ୍ରଶ୍ନ କରିଥିଲେ। ସେ ପଚାରିଥିଲେ, ‘ଆପଣ କେବେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ବନ୍ଦ କରିବେ?’ ଏହା ପରେ ଦୁଇ ଦେଶ ମଧ୍ୟରେ ଆତଙ୍କବାଦ ପ୍ରସଙ୍ଗକୁ ନେଇ ଜାତିସଂଘ ପରିସରରେ ପୁଣିଥରେ ବିବାଦ ସାମ୍ନାକୁ ଆସିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.