Russia Attack: ଜେଲେନସ୍କିଙ୍କ ଚେତାବନୀ ଦେବାର କିଛି ଘଣ୍ଟା ପରେ କିଭ୍ ଉପରେ କ୍ଷେପଣାସ୍ତ୍ର-ବୋମା ବର୍ଷା କଲା ରୁଷ

2 weeks ago 6
ARTICLE AD BOX

କିଭ୍: ୟୁକ୍ରେନର ରାଜଧାନୀ କିଭ୍ ଉପରେ ୨ ଜୁଲାଇ ରାତିରେ ରୁଷ ପକ୍ଷରୁ ବଡ଼ ଧରଣର ଆକ୍ରମଣ ହୋଇଛି। ସାରା ସହର ଶୋଇଥିବା ବେଳେ, ରୁଷ ବହୁ ସଂଖ୍ୟକ ଡ୍ରୋନ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ଏକକାଳୀନ ଆକ୍ରମଣ ଆରମ୍ଭ କରିଥିଲା। ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷ ପକ୍ଷରୁ ଏକ ବଡ଼ଧରଣର ଆକ୍ରମଣ କରାଯିବାର ଯୋଜନା ଥିବା ନେଇ ଗୁଇନ୍ଦା ସୂଚନା ମିଳିଛି ବୋଲି ଦେଶବାସୀଙ୍କୁ ଚେତାବନୀ ଦେବାର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଥିଲା। ରୁଷ ଆକ୍ରମଣର ମୁଖ୍ୟ ଲକ୍ଷ୍ୟ ଥିଲା କିଭ୍‌ର କେନ୍ଦ୍ରୀୟ ଶେଭଚେନକିଭସ୍କି ଜିଲ୍ଲା। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ଯୋଗୁଁ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି। ମେୟର ଭିଟାଲି କ୍ଲିଟସ୍କୋ ନିଶ୍ଚିତ କରିଛନ୍ତି ଯେ, ଆକ୍ରମଣରେ ଏକ ତିନି ମହଲା ବିଶିଷ୍ଟ ଅଣଆବାସିକ କୋଠାର ଛାତରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା।

Emergency Landing: ଆରବ ସାଗରରେ ଆମେରିକା ନୌସେନାର ସି ହକ୍ ହେଲିକପ୍ଟରର ଜରୁରୀକାଳୀନ ଅବତରଣ: ଜଣେ ନିଖୋଜ, ୩ ଆହତ

ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି

କିଭ୍ ସହର ସାମରିକ ପ୍ରଶାସନ ମୁଖ୍ୟ ତୈମୁର ତକାଚେଙ୍କୋ ଜିଲ୍ଲାର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ଦେଇଛନ୍ତି। ଏହା ଯୋଗୁଁ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିବା ସେ କହିଛନ୍ତି। ରାତି ପ୍ରାୟ ୧:୫୩ ସମୟରେ, ୟୁକ୍ରେନୀୟ ବାୟୁସେନା ଉତ୍ତର କିଭ୍ ଆଡକୁ ଯାଉଥିବା ରୁଷିଆନ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଚିହ୍ନଟ କରିଥିଲା । କର୍ତ୍ତୃପକ୍ଷ ବାସିନ୍ଦାଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଚେତାବନୀ ଜାରି କରିଥିଲେ। ତକାଚେଙ୍କୋ କହିଛନ୍ତି ଯେ, ରୁଷିଆ ଡ୍ରୋନ୍‌ଗୁଡ଼ିକ ବିଭିନ୍ନ ଦିଗରୁ କିଭ୍‌ରେ ପ୍ରବେଶ କରି ଆକ୍ରମଣ କରିଥିଲେ। ଆଗାମୀ ଦିନରେ ଏଭଳି ଆକ୍ରମଣ ପୁଣି ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.