Rourkela Airport: ଅକ୍ଟୋବରରୁ ପୁଣି ଉଡ଼ିବ ବଡ଼ ବିମାନ!: ରାଜ୍ୟସରକାର-ଆଲିଆନ୍ସ ଏୟାର୍‌ କର୍ତ୍ତୃପକ୍ଷଙ୍କ ବୈଠକ

1 day ago 4
ARTICLE AD BOX

ରାଉରକେଲା: ସ୍ମାର୍ଟସିଟି ବିମାନଯାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ଦୀର୍ଘ ଏକ ବର୍ଷର ବ୍ୟବଧାନ ପରେ ଆସନ୍ତା ଅକ୍ଟୋବର ମାସରୁ ପୁଣି ଥରେ ରାଉରକେଲା-ଭୁବନେଶ୍ବର ମଧ୍ୟରେ ୭୨ ସିଟ୍‌ ବିଶିଷ୍ଟ ବିମାନ ଉଡ଼ିବ। ଆଲିଆନ୍ସ ଏୟାର୍‌ ପକ୍ଷରୁ ପୁନର୍ବାର ବିମାନସେବା ପ୍ରଦାନ କରାଯିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ଗତକାଲି ଓଡ଼ିଶା ସରକାରଙ୍କ ପରିବହନ ସଚିବ ଓ ଆଲିଆନ୍ସ ଏୟାର୍‌ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିମାନ ଚଳାଚଳ ସ୍ୱାଭାବିକ କରିବା ପାଇଁ ଆବଶ୍ୟକୀୟ ବୈଷୟିକ ଭିତ୍ତିଭୂମି ଓ ସମୟ ସାରଣୀ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା।

କୋଲକାତାକୁ ସିଧାସଳଖ ଯୋଗାଯୋଗ ସମ୍ଭବ

ଉଲ୍ଲେଖଯୋଗ୍ୟ, ଏହି ରୁଟ୍‌ରେ ୨୦୨୩ ଜାନୁଆରି ମାସରୁ ବିମାନସେବା ଆରମ୍ଭ ହେବା ଦିନଠାରୁ ଆଲିଆନ୍ସ ଏୟାର୍‌ ସେବା ପ୍ରଦାନ କରୁଥିଲା। ତେବେ ୨୦୨୫ ଜୁଲାଇ ମାସରୁ ବିମାନ ଉଡ଼ାଣ ବନ୍ଦ ହୋଇଯାଇଥିଲା। ଯଦ୍ବାରା ଆଞ୍ଚଳିକ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିଲା। ଅବଶ୍ୟ, ଗତ ଡିସେମ୍ବର ପହିଲାରୁ ଏହି ରୁଟ୍‌ରେ ଇଣ୍ଡିଆୱାନ୍‌ ଏୟାର ପକ୍ଷରୁ ୯ ସିଟ୍‌ ବିଶିଷ୍ଟ ବିମାନ ଚଳାଚଳ କରୁଛି। କିନ୍ତୁ ଏହା ଚାହିଦାକୁ ପୂରଣ କରିପାରୁନି। ପ୍ରାୟ ବର୍ଷକ ପରେ ପୁଣି ଥରେ ଏଟିଆର୍‌-୭୨ ବିମାନସେବା ଆରମ୍ଭ ହେବାକୁ ଥିବାରୁ ସ୍ଥାନୀୟ ବ୍ୟବସାୟୀ, ଛାତ୍ରଛାତ୍ରୀ, ଜନସାଧାରଣ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି। ଏତଦ୍‌ବ୍ୟତୀତ ରାଉରକେଲା-କୋଲକାତା ରୁଟ୍‌ରେ ବିମାନ ଚଳାଚଳ ପାଇଁ ଆଲିଆନ୍ସ ଏୟାର୍‌ କର୍ତ୍ତୃପକ୍ଷ ଆଗ୍ରହ ଦେଖାଇଥିବା ସୂଚନା ମିଳିଛି। ତେବେ ଏହି ରୁଟ୍‌କୁ ବ୍ୟବସାୟିକ ଭାବେ ଲାଭଜନକ କରିବା ପାଇଁ ଏୟାରଲାଇନ୍ସ ପକ୍ଷରୁ ସ୍ୱତନ୍ତ୍ର ପ୍ରୋତ୍ସାହନ ଲୋଡ଼ାଯାଇଛି। ଯଦି ରାଜ୍ୟ ସରକାର ଓ ଆଲିଆନ୍ସ ଏୟାର୍‌ ମଧ୍ୟରେ ଏହି ପ୍ରସ୍ତାବକୁ ନେଇ ସହମତି ପ୍ରକାଶ ପାଏ, ତେବେ ରାଉରକେଲାରୁ କୋଲକାତାକୁ ସିଧାସଳଖ ଯୋଗାଯୋଗ ସମ୍ଭବ ହେବ। ଏହାଦ୍ୱାରା ଇସ୍ପାତ ସହର ରାଉରକେଲାର ବାଣିଜ୍ୟିକ କାରବାର ଓ ପର୍ଯ୍ୟଟନ ଶିଳ୍ପରେ ଏକ ବଡ଼ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି।

Four-lane bypasses: ସବୁ ସହରାଞ୍ଚଳ‌ରେ ହେବ ୪ଥାକିଆ ବାଇପାସ୍‌: ସହରାଞ୍ଚଳ ଜାତୀୟ ରାଜପଥରେ ଭିଡ଼ କମାଇବାକୁ ନୂଆ ନୀତି

Read Entire Article
LEFT SIDEBAR AD

Hidden in mobile, Best for skyscrapers.