Ronaldo Marriage: ରଡ୍ରିଗ୍ସଙ୍କୁ ବିବାହ କଲେ ରୋନାଲ୍‌ଡୋ

3 days ago 4
ARTICLE AD BOX

କାସାଇସ୍‌ (ପର୍ତ୍ତୁଗାଲ): ପର୍ତ୍ତୁଗିଜ୍‌ର ତାରକା ଫୁଟ୍‌ବଲର୍‌ କ୍ରିଷ୍ଟିଆନୋ ରୋନାଲ୍‌ଡୋ ବହୁଦିନର ବାନ୍ଧବୀ ଜର୍ଜିନା ରଡ୍ରିଗ୍ସଙ୍କୁ ଆନୁଷ୍ଠାନିକ ଭାବେ ଜୀବନସାଥୀ କରିଛନ୍ତି। ମଙ୍ଗଳବାର କାସାଇସ୍‌ରେ ଗୋପନୀୟ ଭାବେ ଏକ ନିରାଡମ୍ବର ଉତ୍ସବରେ ରଡ୍ରିଗ୍ସଙ୍କ ସହ ବିବାହବନ୍ଧନରେ ଆବଦ୍ଧ ହୋଇଛନ୍ତି ରୋନାଲ୍‌ଡୋ। ଏହି ବିବାହ ଉତ୍ସବରେ ତାଙ୍କର ୫ ସନ୍ତାନଙ୍କ ସହ ଅତି ଘନିଷ୍ଠ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ। ୫ ଥରର ବାଲାନ ଡି’ଓର୍‌ ପୁରସ୍କାାର ବିଜେତା ରୋନାଲ୍‌ଡୋ ୨୦୧୬ରେ ମାଦ୍ରିଦ୍‌ର ଗୁସି ଷ୍ଟୋର୍‌ରେ ପ୍ରଥମ ଥର ରଡ୍ରିଗ୍ସଙ୍କ ସହ ଭେଟ ହୋଇଥିଲେ। ଏହା ପରଠୁ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ବଢ଼ିଥିଲା ଏବଂ ଏକାଠିି ରହିଥିଲେ।

ବିଶ୍ବ ଫୁଟ୍‌ବଲ୍‌ର ସଫଳ ଖେଳାଳି

୨୦୨୫ ଅଗ‌ଷ୍ଟ ୧୧ରେ ଉଭୟଙ୍କ ନିର୍ବନ୍ଧ ହୋଇଥିବା ନେଇ ରଡ୍ରିଗ୍ସ ଘୋଷଣା କରିବା ସହ ତାଙ୍କର ନିର୍ବନ୍ଧ ମୁଦି ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଥିଲେ। ଏହାର ସମାନ ଗୋଟିଏ ବର୍ଷ ପରେ ଉଭୟ ବିବାହବନ୍ଧନରେ ଆବଦ୍ଧ ହେଲେ ବୋଲି ରୋନାଲ୍‌ଡ ସାମାଜିକ ଗଣମାଧ୍ୟମରେ ଏକ ସାଧାରଣ ଫଟୋ (ଉଭୟ ପିନ୍ଧିଥିବା ମୁଦି) ପୋଷ୍ଟ କରି ନିଶ୍ଚିତ କରିଛନ୍ତି। ଏହି ପୋଷ୍ଟ୍‌ ଶିରୋନାମରେ ସେ ଲେଖିଛନ୍ତି, ‘ସି (ଲଭ୍‌ଇମୋଜି) ଜି’। ବିଶ୍ବ ଫୁଟ୍‌ବଲ୍‌ର ସଫଳ ଖେଳାଳି ଭାବେ ପରିଚିତ ୪୧ ବର୍ଷୀୟ ରୋନାଲ୍‌ଡୋ ସଂପ୍ରତି ସାଉଦିଆରବୀୟ କ୍ଲବ୍‌ ଅଲ୍‌-ନାସରରୁ ଖେଳୁଛନ୍ତି। ପୂର୍ବରୁ ମାଞ୍ଚେଷ୍ଟର ୟୁନାଇଟେଡ୍‌, ରିଅଲ୍‌ ମାଦ୍ରିଦ୍‌, ଜୁଭେଣ୍ଟସ୍‌ ପାଇଁ ସେ ଖେଳି ସେ ଅନେକ ସଫଳତା ଦେଇଛନ୍ତି। ‌

18 events at Bhubaneswar: ଭୁବନେଶ୍ବର କଣ୍ଟିନେଣ୍ଟାଲ୍‌ ଟୁର୍‌ ସିଲଭର୍‌ ମିଟ୍‌ରେ ୧୮ ଇଭେଣ୍ଟ: କଳିଙ୍ଗ ଷ୍ଟାଡିୟମ୍‌ରେ ଆସନ୍ତା ୨୨ରେ ଖେଳାଯିବ

Read Entire Article
LEFT SIDEBAR AD

Hidden in mobile, Best for skyscrapers.