Road: ଅପହଞ୍ଚ ଅଞ୍ଚଳରେ ନିର୍ମାଣ ହେବ ୨୦୯୯ କିମି: ୫ ବର୍ଷରେ ଖର୍ଚ୍ଚ ହେବ ୧୩୦୦ କୋଟି

1 hour ago 1
ARTICLE AD BOX

ଭୁବନେଶ୍ବର: ରାଜ୍ୟରେ ବହୁ ମାଓ ପ୍ରଭାବିତ ଜିିଲ୍ଲା, ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠାରେ ଆଜି ବି ସଡ଼କ ସଂଯୋଗ ପହଞ୍ଚିନାହିଁ। ସେହି ସବୁ ଗାଁ କିମ୍ବା ଅଞ୍ଚଳକୁ ସବୁଦିନିଆ ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା-ଦୁର୍ଗମ ଅଞ୍ଚଳର ଅଣସଂଯୁକ୍ତ ଗ୍ରାମଗୁଡ଼ିକର ସଂଯୋଗୀକରଣ (ଏମ୍‌ଏମ୍‌ଏସ୍‌ୱାଇ-ସିୟୁଭିଡିଏ) ଅଧୀନରେ ପାଞ୍ଚ ବର୍ଷରେ ୨୦୯୯ କିଲୋମିଟର ରାସ୍ତା ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୬-୨୭ରୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷରେ ଏହି ଯୋଜନାରେ ୧୩୦୦ କୋଟି ଟଙ୍କା ବ୍ୟୟ କରାଯିବ।

Accident: ହରିୟାଣାରେ ହାଇଭୋଲଟେଜ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା କ୍ୟାଣ୍ଟର-ଟ୍ରକ୍‌‌

ସରକାରୀ ତଥ୍ୟ ଅନୁଯାୟୀ, ଏହି ଯୋଜନାରେ ମାଓ ଉପଦ୍ରୁତ ଓ ଦୁର୍ମଗ ଅଞ୍ଚଳରେ ଥିବା ଗାଁଗୁଡ଼ିକୁ ପ୍ରାଥମିକତା ଦିଆଯିବ। ମାଓ ଉପଦ୍ରୁତ ଅଞ୍ଚଳରେ ବିଏସ୍‌ଏଫ୍‌ ଯାନବାହନ ଚଳାଚଳ ସୁବିଧା ପାଇଁ ରାଜ୍ୟ ଗୁଇନ୍ଦା ବିଭାଗ ସୁପାରିସ ଆଧାରରେ ନୂଆ ରାସ୍ତା ପ୍ରକଳ୍ପ ହାତକୁ ନିଆଯିବ। ଦରକାର ସ୍ଥାନରେ ପୋଲ ମଧ୍ୟ ନିର୍ମାଣ କରାଯିବ। କୌଣସି ପ୍ରକାର ରାସ୍ତା କିମ୍ବା ଭିତ୍ତିଭୂମି ନିର୍ମାଣ କରିବା ପୂର୍ବରୁ ଜମି ଉପଲବ୍ଧତାକୁ ସ୍ପଷ୍ଟ କରାଯିବ। ଗ୍ରାମାଞ୍ଚଳ ସଡ଼କ ପାଇଁ ଆବଶ୍ୟକ ସମସ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯିବ। 

୫ ବର୍ଷରେ ଖର୍ଚ୍ଚ ହେବ ୧୩୦୦ କୋଟି
ମାଓ ଉପଦ୍ରୁତ, ପାହାଡ଼ିଆ ଅଞ୍ଚଳକୁ ପ୍ରାଥମିକତା

ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ‘ଏମ୍‌ଏମ୍‌ଏସ୍‌ୱାଇ-ସିୟୁଭିଡିଏ’ ଯୋଜନାକୁ ନେଇ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ ଅନୁସାରେ ନୂଆ ରାସ୍ତା ତିଆରି କରିବା ବେଳେ ଯଦି ତାହାର ପାର୍ଶ୍ବରେ ୨୦୦ ମିଟର ଭିତରେ ବିଦ୍ୟାଳୟ, ଡାକ୍ତରଖାନା କିମ୍ବା ବଜାର ରହିଥିବ ତେବେ ସେହି ସ୍ଥାନକୁ ମଧ୍ୟ ରାସ୍ତା ସଂଯୋଗ ପ୍ରଦାନ କରାଯିବ। ରାସ୍ତା ନିର୍ମାଣ ପାଇଁ ପ୍ରସ୍ତୁତ କରାଯିବାକୁ ଥିବା ଡିଟେଲ୍‌ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌)ରେ ୫ ବର୍ଷର ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ମଧ୍ୟ ଯୋଡ଼ିବାକୁ କୁହାଯାଇଛି। 

India GDP: ୨୦୩୬ ସୁଦ୍ଧା ଭାରତ ହେବ୨୦ ଟ୍ରିଲିଅନ ଡଲାର ଅର୍ଥନୀତି

ଉଲ୍ଲେଖଯୋଗ୍ୟ, ରାଜ୍ୟର ଦୁର୍ଗମ, ଅପହଞ୍ଚ ଓ ମାଓବାଦୀ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସଂଯୋଗ ନଥିବା ଜନବସତି ଓ ଗ୍ରାମଗୁଡ଼ିକୁ ସଡ଼କ ସଂଯୋଗ ପ୍ରଦାନ କରିବା ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ‘ଅଣସଂଯୁକ୍ତ ଗ୍ରାମଗୁଡ଼ିକର ସଂଯୋଗୀକରଣ’ ନାମରେ ନୂଆ ଯୋଜନା ଆରମ୍ଭ କରାଯାଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ତାହାର ନାମକୁ ‘ଏମ୍‌ଏମ୍‌ଏସ୍‌ୱାଇ-ସିୟୁଭିଡିଏ’କୁ ପରିବର୍ତ୍ତନ କରାଯାଇଥିଲା। ରାସ୍ତା ହେଲେ ଏହି  ଅଞ୍ଚଳଗୁଡ଼ିକର ଲୋକମାନେ ଉନ୍ନତ ସ୍ବାସ୍ଥ୍ୟ,ଶିକ୍ଷା, ଗମନାଗମନ, ପରିବହନ ସୁବିଧା ପାଇପାରିବେ। ଫଳରେ ସେମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ହେବ ଓ ମାଓ କାର୍ଯ୍ୟକଳାପ ହ୍ରାସ ପାଇବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.