ARTICLE AD BOX
ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣାରେ ଝଡ଼ ବର୍ଷା ପ୍ରଭାବ ଅନୁଭୂତ ହୋଇଛି | ମଙ୍ଗଳବାର ଠାରୁ ଝଡ଼ ବର୍ଷା ଲାଗି ରହିଛି | ମଙ୍ଗଳବାର ଠାରୁ ଗୁରୁବାର ସକାଳ ସୁଦ୍ଧା ୩ ଦିନରେ ୧୨୮ ମିଲିମିଟର ବର୍ଷା ରେକର୍ଡ ହୋଇଛି | ଝଡ଼ ବର୍ଷା ପ୍ରଭାବରେ ବନମାଳୀପୁର -ବଳଙ୍ଗା ରାସ୍ତାର କୁରଞ୍ଜିପୁର ପଞ୍ଚାୟତ କୋଟକଣାଠାରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଛ | ଏହି ବାଟ ଦେଇ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି | ଗତକାଲି ରାତିରୁ ଗଛ ଉପୁଡ଼ି ରାସ୍ତାରେ ପଡିଛି |
ଏବେ ସୁଦ୍ଧା ଗଛ କଟା ଆରମ୍ଭ ହୋଇନାହିଁ
ଏହି ରାସ୍ତାରେ ପ୍ରତ୍ୟେକ ଦିନ ଶହ ଶହ ଯାନବାହାନ ଯାତାୟତ କରିଥାଏ | ସ୍ଥାନୀୟ ଗ୍ରାମବାସୀ ବାଲିପାଟଣା ଅଗ୍ନିଶମ ବାହିନୀକୁ ଗଛ କାଟି ରାସ୍ତା ସଫା କରିବାକୁ ଜଣାଇଛନ୍ତି | ଏବେ ସୁଦ୍ଧା ଗଛ କଟା ଆରମ୍ଭ ହୋଇନାହିଁ | ଏହି ରାସ୍ତାରେ ଯାଉଥିବା ଲୋକେ ସମସ୍ୟା ଭୋଗୁଛନ୍ତି | ତୁରନ୍ତ ରାସ୍ତାରୁ ଗଛ ହଟାଇବାକୁ ଦାବି ହେଉଛି |
Tiger: ଖପରଖାଇ ଗାଁରେ ମହାବଳ ବାଘ: ଖାଲି ଘରେ ପଶି ରହିଛି, ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ

3 days ago
4


