Road Accident Death: ପାଟନା ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ: ପୁଲିସ ଷ୍ଟେସନରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକ

1 week ago 4
ARTICLE AD BOX

ପାଟନା:ବିହାର ରାଜଧାନୀ ପାଟନାର ବଡ଼ି ପାହାଡ଼ି ଅଞ୍ଚଳରେ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଦ୍ରୁତଗତିରେ ଯାଉଥିବା ଏକ ବସ୍‌ ନିୟନ୍ତ୍ରଣ ହରାଇ ଜଣେ ଯୁବକଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ପରେ ଲୋକମାନେ ଉତ୍ତ୍ୟକ୍ତ ହୋଇ ଗାଡ଼ି ପୋଡ଼ାଜଳା କରିଥିଲେ।

ପ୍ରଦର୍ଶନକାରୀମାନେ ପୁଲିସ ଉପରକୁ ପଥର ମାଡ଼ କରିଥିଲେ ଓ ଏକ ପୁଲିସ ଷ୍ଟେସନରେ ନିଆଁ ଲଗାଇ ଦେଇଥିଲେ। ଲୋକମାନେ ଦୁର୍ଘଟଣା ଘଟାଇଥିବା ବସ୍‌କୁ ପୋଡ଼ି ଦେଇଥିଲେ। ଏହାସହିତ ତିନିଟି ଜିପ୍‌ ଓ ଅନେକ ବାଇକ ମଧ୍ୟ ପୋଡ଼ି ଦେଇଥିଲେ। ଉତ୍ତ୍ୟକ୍ତ ଲୋକମାନେ ପୁଲିସକୁ ଘଉଡ଼ାଇବା ସହିତ ସେଠାରେ ଉପସ୍ଥିତ ଗଣମାଧ୍ୟମ କର୍ମଚାରୀଙ୍କୁ ଆକ୍ରମଣ କରି ସେମାନଙ୍କ ପରିଚୟପତ୍ର ଓ ଅନ୍ୟ ଜିନିଷପତ୍ର ଛଡ଼ାଇ ନେଇଥିଲେ।

Odisha: ଓଡ଼ିଶାରେ ଲୁହାପଥର ଖୋଳିବ କୋଲ୍‌ ଇଣ୍ଡିଆ

ସୂଚନା ଅନୁଯାୟୀ, ଶୁକ୍ରବାର ପାଟନାର ଆଗମକୁଆଁ ପୁଲିସ ଷ୍ଟେସନ ଅଞ୍ଚଳର ଜିରୋ ମାଇଲ ନିକଟରେ ଏକ ଅନିୟନ୍ତ୍ରିତ ବସ୍ ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା। ଦ୍ରୁତ ଗତିରେ ଆସୁଥିବା ବସ୍ ଧକ୍କାରେ ୨୬ ବର୍ଷୀୟ ମନୀଷ କୁମାରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ବାସିନ୍ଦା ଓ ପରିବାର ସଦସ୍ୟମାନେ ଘଟଣାସ୍ଥଳକୁ ଆସିଥିଲେ। ବସ୍ ଡ୍ରାଇଭର ଗାଡ଼ି ଛାଡ଼ି ପଳାଇ ଯିବା ପରେ ଯାତ୍ରୀମାନେ ବାହାରକୁ ବାହାରି ଯାଇଥିଲେ। ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ମନୀଷଙ୍କ ମୃତ୍ୟୁ ପରେ ଲୋକମାନେ ଉତ୍ତେଜିତ ହୋଇ ପଡ଼ିଥିଲେ। ଉତ୍ତ୍ୟକ୍ତ ଲୋକମାନେ ବସ୍‌କୁ ଘେରି ଯାଇ ନିଆଁ ଲଗାଇ ଦେଇଥିଲେ। ନିଆଁ ଲିଭାଇବାକୁ ଆସିଥିବା ଅଗ୍ନିଶମ କର୍ମଚାରୀଙ୍କୁ ଲୋକମାନେ ଘଉଡ଼ାଇ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.