ARTICLE AD BOX
ପାଟନା:ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି)କୁ ଏକ ବଡ଼ ରାଜନୈତିକ ଧକ୍କା ଲାଗିଛି। ଦଳର ଜଣାଶୁଣା ଚେହେରା ତଥା ମୁଖ୍ୟ ମୁଖପାତ୍ର ମୃତ୍ୟୁଞ୍ଜୟ ତିୱାରୀ ଆର୍ଜେଡିର ପ୍ରାଥମିକ ସଦସ୍ୟତା ପଦରୁ ସାଙ୍ଗଠନିକ ବିବାଦ କାରଣରୁ ଇସ୍ତଫା ଦେଇଛନ୍ତି।ଇସ୍ତଫା ଦେବା ପରେ ସେ ଦଳର ଶୀର୍ଷ ନେତୃତ୍ୱ ଏବଂ ଆଭ୍ୟନ୍ତରୀଣ ସଂଗଠନ ଉପରେ ତୀବ୍ର ଆକ୍ରମଣ କରିଛନ୍ତି।
ଆହୁରି ପଢନ୍ତୁ:Rath In Kandhamal: ରଥଯାତ୍ରାରେ ଭକ୍ତ ଓ ଭଗବାନଙ୍କ ମହାମିଳନ
ତିୱାରୀ ଅଭିଯୋଗ କରିଛନ୍ତି ଯେ, ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ବର୍ତ୍ତମାନ ଏଭଳି କିଛି ଚାଟୁକାର ଲୋକଙ୍କ ଦ୍ୱାରା ଘେରି ରହିଛନ୍ତି, ଯେଉଁମାନେ ଦଳକୁ ବରବାଦ କରିଦେଇଛନ୍ତି। ମୃତ୍ୟୁଞ୍ଜୟଙ୍କ ଏହି ନିଷ୍ପତ୍ତି ଆର୍ଜେଡି ପାଇଁ ଆଗାମୀ ନିର୍ବାଚନରେ ବଡ଼ ସମସ୍ୟା ସୃଷ୍ଟି କରିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।
ଆହୁରି ପଢନ୍ତୁ:Odia Worker's Death ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ନ୍ୟାୟ ଦାବିରେ ବିଜୁ ଏକ୍ସପ୍ରେସୱେ ଅବରୋଧ
ମୃତ୍ୟୁଞ୍ଜୟ ତିୱାରୀଙ୍କୁ ଦୀର୍ଘ ଦିନ ଧରି ତେଜସ୍ୱୀ ଯାଦବଙ୍କ ଅତି ନିକଟତର ଏବଂ ଜଣେ ଭରସାଯୋଗ୍ୟ ନେତା ଭାବେ ଗଣାଯାଉଥିଲା। ଗଣମାଧ୍ୟମ ଏବଂ ସାଧାରଣ ସଭାଗୁଡ଼ିକରେ ସେ ସବୁବେଳେ ଦଳର ଆଭିମୁଖ୍ୟକୁ ଦୃଢ଼ ଭାବେ ଉପସ୍ଥାପନ କରୁଥିଲେ। ଇସ୍ତଫା ପରେ ନିଜର ଦୁଃଖ ପ୍ରକାଶ କରି ସେ କହିଛନ୍ତି ଯେ, ଦଳରେ ବର୍ତ୍ତମାନ ମୋ ଭଳି ସମର୍ପିତ ଏବଂ ନିଷ୍ଠାବାନ କର୍ମକର୍ତ୍ତାଙ୍କ ପାଇଁ କୌଣସି ସମ୍ମାନ ନାହିଁ।
ଆହୁରି ପଢନ୍ତୁ:Rath Yatra In Gajapati: ଲକ୍ଷାଧିକ ଭକ୍ତଙ୍କ ସମାଗମ; ମହିଳାଙ୍କ ହାତରେ ଟଣାହେଲା ଦର୍ପଦଳନ
ଦଳ ଭିତରେ ଚାଲିଥିବା ଅନିୟମିତତା ବିଷୟରେ ମୁଁ ବାରମ୍ବାର ତେଜସ୍ୱୀ ଯାଦବଙ୍କୁ ଜଣାଇଥିଲି ଏବଂ ଲିଖିତ ଅଭିଯୋଗ ମଧ୍ୟ ଦେଇଥିଲି, ମାତ୍ର ସେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନାହିଁ। ଅପମାନିତ ହୋଇ ରାଜନୀତି କରିବା ମୋ ପାଇଁ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

1 hour ago
1


