Revenue: ୧୬,୩୪୬ କୋଟିର ରାଜସ୍ବ ବକେୟା, ବିଭାଗ ମଧ୍ୟରେ ସମନ୍ବୟ ଅଭାବ

2 days ago 3
ARTICLE AD BOX

ଭୁବନେଶ୍ବର: ରାଜ୍ୟର ରାଜସ୍ବ ବକେୟା ପରିମାଣ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ୧୬,୪୬୩.୦୪ କୋଟି ଟଙ୍କା ଥିଲା। ସେଥିରୁ ୮୬୯୭.୨୮ କୋଟି ଟଙ୍କା ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଆଦାୟ କରାଯାଇନଥିଲା ବୋଲି ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) କହିଛନ୍ତି। ସିଏଜି ରିପୋର୍ଟ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ମୋଟ୍‌ ରାଜସ୍ବ ୧,୫୦,୪୬୨ କୋଟି ଟଙ୍କା ଥିଲା। ଏହି ବର୍ଷ ନିଜସ୍ବ ରାଜସ୍ବ ପରିମାଣ ୫୭୩୧ କୋଟି ଟଙ୍କା ହ୍ରାସ ପାଇ ୮୯,୨୭୪ କୋଟି ଟଙ୍କାକୁ ଖସିଆସିଥିଲା। ଭାରତ ସରକାରଙ୍କଠାରୁ ସେହି ବର୍ଷ ରାଜ୍ୟକୁ ୬୧,୧୧୮ କୋଟି ଟଙ୍କା ମିଳିଥିଲା। ତେବେ ମୋଟାମୋଟି ଭାବେ ଟିକସ ରାଜସ୍ବ ଓ ଅଣ ଟିକସ ରାଜସ୍ବରେ ଯଥାକ୍ରମେ ୧୦.୮୮ ପ୍ରତିଶତ ଓ ୫୨.୫୧ ପ୍ରତିଶତ ବୃଦ୍ଧି ଘଟିଥିଲା।

Special campaign: ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ବକେୟା କାର୍ଯ୍ୟ ହ୍ରାସ ଉପରେ ଗୁରୁତ୍ୱ

ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ଅଧୀନରେ ଇ-ୱେଲ୍‌ ବିଲ’ର ପ୍ରଦର୍ଶନ ସମୀକ୍ଷା କରି ସିଏଜି ଜାଣିବାକୁ ପାଇଛନ୍ତି ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୧୬୦ଟି ମାମଲାରେ ୧୧୬୫.୦୪ କୋଟଇ ଟଙ୍କାର ରାଜସ୍ବ ହାନି ହୋଇଥିଲା। ୧୧୪୮.୬୩ କୋଟି ଟଙ୍କା ଜଡ଼ିତ ଥିବା ୧୦୭୨ଟି ମାମଲାରେ ନିଜ ଆଡ଼ୁ ତ୍ରୁଟି ଥିବା ବିଭାଗଗୁଡ଼ିକ ମାନିଥିଲେ। ୨୦୨୨ ଏପ୍ରିଲ୍‌ରୁ ୨୦୨୩ ମାର୍ଚ୍ଚ ମଧ୍ୟରେ ୮୭୪.୧୧ କୋଟି ଟଙ୍କା ଅସୁଲ କରିଥିବା କହିଥିଲେ। ଏକ ମାମଲାରେ ୨୦୧୮-୨୨ ମଧ୍ୟରେ ଛଅ ଟିକସଦାତା ୭୯.୮୧ କୋଟି ଟଙ୍କାର ସାମଗ୍ରୀ ଯୋଗାଣ ପାଇଁ ୨୩୪୦ ଇ-ୱେବିଲ୍‌ ସୃଷ୍ଟି କରିଥିଲେ। କିନ୍ତୁ ସେଥିପାଇଁ ୧୧.୯୦ କୋଟି ଟଙ୍କାର ଜିଏସ୍‌ଟି ଦେଇନଥିଲେ। 

ବର୍ଷକରେ ୧୧୬୫ କୋଟିର ରାଜସ୍ବହାନି
ନିଜସ୍ବ ଟିକସ ୫୭୩୧ କୋଟି କମିଲା
ବିଭାଗ ମଧ୍ୟରେ ସମନ୍ବୟ ଅଭାବ

ଇ-ୱେବିଲ୍‌ କ୍ଷେତ୍ରରେ ବ୍ୟାପକ ହେରଫେରକୁ ସିଏଜି ଧରିଛନ୍ତି। କିଛି ଟିକସଦାତା ନିଜର ପଞ୍ଜୀକରଣ ରଦ୍ଦ ହେବା ପରେ ବି ଇ-ୱେବିଲ୍‌ ସୃଷ୍ଟି କରୁଥିଲେ। ଅନ୍ୟ କିଛି ଟିକସଦାତା ପୁରୁଣା ଇ-ୱେବିଲ୍‌କୁ ବାରମ୍ବାର ବ୍ୟବହାର କରୁଥିଲେ। ଇ-ୱେବିଲ୍‌ ସୃ‌ଷ୍ଟି କରି ଶୂନ ରିଟର୍ଣ୍ଣ ଫାଇଲ୍‌ କରୁଥିଲେ। ସେଭଳି ଉଲ୍ଲଂଘନକାରୀଙ୍କ ବିରୋଧରେ ଜିଏସ୍‌ଟି ବିଭାଗ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇ ନଥିବା ସିଏଜି କହିଛନ୍ତି। ୧୪ ଜଣ ଟିକସଦାତା ଚୋରିଓ ବାତିଲ ହୋଇଥିବା ଗାଡ଼ି, ଦୁଇଚକିଆ ଯାନ ଭଳି ୨୩୫ଟି ସନ୍ଦେହଜନକ ଗାଡ଼ି ବ୍ୟବହାର କରି ୧୧୧୩ ଇ-ୱେବିଲ୍‌ ସୃଷ୍ଟି କରିଥିଲେ ଓ ତାହା ଉପରେ ୧୩.୭୮ କୋଟି ଟଙ୍କାର ଟିକସ ଦେଇନଥିଲେ।

Missing: କୈବଲ୍ୟ ହାଟରେ ସ୍ୱାମୀଙ୍କୁ ବସାଇ ପାଣି ଆଣିବାକୁ ଯାଇଥିଲେ ପ୍ରମିଳା, ଫେରି ଦେଖିଲା ବେଳକୁ ନଥିଲେ ରମାକାନ୍ତ

ଦୁଇ ଜଣ ଟିକସଦାତା ଗାଡ଼ିର ଯାତ୍ରା ଦୂରତାକୁ ୬୩୦ ପ୍ରତିଶତ ବଢ଼ାଇ ପ୍ରଦର୍ଶନ କରିଥିଲେ। ବିଭାଗ ତରଫରୁ ରେଡିଓ ଫ୍ରିକ୍ୟୁଏନ୍‌ସି ଆଇଡେଣ୍ଟିଫିକେସନ୍‌ ଡିଭାଇସ୍‌ (ଆର୍‌ଆଇଡିଏଫ୍‌) ଜରିଆ‌ରେ ଗାଡ଼ିଗୁଡ଼ିକର ପର୍ଯ୍ୟାପ୍ତ ନିରୀକ୍ଷଣ କରାଯାଉନଥିବା ସିଏଜି କହିଛନ୍ତି। ଆବଶ୍ୟକ କର୍ମଚାରୀ ଓ ପାଟ୍ରୋଲିଂ ଗାଡ଼ିର ମଧ୍ୟ ଅଭାବ ରହିଛି। ଏକ ମାମଲାରେ ପ୍ରପର୍‌ ଅଫିସର ଗାଡ଼ିକୁ ପିଛା କରି ଟିକସ ଆଦାୟ କରିଥିଲେ। କିନ୍ତୁ ସେହି ରାଶିକୁ ଟିକସଦାତାଙ୍କ ଇଲେକ୍ଟ୍ରୋନିକ୍ସ କ୍ୟାସ୍‌ ଲେଜର୍‌ରେ ପ୍ରଦର୍ଶନ କରିନଥିଲେ। ଅଡିଟ୍‌ ସମୟରେ ସେହି ରାଶି କ୍ରେଡିଟ୍‌ ହେବାରେ ୧୨୫୭ ଦିନ ବିଳମ୍ବ ହୋଇଥିବା ଜଣାପଡ଼ିଥିଲା, ଯାହା ଫଳରେ ସରକାରଙ୍କ ପାଖକୁ ରାଜସ୍ବ ଆସିବା ବିଳମ୍ବ ହୋଇଥିଲା। ଗାଡ଼ି ଧରପଗଡ଼ ବେଳେ ଜିଏସ୍‌ଟି ବିଭାଗ ଓ ଅନ୍ୟ ବିଭାଗ ମଧ୍ୟରେ ସମନ୍ବୟର ମଧ୍ୟ ଘୋର ଅଭାବ ରହୁଥିବା ସିଏଜି ଜାଣିବାକୁ ପାଇଛନ୍ତି। ଅଡିଟ୍‌ ବେଳେ ଜଣାପଡ଼ିଥିଲା ଯେ ଜଙ୍ଗଲ ବିଭାଗ ଜବତ କରୁଥିବା କାଠ ଓ କେନ୍ଦୁପତ୍ର ଗାଡ଼ି ସମ୍ପର୍କରେ ଜିଏସ୍‌ଟି ବିଭାଗକୁ ସୂଚନା ଦେଉନାହିଁ। ମୋଟର ଯାନ ବିଭାଗ ମଧ୍ୟ ଅଧିକ ମାଲ ନେଉଥିବା ଗାଡ଼ିକୁ ଧରିବା ବେଳେ ସେ ସମ୍ପର୍କରେ ଜିଏସ୍‌ଟି ବିଭାଗକୁ ସୂଚନା ଦେଉନାହିଁ। ଫଳରେ ଟିକସ ଅସୁଲ ହୋଇପାରୁନି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.