ARTICLE AD BOX
୫୦ ବର୍ଷ ପରେ ପୁଣି ଥରେ ସ୍କୁଲ୍ ପରିସରକୁ ଫେରିଛନ୍ତି କିଛି ପୁରୁଣା ସ୍କୁଲ୍ ସାଙ୍ଗ। ବୟସ ବଢ଼ିଛି, ଜୀବନରେ ଅନେକ ପରିବର୍ତ୍ତନ ଆସିଛି, ହେଲେ ସାଙ୍ଗତ୍ୱର ସ୍ମୃତି ଆଜି ବି ସତେଜ ରହିଛି। ୧୯୭୬ ମସିହାରେ ସାଙ୍ଗ ହୋଇଥିବା ଏହି ବନ୍ଧୁମାନେ ଦୀର୍ଘ ୫୦ ବର୍ଷ ପରେ ଏକାଠି ହୋଇ ନିଜ ପିଲାଦିନକୁ ପୁଣି ଥରେ ଜୀଇଁଛନ୍ତି।
ପୁଣି ଫେରିଲା ପିଲାଦିନ, ଭାଇରାଲ୍ ହେଲା ଭିଡିଓ
ରିୟୁନିଅନ୍ ଅବସରରେ ସମସ୍ତେ ନିଜ ପୁରୁଣା ସ୍କୁଲ୍ ଦିନକୁ ମନେ ପକାଇବା ପାଇଁ ୟୁନିଫର୍ମ ପିନ୍ଧିଥିଲେ। କାନ୍ଧରେ ସ୍କୁଲ୍ ବ୍ୟାଗ୍ ଏବଂ ହାତରେ ପାଣି ବୋତଲ ଧରି ସେମାନେ ସ୍କୁଲ୍ ଯାଉଥିବା ପିଲାଙ୍କ ଭଳି ସଜେଇ ହୋଇଥିଲେ। ଏହି ଦୃଶ୍ୟ ଦେଖି ସେମାନଙ୍କ ପୁରୁଣା ଦିନର ସ୍ମୃତି ତାଜା ହୋଇଯାଇଥିଲା। କେବଳ ସ୍କୁଲ୍ ଆସିବାରେ ସୀମିତ ରହିନଥିଲା ଏହି ନିଆରା ରିୟୁନିଅନ୍। ପୁରୁଣା ସାଙ୍ଗମାନେ ପୁଣି ଥରେ ପିଲାଙ୍କ ଭଳି ଖେଳିଥିଲେ। ସ୍କୁଲ୍ ପରିସରରେ ଏକାଠି ହୋଇ ହସିବା, ମଜା କରିବା ଏବଂ ଖେଳିବାର ଦୃଶ୍ୟ ସମସ୍ତଙ୍କୁ ସେମାନଙ୍କ ସୁନେଲି ପିଲାଦିନକୁ ନେଇଯାଇଥିଲା। ଏହି ରିୟୁନିଅନ୍ର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଲୋକଙ୍କ ମନ ଜିଣିଛି।
ବୟସର ତାରତମ୍ୟ ଭୁଲି ପୁରୁଣା ସାଙ୍ଗମାନେ ଯେପରି ଖୁସିରେ ସମୟ ବିତାଉଛନ୍ତି, ତାହା ଦେଖି ଅନେକ ଲୋକ ନିଜ ସ୍କୁଲ୍ ଦିନର ସ୍ମୃତି ମନେ ପକାଇଛନ୍ତି। ଭିଡିଓଟିରେ ସାଙ୍ଗମାନଙ୍କ ମୁହଁର ହସ ହିଁ ସେମାନଙ୍କ ଖୁସିର ସବୁଠୁ ବଡ଼ ପ୍ରମାଣ ପାଲଟିଛି। ଏହି ଘଟଣା ଦେଖାଇଦେଇଛି ଯେ ସମୟ ବଦଳିଯାଇପାରେ, ଜୀବନରେ ଅନେକ ଦାୟିତ୍ୱ ଆସିପାରେ, କିନ୍ତୁ ପିଲାଦିନର ବନ୍ଧୁତା ଓ ସ୍ମୃତି କେବେ ପୁରୁଣା ହୁଏନାହିଁ। ୫୦ ବର୍ଷ ପରେ ସ୍କୁଲ୍କୁ ଫେରି ଏହି ସାଙ୍ଗମାନେ ନିଜ ପିଲାଦିନକୁ ପୁଣି ଥରେ ଅନୁଭବ କରିଛନ୍ତି। ସେଥିପାଇଁ ଏହି ନିଆରା ରିୟୁନିଅନ୍ର ଭିଡିଓ ଏବେ ଇଣ୍ଟରନେଟ୍ରେ ଚର୍ଚ୍ଚାର ବିଷୟ ପାଲଟିଛି।
Restaurant Bill: ସାଙ୍ଗମାନଙ୍କ ସହ ରେସ୍ତୋରାଁରେ ପାର୍ଟି, ବିଲ୍ ଦେଖି ଉଡ଼ିଗଲା ହୋସ୍!

1 week ago
6


