World Heart Day: ବିଶ୍ବ ହୃତ୍‌ପିଣ୍ଡ ଦିବସ

50 minutes ago 1
ARTICLE AD BOX

ଆଜିର ଦ୍ରୁତ ଗତିଶୀଳ ଜୀବନଯାତ୍ରା ଓ ଅସନ୍ତୁଳିତ ଖାଦ୍ୟପେୟ ଯୋଗଁୁ ଆମର ଜୀବନଶୈଳୀରେ ବହୁତ ପରିବର୍ତ୍ତନ ଆସିଛି। ଏହି ପରିବର୍ତ୍ତନ ସବୁଠାରୁ ବଡ଼ ପ୍ରଭାବ ପକାଉଛି ଆମର ସବୁଠାରୁ ସମ୍ବେଦନଶୀଳ ଅଙ୍ଗ ଅର୍ଥାତ୍‌ ହୃତ୍‌ପିଣ୍ଡ ଉପରେ। ହୃଦ୍‌ଘାତ ଓ ହୃଦ୍‌ରୋଗ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହା ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍‌ଟେମ୍ବର ୨୯ ତାରିଖକୁ ‘ବିଶ୍ୱ ହୃତ୍‌ପିଣ୍ଡ ଦିବସ’ ଭାବରେ ପାଳନ କରାଯାଏ।

Keonjhar Mine: ଫାଇନାଲ୍‌ରେ କେନ୍ଦୁଝର ମାଇନର୍ସ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ବିଶ୍ୱ ହୃତ୍‌ପିଣ୍ଡ ଫେଡେରେସନ୍‌ର ପୂର୍ବତନ ସଭାପତି ଆଣ୍ଟୋନି ବାଇ ଡେ ଲୁନାଙ୍କ ମିଳିତ ପ୍ରୟାସରେ ୧୯୯୯ ମସିହାରେ ଏହି ଦିବସର ପରିକଳ୍ପନା କରାଯାଇଥିଲା। ପ୍ରଥମ ବିଶ୍ୱ ହୃତ୍‌ପିଣ୍ଡ ଦିବସ ୨୦୦୦ ମସିହା ସେପ୍‌ଟେମ୍ବର ୨୪ ତାରିଖରେ ପାଳନ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୧୨ ମସିହାରୁ ପ୍ରତିବର୍ଷ ସେପ୍‌ଟେମ୍ବର ୨୯କୁ ବିଶ୍ୱ ହୃତ୍‌ପିଣ୍ଡ ଦିବସ ଭାବେ ନିର୍ଦ୍ଧାରିତ କରାଗଲା।

ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ପ୍ରାୟ ୩୧% ମୃତ୍ୟୁ କେବଳ ହୃଦ୍‌ରୋଗ ଯୋଗୁଁ ହେଉଛି। ବିଶେଷକରି ଗରିବ ଓ ବିକାଶଶୀଳ ଦେଶଗୁଡ଼ିକରେ ସଚେତନତାର ଅଭାବରୁ ପ୍ରାୟ ୭୫% ମୃତ୍ୟୁ ଘଟୁଛି। ଏହି ଭୟାବହ ପରିସ୍ଥିତିକୁ ଏଡ଼ାଇବା ପାଇଁ ଏହି ଦିବସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାକୁ ହେଲେ କିଛି ସରଳ ଉପାୟକୁ ଅବଲମ୍ବନ କରିବାକୁ ପଡ଼ିବ। ଯେପରି ଶରୀରର ଓଜନ ନିୟନ୍ତ୍ରଣ, ରକ୍ତଚାପ ଓ କୋଲେଷ୍ଟ୍ରାଲ୍‌ ମନିଟରିଂ, ଖାଦ୍ୟପେୟରେ ପରିବର୍ତ୍ତନ, ଧୂମପାନ ଓ ମଦ୍ୟପାନ ପରିତ୍ୟାଗ, ମାନସିକ ଚାପକୁ ଦୂର କରି ଭଲଭାବେ ଶୋଇବା ଉପରେ ଗୁରୁତ୍ବ ଦେବା ଜରୁରି। 

Neglect: ଦିବ୍ୟାଙ୍ଗଙ୍କ ଉନ୍ନତି ଭୁଲିଗଲେ; ପଶ୍ଚିମ ଓଡ଼ିଶାରେ ଭତ୍ତାରୁ ବଞ୍ଚିତ ୯୧ ହଜାର

ଏହା ସହିତ ସୁସ୍ଥ ହୃତ୍‌ପିଣ୍ଡ ପାଇଁ ନିୟମିତ ବ୍ୟାୟାମ କରିବା ଉଚିତ। ଚଳିତବର୍ଷ ବିଶ୍ବ ହୃତ୍‌ପିଣ୍ଡ ଦିବସର ବିଷୟବସ୍ତୁ ରହିଛି ‘ଡୋଣ୍ଟ୍‌ ମିସ୍‌ ଏ ବିଟ୍‌’, ଅର୍ଥାତ୍‌ ‘ପ୍ରତିଟି ସ୍ପନ୍ଦନ ପ୍ରତି ଧ୍ୟାନ ଦିଅନ୍ତୁ’। ଏହାର ଉଦ୍ଦେଶ୍ୟ ହେଲା ହୃଦ୍‌ରୋଗର ଲକ୍ଷଣଗୁଡ଼ିକ ପ୍ରାୟତଃ ଅଜାଣତରେ ଆସିଥାଏ। ତେଣୁ ଲୋକମାନେ ଯେପରି ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ ଚିହ୍ନିପାରିବେ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ ଓ ସମୟୋଚିତ ଚିକିତ୍ସା ଗ୍ରହଣ କରି ଗମ୍ଭୀର ବିପଦରୁ ରକ୍ଷା ପାଇପାରିବେ, ସେଥିପାଇଁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.