Reserve Bank: ଏଟିଏମ୍‌ରେ ମିଳୁନି ଟଙ୍କା: ସ୍ଥିତି ଅନୁଧ୍ୟାନ କରୁଛି ରିଜର୍ଭ ବ୍ୟାଙ୍କ

2 hours ago 1
ARTICLE AD BOX

ନୂଆଦିଲ୍ଲୀ: ଦେଶର କେତେକ ରାଜ୍ୟ ଓ ଅଞ୍ଚଳର ଏଟିଏମ୍‌ଗୁଡ଼ିକରେ ଟଙ୍କା ରହୁ ନଥିବା ଅଭିଯୋଗ ଓ ସୂଚନା ମିଳିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛି। ବ୍ୟାଙ୍କ ଶାଖା ଓ ଏଟିଏମ୍‌ ନେଟୱର୍କରେ ନଗଦ ଅର୍ଥର ଉପଲବ୍ଧତା ସଂପର୍କରେ ରିଜର୍ଭ ବ୍ୟାଙ୍କ ଅନୁଧ୍ୟାନ ଆରମ୍ଭ କରିଥିବା କୁହାଯାଉଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସମେତ ଅନ୍ୟାନ୍ୟ ବ୍ୟାଙ୍କରଗ୍ରାହକମାନେ ଏଟିଏମ୍‌ରେ ଟଙ୍କା ଉପଲବ୍ଧ ହେଉ ନଥିବା ନେଇ ଅଭିଯୋଗ କରିଥିଲେ। 

ଆହୁରି ପଢନ୍ତୁ: Snake Bite: ସାପ କାମୁଡ଼ାରେ ତିନି ବର୍ଷୀୟ ଶିଶୁପୁତ୍ରର ମୃତ୍ୟୁ

ଏଟିଏମ୍‌ରେ ବ୍ୟାଙ୍କଗୁଡ଼ିକ ଠିକ୍‌ ସମୟରେ ପର୍ଯ୍ୟାପ୍ତ ମାତ୍ରାରେ ନଗଦ ରାଶି ରଖୁଛନ୍ତି କି ନାହିଁ ତାହା ଜାଣିବା ପାଇଁ ବ୍ୟାଙ୍କଗୁଡ଼ିକର ନଗଦ ଅର୍ଥ ସ୍ଥିତି ସଂପର୍କିତ ରିପୋର୍ଟ ରିଜର୍ଭ ବ୍ୟାଙ୍କ ମାଗିଛି। ଏଟିଏମ୍‌ରେ ପର୍ଯ୍ୟାପ୍ତ ଅର୍ଥ ରଖିବାରେ ଯଦି ବ୍ୟାଙ୍କଗୁଡ଼ିକ ବିଫଳ ହୋଇଥିବା ଜଣାପଡ଼େ ତାହେଲେ ସେମାନଙ୍କ ବିରୋଧରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବା ସମ୍ଭାବନା ରହିଛି। ଏଟିଏମ୍‌ରେ ନଗଦ ଅର୍ଥ ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଥିବା କୁହାଯାଉଛି। ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପାଇଁ ବ୍ୟାଙ୍କ ପର୍ଯ୍ୟାପ୍ତ ଅର୍ଥ ଦେଉ ନଥିବାରୁ ସେମାନେ ବ୍ୟବସାୟ ହରାଉଛନ୍ତି ବୋଲି କ୍ୟାସ୍‌ ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକ କହିଛନ୍ତି। କିଛି ବ୍ୟାଙ୍କ ଅଧିକାରୀଙ୍କ କହିବାନୁଯାୟୀ, ବ୍ୟାଙ୍କଗୁଡ଼ିକ ଶାଖା ସ୍ତରରେ ଯେତିକି ଅର୍ଥ ରଖିଥାନ୍ତି ସେସବୁକୁ ଏଟିଏମ୍‌ରେ ଭର୍ତ୍ତି କରାଯାଇ ପାରିବ ନାହିଁ।

ଆହୁରି ପଢନ୍ତୁ:Accident: ମଧ୍ୟପ୍ରଦେଶରେ ଟ୍ରକ୍‌କୁ ପଛରୁ ପିିଟିଲା ଏସ୍‌ୟୁଭି, ୫ ମୃତ

 କାରଣ ଚିରାଫଟା ନୋଟ୍‌ ଏଟିଏମ୍‌ରେ ରଖାଯାଇ ନଥାଏ। ତେଣୁ ଏଟିଏମ୍‌ରେ ଭର୍ତ୍ତିଯୋଗ୍ୟ ନୋଟ୍ ସଂଖ୍ୟା ନିଶ୍ଚିତ ଭାବେ କମ୍‌ ହୋଇଥିବ। ପୂର୍ବରୁ ଏଟିଏମ୍‌ ଶିଳ୍ପ ମହାସଂଘ (ସିଏଟିଏମଆଇ) ପକ୍ଷରୁ ଏହି ପ୍ରସଙ୍ଗ ବ୍ୟାଙ୍କଗୁଡ଼ିକ ନିକଟରେ ଉତ୍‌ଥାପିତ କରାଯାଇଥିଲା। ଜୁନରେ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ)କୁ ଏକ ଚିଠି ଲେଖିଥିଲା। ଏଟିଏମରେ ନୋଟ୍‌ ଭର୍ତ୍ତି କରିବା ପାଇଁ ପର୍ଯ୍ୟାପ୍ତ ନୋଟ୍‌ ଯୋଗାଇ ଦେବାକୁ କୁହାଯାଇଥିଲା। ଏଟିଏମ୍‌ରେ ‌ମୋଟ୍‌ ନୋଟ୍‌ ରହିବା କ୍ଷମତା ତୁଳନାରେ ୫୭ରୁ ୬୪ ପ୍ରତିଶତ ପର୍ଯ୍ୟନ୍ତ ନୋଟ୍‌ ସେମାନଙ୍କୁ ‌ଏପ୍ରିଲ ଓ ମେ ମଧ୍ୟରେ ଦିଆଯାଇଛି। କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ସବୁଠୁ ଅଧିକ ସଂଖ୍ୟକ ଏଟିଏମ୍‌ ଖାଲି ହୋଇଯାଇଥିବା କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.