Reserve Bank of India: ଗରିବ ପରିବାରକୁ ମିଳିବ ଅଧିକ ଋଣ! ସମୀକ୍ଷା କରିବ ଆରବିଆଇ

25 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ବିଚାର କରୁଛି।  ଯଦି ଆବଶ୍ୟକ ପଡ଼େ ତେବେ କେନ୍ଦ୍ରୀୟ ବ୍ୟାଙ୍କ ମାଇକ୍ରୋଫାଇନାନ୍ସ ଋଣଗ୍ରହୀତାଙ୍କ ପାଇଁ ଥିବା ବାର୍ଷିକ ପାରିବାରିକ ଆୟ ସୀମା ୩ ଲକ୍ଷ ଟଙ୍କା ଉପରେ ପୁନଃବିଚାର କରିପାରେ ଏବଂ ପରିସ୍ଥିତି ପଡ଼ିଲେ ଏହି ସୀମାକୁ ବୃଦ୍ଧି ମଧ୍ୟ କରାଯାଇପାରେ । ଆୟ ସୀମା ସମ୍ବନ୍ଧୀୟ ପରିବର୍ତ୍ତନର ଆବଶ୍ୟକତା ଏବଂ ଏହି କ୍ଷେତ୍ରରେ ହେଉଥିବା ବିକାଶକୁ ଆଧାର କରି ଏକ ସମୀକ୍ଷା କରାଯିବ ବୋଲି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଗିରୀଶ ଚନ୍ଦ୍ର ମୁର୍ମୁ ସୂଚନା ଦେଇଛି। ।

ଗିରୀଶ ଚନ୍ଦ୍ର ମୁର୍ମୁ  କହିଛନ୍ତି ଯେ, ’ଏହି ସମୟ ମଧ୍ୟରେ, ପାରିବାରିକ ଆୟର ଆକଳନ ଏବଂ ରିପୋର୍ଟିଂ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ ​​କରିବା ଆବଶ୍ୟକ। ଏହା ଦ୍ୱାରା ବିଶ୍ୱସନୀୟତା ବଜାୟ ରହିବ ଏବଂ ନିୟାମକ ସୀମାରେ କୌଣସି ପରିବର୍ତ୍ତନ କରାଗଲେ, ତାହାର ଅପବ୍ୟବହାରକୁ ରୋକାଯାଇପାରିବ।’

ଏହି ସମୀକ୍ଷା କାହିଁକି ବିଚାର କରାଯାଉଛି?

ମାଇକ୍ରୋଫାଇନାନ୍ସ ଋଣ ହେଉଛି ବ୍ୟାଙ୍କ କିମ୍ବା ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକ ଦ୍ୱାରା କମ୍ ଆୟ କରୁଥିବା ପରିବାର ଏବଂ ଛୋଟ ଦୋକାନୀମାନଙ୍କୁ ପ୍ରଦାନ କରାଯାଉଥିବା ଏକ ପ୍ରକାରର ଋଣ ସୁବିଧା, ଯେଉଁଥିପାଇଁ କୌଣସି ବନ୍ଧକର ଆବଶ୍ୟକତା ପଡ଼େ ନାହିଁ। 

ଆରବିଆଇର ୨୦୨୨ ନିୟମାବଳୀ ଅନୁଯାୟୀ, କେବଳ ସେହି ପରିବାରଗୁଡ଼ିକ ମାଇକ୍ରୋଫାଇନାନ୍ସ ଋଣ ପାଇବାକୁ ଯୋଗ୍ୟ, ଯେଉଁମାନଙ୍କର ବାର୍ଷିକ ଆୟ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଟେ। ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକ ଦୀର୍ଘ ଦିନ ଧରି ଏହି ସୀମା ବୃଦ୍ଧି କରିବାକୁ ଦାବି କରିଆସୁଛନ୍ତି। ଯାହାକୁ ଏବେ ଆରବିଆଇର ଡେପୁଟି ଗଭର୍ଣ୍ଣର ମଧ୍ୟ ସ୍ୱୀକାର କରିଛନ୍ତି।

ଋଣଦାତାମାନଙ୍କ ଯୁକ୍ତି ହେଉଛି ଯେ, ବର୍ତ୍ତମାନର ମୁଦ୍ରାସ୍ଫୀତି (ମହଙ୍ଗା) କୁ ଦୃଷ୍ଟିରେ ରଖି ୩ ଲକ୍ଷ ଟଙ୍କାର ସୀମା ବୃଦ୍ଧି କରାଯିବା ଉଚିତ୍। ଡେପୁଟି ଗଭର୍ଣ୍ଣର ସୂଚାଇ ଦେଇଛନ୍ତି ଯେ ଯଦି ପ୍ରକୃତରେ ଆବଶ୍ୟକତା ପଡ଼େ, ତେବେ ଆରବିଆଇ ଏହି ସୀମା ଉପରେ ପୁନଃବିଚାର କରିପାରେ। ଯାହାର ଅର୍ଥ ହେଉଛି ଏହି ସୀମା ବୃଦ୍ଧି କରିବା ନେଇ ବିଚାର କରାଯାଉଛି।

ଗଞ୍ଜାମଜିଲ୍ଲା ସୋରଡ଼ା ବ୍ଲକରେ ୩୫୦ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସମୂହ ଇସ୍ତଫା

Read Entire Article
LEFT SIDEBAR AD

Hidden in mobile, Best for skyscrapers.