Drone Attack: ୧୩୦୦ରୁ ଅଧିକ ଡ୍ରୋନ୍‌ରେ ରୁଷ୍‌ ଉପରେ ୟୁକ୍ରେନର ତୀବ୍ର ଆକ୍ରମଣ: ଟାର୍ଗେଟରେ କ୍ରିମିଆ ସେତୁ

15 minutes ago 1
ARTICLE AD BOX

ମସ୍କୋ: ରୁଷ୍‌ର ବଡ଼ ଆକ୍ରମଣ ପରେ ୟୁକ୍ରେନ ମସ୍କୋ ଉପରେ ପାଲଟା ଆକ୍ରମଣ କରିଛି। ୟୁକ୍ରେନ୍‌ ୧୩୩୬ ଡ୍ରୋନ୍‌ ସାହାଯ୍ୟରେ ରାଜଧାନୀ ମସ୍କୋ ସମେତ ବିଭିନ୍ନ ଅଞ୍ଚଳକୁ ଟାର୍ଗେଟ କରିଥିବା ରୁଷ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତିରେ କହିଛି। ଏହି ଆକ୍ରମଣରେ ରୁଷ୍‌ ଅଧିକୃତ କ୍ରିମିଆ ଉପଦ୍ୱୀପକୁ ସଂଯୋଗ କରୁଥିବା ପ୍ରମୁଖ ସେତୁ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ନଭେମ୍ବର ୧୬ ତାରିଖ ରାତିରେ ୟୁକ୍ରେନ୍‌ ଏହି ଆକ୍ରମଣ କରିଥିଲା। 

ସେତୁର କ୍ଷୟକ୍ଷତି ସାମାନ୍ୟ
ଚଳିତ ବର୍ଷରେ ଏହା ଦ୍ୱିତୀୟ ସର୍ବାଧିକ ଦୈନିକ ଡ୍ରୋନ୍‌ ଆକ୍ରମଣ ବୋଲି କୁହାଯାଇଛି। କ୍ରିମିଆର ରୁଷ୍‌ ନିଯୁକ୍ତ ଗଭର୍ଣ୍ଣର ସେର୍ଗେଇ ଆକ୍ସିଓନୋଭ୍‌ ଟେଲିଗ୍ରାମ୍‌ରେ ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି। ସେତୁ ଉପରେ ଗାଡ଼ି ଚଳାଚଳକୁ ଅପରାହ୍ଣ ପର୍ଯ୍ୟନ୍ତ ସୀମିତ ରଖାଯାଇଥିବା ସେ କହିଛନ୍ତି। ତେବେ ସେତୁର କ୍ଷୟକ୍ଷତି ସାମାନ୍ୟ ଥିବା ଜଣାପଡ଼ିଛି। ଏହି ଆକ୍ରମଣରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ଅନ୍ୟପକ୍ଷରେ ମସ୍କୋ ମେୟର ସେର୍ଗେଇ ସୋବିୟାନିନ୍‌ଙ୍କ କହିବା ଅନୁସାରେ, ରାଜଧାନୀ ଆଡ଼କୁ ଆସୁଥିବା ପ୍ରାୟ ୬୦୦ ଡ୍ରୋନ୍‌କୁ ରୋକାଯାଇଛି।

Road Accident: ପଞ୍ଜାବରେ ଭୟଙ୍କର ସଡ଼କ ଦୁର୍ଘଟଣା: ପିକ୍‌ଅପ୍‌-ଏସ୍‌ୟୁଭି ଧକ୍କାରେ ୫ ମୃତ, ୧୧ ଆହତ

ଏହାର କିଛି ଘଣ୍ଟା ପୂର୍ବରୁ ୟୁକ୍ରେନ୍‌ ରୁଷ୍‌ର ଏକ ବଡ଼ ପେଟ୍ରୋକେମିକାଲ୍‌ କାରଖାନା, ତୈଳ ବିଶୋଧନାଗାର ଓ ସାମରିକ ଉତ୍ପାଦନ କେନ୍ଦ୍ର ଉପରେ ମଧ୍ୟ ଆକ୍ରମଣ କରିଥିଲା। କିବ୍‌ କହିଛି ଯେ, ମସ୍କୋର କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଆକ୍ରମଣର ପ୍ରତିଶୋଧ ଭାବେ ଏହି ସଦ୍ୟତମ ଆକ୍ରମଣ କରାଯାଇଛି। ରୁଷ୍‌ ଆକ୍ରମଣରେ ୟୁକ୍ରେନର ଶହ ଶହ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ବାରମ୍ବାର ଏହାର ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ଯୋଗୁ ଅନେକ ସମୟରେ ଲୋକମାନଙ୍କୁ ବିଦ୍ୟୁତ ସରବରାହ ବିନା ଅନ୍ଧକାରରେ ବିତାଇବାକୁ ପଡ଼ୁଛି ବୋଲି କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.