ARTICLE AD BOX
ଯୁଯୁମୁରା (ବିଜୟ କୁମାର ସ୍ବାଇଁ): ସମ୍ବଲପୁରଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ବଡ଼ସାହି ଗ୍ରାମରେ ନୟନା ବାଘ (୨୧)ଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ପାଇଁ ଶାଶୁଘର ଦାୟୀ ବୋଲି ନୟନାଙ୍କ ବାପଘର ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ପୁଲିସ ନୟନାଙ୍କ ସ୍ବାମୀ ଓ ଶାଶୁଙ୍କୁ ଅଟକ ରଖିଛି।
Newly Married Young Woman Death Fire ପାଳଗଦା ନିଆଁରେ ନବବଧୂ ଜୀବନ୍ତଦଗ୍ଧ
ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅନ୍ତର୍ଗତ ବାଲାସିଂହା ଗ୍ରାମର ବଡ଼ ବାଘଙ୍କ ଝିଅ ନୟନା ଚଳିତ ବର୍ଷ ମାର୍ଚ୍ଚ ୮ରେ ଯୁଯୁମୁରା ଥାନା ଅନ୍ତର୍ଗତ ବଡ଼ସାହି ଗ୍ରାମର ଭରତ ପୋଢ଼ଙ୍କ ପୁଅ ରଞ୍ଜିତ ପୋଢ଼ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରେ ସ୍ୱାମୀ ଓ ଶାଶୂ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିବା ନୟନା ନିଜ ଭଉଣୀଙ୍କୁ ଜଣାଇଥିଲେ। ଗତକାଲି (ରବିବାର, ୧୫ ତାରିଖ) ଅପରାହ୍ନ ପ୍ରାୟ ୩ଟାରେ ନୟନା ନିଜ ଭଉଣୀଙ୍କ ସହ ଫୋନ୍ରେ କଥା ହୋଇଥିଲେ। ତେବେ ସେହିଦିନ ସନ୍ଧ୍ୟା ପ୍ରାୟ ୬ଟାରେ ତାଙ୍କ ମୃତ୍ୟୁ ଖବର ପରିବାର ଲୋକଙ୍କୁ ମିଳିଥିଲା।
'ଆଧାର ଅପଡେଟ୍' ପାଇଁ ଯାଇଥିବା ନବବଧୂ ସ୍ବାମୀଙ୍କ ଆଖିରେ ଧୂଳି ଦେଇ ପ୍ରେମିକ ସହ ହେଲେ ଫେରାର
ନୟନାଙ୍କ ଭଉଣୀ କିଶୋରୀ ମୃତ୍ୟୁ ଏକ ଯୋଜନାବଦ୍ଧ ହତ୍ୟା ବୋଲି ଦର୍ଶାଇ ଯୁଯୁମୁରା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଯୁଯୁମୁରା ପୁଲିସ ବିଏନ୍ଏସ୍ର ଧାରା ୮୫, ୮୦(୨), ୩(୫) ସହ ଡିପି ଆକ୍ଟର ଧାରା ୪ ଅନୁଯାୟୀ ନଂ ୨୦୩/୨୦୨୬ରେ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଯାଞ୍ଚ କରି ପାରିପାର୍ଶ୍ୱିକ ତଥ୍ୟ ସଂଗ୍ରହ କରିଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ଘଟଣାର ସମସ୍ତ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।

27 minutes ago
1


