INSPIRE Scholarship 2026 : ବିଜ୍ଞାନ ପଢୁଥିବା ଛାତ୍ରଛାତ୍ରୀଙ୍କୁ ବର୍ଷକୁ ମିଳିବ ୮୦ ହଜାର ଟଙ୍କାର ବୃତ୍ତି, ଆବେଦନ ପାଇଁ ଡିସେମ୍ବର ୭ ଶେଷ ତାରିଖ...

11 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା। ବିଜ୍ଞାନ ପାଠ ପଢୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ଏକ ଭଲ ସୁଯୋଗ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ (ଡିଏସ୍‌ଟି) ପକ୍ଷରୁ INSPIRE-SHE (ଇନ୍‌ସ୍ପାୟାର ସ୍କଲାରସିପ୍ ଫର୍ ହାୟର ଏଜୁକେସନ୍) ଯୋଜନାରେ ଛାତ୍ରବୃତ୍ତି ପାଇଁ ଆବେଦନ ଆରମ୍ଭ ହୋଇଛି। ଚଳିତବର୍ଷ ଦେଶର ୧୨ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ଦିଆଯିବ। ଆଗ୍ରହୀ ଓ ଯୋଗ୍ୟ ଛାତ୍ରଛାତ୍ରୀ ଡିସେମ୍ବର ୭, ୨୦୨୬ ସୁଦ୍ଧା ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।
ଆବେଦନ ପାଇଁ ସରକାରଙ୍କ ଅଧିକାରିକ ୱେବ୍‌ସାଇଟ୍‌ online-inspire.gov.in କୁ ଯାଇପାରିବେ।

ଆହୁରି ପଢ଼ନ୍ତୁ- Himachal Pradesh: ଶୁଭ ମୁହୂର୍ତ୍ତରେ ଗୋଟିଏ ମଣ୍ଡପରେ ବିବାହ କଲେ ଚାରିଭାଇ; ଏକାଠି ଗୃହପ୍ରବେଶ କଲେ ୪ଜଣ ନବବଧୂ

ବର୍ଷକୁ ମିଳିବ ୮୦ ହଜାର ଟଙ୍କା

ଏହି ଯୋଜନାରେ ଚୟନ ହୋଇଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ମୋଟ୍‌ ୮୦ ହଜାର ଟଙ୍କା ମିଳିବ। ଏହି ଟଙ୍କାକୁ ଦୁଇଟି ଭାଗରେ ଦିଆଯିବ।
୧. ମାସିକ ଛାତ୍ରବୃତ୍ତି: ଛାତ୍ରଛାତ୍ରୀଙ୍କୁ ପ୍ରତି ମାସରେ ୫ ହଜାର ଟଙ୍କା ହିସାବରେ ବର୍ଷକୁ ୬୦ ହଜାର ଟଙ୍କା ମିଳିବ।
୨. ଗ୍ରୀଷ୍ମକାଳୀନ ଗବେଷଣା ସହାୟତା: ଏହାସହିତ ଗବେଷଣା ପାଇଁ ଅତିରିକ୍ତ ୨୦ ହଜାର ଟଙ୍କା ମିଳିବ।
ତେବେ ଏହି ୨୦ ହଜାର ଟଙ୍କା ପାଇବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଗ୍ରୀଷ୍ମ ଛୁଟି ସମୟରେ ଭାରତର ଯେକୌଣସି ମାନ୍ୟତାପ୍ରାପ୍ତ ଗବେଷଣା କେନ୍ଦ୍ରରେ ଏକ ଗବେଷଣା ପ୍ରକଳ୍ପ କରିବାକୁ ପଡ଼ିବ। ଜଣେ ସକ୍ରିୟ ଗବେଷକଙ୍କ ତତ୍ତ୍ୱାବଧାନରେ ଏହି କାମ କରିବାକୁ ହେବ। ପ୍ରକଳ୍ପ ଶେଷ ହେବା ପରେ ଗବେଷକଙ୍କ ପ୍ରମାଣପତ୍ର ଓ ରିପୋର୍ଟ ଦାଖଲ କରିବାକୁ ପଡ଼ିବ। ଏହି ଛାତ୍ରବୃତ୍ତି ସର୍ବାଧିକ ୫ ବର୍ଷ ପର୍ଯ୍ୟନ୍ତ ମିଳିପାରିବ।

କିଏ କରିପାରିବେ ଆବେଦନ?

ଏହି ଛାତ୍ରବୃତ୍ତି ପାଇଁ କିଛି ନିର୍ଦ୍ଦିଷ୍ଟ ଯୋଗ୍ୟତା ରହିଛି।
ବୟସ ସୀମା: ଆବେଦନକାରୀଙ୍କ ବୟସ ୧୭ରୁ ୨୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଏଥିସହ ସେମାନେ ୨୦୨୫ ମସିହାରେ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଦରକାର।
ପାଠ୍ୟକ୍ରମ: ବିଜ୍ଞାନରେ ସ୍ନାତକ ପଢୁଥିବା ଛାତ୍ରଛାତ୍ରୀ ଏହାକୁ ଆବେଦନ କରିପାରିବେ। ଯେପରିକି ବିଏସ୍‌ସି (BSc), ବିଏସ୍‌ (BS), ୪ ବର୍ଷିଆ ଗବେଷଣା ସହିତ ବିଏସ୍‌ସି କିମ୍ବା ଇଣ୍ଟିଗ୍ରେଟେଡ୍ ଏମ୍‌ଏସ୍‌ସି/ଏମ୍‌ଏସ୍‌ ପାଠ୍ୟକ୍ରମ।

ମୁଖ୍ୟ ବିଷୟ: ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଜୀବ ବିଜ୍ଞାନ, ଜୈବ ପ୍ରଯୁକ୍ତିବିଦ୍ୟା (ବାୟୋଟେକ୍ନୋ‌େ‌ଲାଜି), ଅଣୁଜୀବ ବିଜ୍ଞାନ (ମାଇକ୍ରୋ ବାୟୋଲୋଜି), ପରିବେଶ ବିଜ୍ଞାନ, ପରିସଂଖ୍ୟାନ (ଷ୍ଟାଟିଷ୍ଟିକ୍‌ସ) ଓ ପୃଥିବୀ ବିଜ୍ଞାନ (ଆର୍ଥ ସାଇନ୍ସ) ଭଳି ବିଷୟରେ ପଢୁଥିବା ପିଲାମାନେ ଆବେଦନ କରିପାରିବେ।

ଆହୁରି ପଢ଼ନ୍ତୁ- Drone Attack: ୧୩୦୦ରୁ ଅଧିକ ଡ୍ରୋନ୍‌ରେ ରୁଷ୍‌ ଉପରେ ୟୁକ୍ରେନର ତୀବ୍ର ଆକ୍ରମଣ: ଟାର୍ଗେଟରେ କ୍ରିମିଆ ସେତୁ

କେଉଁମାନେ ପାଇବେ ଏହି ଛାତ୍ରବୃତ୍ତି?

ଯୋଗ୍ୟ ଛାତ୍ରଛାତ୍ରୀ ତିନିଟି ବର୍ଗ ମଧ୍ୟରୁ ଯେକୌଣସି ଗୋଟିଏ ବର୍ଗରେ ଥିଲେ ଏହି ବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ।
୧. ବୋର୍ଡର ଶ୍ରେଷ୍ଠ ୧ ପ୍ରତିଶତ: ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ନିଜ ରାଜ୍ୟ କିମ୍ବା କେନ୍ଦ୍ରୀୟ ଶିକ୍ଷା ବୋର୍ଡର ଶ୍ରେଷ୍ଠ ୧ ପ୍ରତିଶତ ମଧ୍ୟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ କରିପାରିବେ ଆବେଦନ।
୨. ପ୍ରବେଶିକା ପରୀକ୍ଷାରେ ଭଲ ରାଙ୍କ୍: ଜେଇଇ ମେନ୍‌, ଜେଇଇ ଆଡ୍‌ଭାନ୍ସଡ୍‌ କିମ୍ବା ନିଟ୍‌ ପରୀକ୍ଷାରେ ଶ୍ରେଷ୍ଠ ୧୦ ହଜାର ରାଙ୍କ୍ ମଧ୍ୟରେ ଥିବା ଏବଂ ବିଜ୍ଞାନର ଉପରୋକ୍ତ ପାଠ୍ୟକ୍ରମରେ ପଢୁଥିବା ଛାତ୍ରଛାତ୍ରୀ ହୋଇଥିବା ଦରକାର।
୩. ଜାତୀୟସ୍ତରରେ ପ୍ରତିଭା ପ୍ରମାଣିତ କରିଥିବା ପିଲା: ଏନ୍‌ଟିଏସ୍‌ଇ କିମ୍ବା ଜଗଦୀଶ ଚନ୍ଦ୍ର ବୋଷ ଜାତୀୟ ବିଜ୍ଞାନ ପ୍ରତିଭା ଅନ୍ୱେଷଣ (ଜେବିଏନ୍‌ଏସ୍‌ଟିଏସ୍‌) ଛାତ୍ରବୃତ୍ତି ପାଇଥିବା ଏବଂ ଅନ୍ତର୍ଜାତୀୟ ଅଲିମ୍ପିଆଡ୍‌ରେ ପଦକ ଜିତିଥିବା ଛାତ୍ରଛାତ୍ରୀ।

କିପରି ହେବ ଚୟନ?

ଆବେଦନ ପ୍ରକ୍ରିୟାର ଶେଷ ତାରିଖ ପରେ ଚୟନ ପ୍ରକ୍ରିୟା ପୂରା ହେବାକୁ ସାଧାରଣତଃ ଅତି କମ୍‌ରେ ୪ ମାସ ସମୟ ଲାଗିଥାଏ। ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ୱେବ୍‌ସାଇଟ୍‌ ଆକାଉଣ୍ଟରେ ଏକ ଅସ୍ଥାୟୀ ଚୟନପତ୍ର (ପ୍ରୋଭିଜନାଲ୍‌ ଅଫର୍‌ଲେଟର୍‌) ମିଳିବ। ନିଜ ଆକାଉଣ୍ଟରେ ଲଗ୍‌ଇନ୍ କରି ଏହି ପତ୍ର ଡାଉନ୍‌ଲୋଡ୍ କରିପାରିବେ।
ତେବେ ଏହି ଛାତ୍ରବୃତ୍ତିର ସୁବିଧା ଜାରି ରଖିବାକୁ ହେଲେ ପ୍ରତିବର୍ଷ ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ସନ୍ତୋଷଜନକ ଫଳାଫଳ ରଖିବାକୁ ପଡ଼ିବ।
ଆବେଦନର ଶେଷ ତାରିଖ: ୭ ଡିସେମ୍ବର ୨୦୨୬।
ଆଗ୍ରହୀ ଛାତ୍ରଛାତ୍ରୀ ଶେଷ ତାରିଖ ପୂର୍ବରୁ ସରକାରଙ୍କ ଆଧିକାରିକ ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରିବେ।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.