ARTICLE AD BOX
ମାନିଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିବସୀୟ ଫିଲିପାଇନ୍ସ ଗସ୍ତରେ ଯାଇ ସୋମବାର ରାଜଧାନୀ ମାନିଲାରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର୍ ମାର୍କୋସ୍ ଜୁନିଅରଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଫିଲିପାଇନ୍ସ ଗସ୍ତ କରିଛନ୍ତି। ମଙ୍ଗଳବାର ଉଭୟ ଶିଖର ସମ୍ମିଳନୀରେ ଯୋଗଦେବେ।
ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ
ମାନିଲା ବିମାନବନ୍ଦରରେ ତାଙ୍କୁ ଜୋରଦାର୍ ସ୍ବାଗତ କରାଯାଇଥିଲା। ବିଦେଶ ମନ୍ତ୍ରଣାଳୟ (ଏମ୍ଇଏ) କହିଛି ଯେ, ମୋଦୀ ମାନିଲାରେ ପହଞ୍ଚିବା ମାତ୍ରେ ଫିଲିପାଇନ୍ସର ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ବିଭାଗର ସଚିବ ରବର୍ଟ ମୋଣ୍ଟେସ୍ ଡି କ୍ଲାରୋ ତାଙ୍କୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାରଣ ସେ ୨୩ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀ ଓ ୨୧ତମ ଏସିଆ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ୧୭ ନଭେମ୍ବରରେ ଏହି ସମ୍ମିଳନୀରେ ସାମିଲ ହେବେ। ଆସିଆନ୍ ସମ୍ମିଳନୀ ଭାରତର ‘ଆକ୍ଟ ଇଷ୍ଟ’ ନୀତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ, ଯାହା ଦକ୍ଷିଣ-ପୂର୍ବ ଏସୀୟ ଦେଶ ସହିତ ଭାରତର ସମ୍ପର୍କ ସୁଦୃଢ଼ କରିବା ଉପରେ କେନ୍ଦ୍ରିତ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ, ଯାହା ଭାରତର ଅଂଶଗ୍ରହଣ ଓ ପ୍ରଭାବକୁ ବୃଦ୍ଧି କରିବ।
Drone Attack: ୧୩୦୦ରୁ ଅଧିକ ଡ୍ରୋନ୍ରେ ରୁଷ୍ ଉପରେ ୟୁକ୍ରେନର ତୀବ୍ର ଆକ୍ରମଣ: ଟାର୍ଗେଟରେ କ୍ରିମିଆ ସେତୁ
ଗସ୍ତ ପୂର୍ବରୁ ମୋଦୀ କହିଥିଲେ ଯେ, ଆସିଆନ୍ ସହିତ ଭାରତର ସମ୍ପର୍କ ଏହାର ପୂର୍ବ ନୀତିର କେନ୍ଦ୍ରବିନ୍ଦୁ ଓ ଏହାର ‘ମହାସାଗର’ ଦୃଷ୍ଟିକୋଣରେ ଗୁରୁତ୍ୱପୂର୍ଣ୍ଣ, ଯାହା ସମଗ୍ର ଅଞ୍ଚଳରେ ସୁରକ୍ଷା ଓ ଅଭିବୃଦ୍ଧିରେ ପାରସ୍ପରିକ ଓ ସାମଗ୍ରିକ ଉନ୍ନତି ଚାହୁଁଛି। ସେ କହିଛନ୍ତି ଯେ, ଏହି ଗସ୍ତ ଆସିଆନ୍ ସହିତ ବ୍ୟାପକ ରଣନୈତିକ ସହଭାଗୀତା ନିର୍ମାଣ କରିବାର ସୁଯୋଗ ପ୍ରଦାନ କରିବ ଓ ଅଭିବୃଦ୍ଧି, ସଂଯୋଗ, ସମୃଦ୍ଧିର ସହଭାଗୀ ଲକ୍ଷ୍ୟକୁ ନୂତନ ଗତି ଦେବ। ଭାରତ ଓ ଆସିଆନ ମଧ୍ୟରେ ଐତିହାସିକ ସମ୍ପର୍କ ଉପରେ ଆଲୋକପାତ କରି ମୋଦୀ କହିଥିଲେ ଯେ, ଶତାବ୍ଦୀର ସଭ୍ୟତା ଆଦାନପ୍ରଦାନରେ ମୂଳ ଏହି ସମ୍ପର୍କ ବାଣିଜ୍ୟ, ସଂଯୋଗୀକରଣ, ସାମୁଦ୍ରିକ ସୁରକ୍ଷା, ପ୍ରଯୁକ୍ତିବିଦ୍ୟା ଓ ଲୋକ-ଲୋକ ସମ୍ପର୍କକୁ ଅନ୍ତର୍ଭୁକ୍ତ କରି ଏକ ଗତିଶୀଳ ସହଭାଗୀତାରେ ପରିଣତ ହୋଇଛି।

12 minutes ago
1


