Rescue:ମହାନଦୀର ବନ୍ୟାପାଣିରେ ଭାସିଯାଉ ଥିଲେ ଦିବ୍ୟାଙ୍ଗ ମହିଳା, ଉଦ୍ଧାର କଲେ ମତ୍ସ୍ୟଜୀବୀ

3 days ago 2
ARTICLE AD BOX

ବିନିକା (ଅକ୍ଷୟ କୁମାର ପୂଜାହାରୀ): ମହାନଦୀପଠାକୁ ଶୌଚ ହେବାକୁ ଯାଇଥିବା ଦିବ୍ୟାଙ୍ଗ ମହିଳା ଭାସି ଯାଉଥିବା ବେଳେ ତାଙ୍କୁ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି। ଆଜି ସୁବର୍ଣ୍ଣପୁରଜିଲ୍ଲା ବିନିକା ସହରରେ ଏଭଳି ଘଟଣା ଘଟିଛି। ଉଦ୍ଧାର ହୋଇଥିବା ମହିଳା ହେଲେ ଯଶୋଦା ଗୁରୁ।

ଯଶୋଦା ଆଜି ପୂର୍ବାହ୍ଣରେ ଶୌଚ ହେବା ପାଇଁ ଯାଇଥିଲେ। ଶୌଚ ସମୟରେ ତାଙ୍କର ଗୋଡ଼ ଖସି ଯାଇଥିଲା। କିଛି ଦିନ ହେବ ମହାନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଜଳସ୍ରୋତ ତାଙ୍କୁ ଭସାଇ ନେଇଥିଲେ। ଜଳସ୍ରୋତରେ ଭାସୁଥିବା ବେଳେ ସେ ଚିତ୍କାର କରୁଥିଲେ। 

West Bengal: ତିସ୍ତାର ପ୍ରଖର ସ୍ରୋତରେ ଭାସୁଥିଲା ହାତୀ ଛୁଆ, ୩ କିମି ପିଛା କରି ଜୀବନ ବଞ୍ଚାଇଲେ ମତ୍ସ୍ୟଜୀବୀ

ଏହି ସମୟରେ ନଦୀ ମଝିରେ ମାଛ ଧରୁଥିବା ବିନିକା ସହରର ସୁରେଶ ମହାଲିଙ୍ଗ ଓ ଶ୍ୟାମ ମହାଲିଙ୍ଗ। ସେମାନେ ମହିଳାଙ୍କର ଚିତ୍କାର ଶଦ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚି ଥିଲେ। ଯଶୋଦାଙ୍କୁ ଉଦ୍ଧାର କରି ଧୋବାଘାଟକୁ ଆଣିଥିଲେ। ସେହି ସମୟରେ ବିନିକା ଅଗ୍ନିଶମ ବାହିନୀ ପହଞ୍ଚି  ମହିଳାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ମହିଳାଙ୍କର ଚିକିତ୍ସା ଜାରି ରହିଛି। ସେ ସୁସ୍ଥ ଥିବା ଜଣାଯାଇଛି।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.