ARTICLE AD BOX
ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ ହୋଇଥିବା ଲଗାଣ ବର୍ଷା, ବନ୍ୟା, ଭୂସ୍ଖଳନ ଯୋଗୁ ବହୁ ରାସ୍ତା ନଷ୍ଟ ହେବା ସହ ଧୋଇ ଯାଇଛି। ତେଣୁ ଏହି ରାସ୍ତାଗୁଡ଼ିକୁ ତୁରନ୍ତ ମରାମତି କରିବାକୁ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ନଖରା-ନିଆଳି ରାସ୍ତା, ଅଡ଼ଶପୁର-ଜଗତସିଂହପୁର ରାସ୍ତା, କଳିଙ୍ଗା ଘାଟି ରାସ୍ତା ସମେତ କୋରାପୁଟ, ଭଦ୍ରକ, ବାଲେଶ୍ୱର, କଟକ ସହର, ଗଞ୍ଜାମ, ସମ୍ବଲପୁର, କେନ୍ଦୁଝର, ପାରାଦୀପ ଆଦି ରାଜ୍ୟର ବିଭିନ୍ନ ଅଞ୍ଚଳରେ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାର ମରାମତି ନେଇ ସମୀକ୍ଷା ହୋଇଥିଲା।
Education: ବେଦାନ୍ତ ପକ୍ଷରୁ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା
କାର୍ଯ୍ୟରେ ଅବହେଳା କଲେ ଅଧିକାରୀ, ରାସ୍ତାର ମାନ ଖରାପ ହେଲେ ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ, ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତା ଖରାପ ଥିବା ନେଇ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ରାଜ୍ୟବାସୀଙ୍କୁ ଉତ୍ତମ ରାସ୍ତା ଯୋଗାଇବା ରାଜ୍ୟ ସରକାରଙ୍କ ନୈତିକ ଦାୟିତ୍ବ। ତେଣୁ ଏଥିରେ କୌଣସି ପ୍ରକାରର ସାଲିସ୍ ନକରି ତୁରନ୍ତ ସମସ୍ତ ରାସ୍ତା ମରାମତି ହେବା ଦରକାର। ସେହିପରି ସର୍ବୋଚ୍ଚ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀମାନେ ନିୟମିତ ଭାବେ ନିଜ ଅଧୀନରେ ଥିବା ରାସ୍ତାର ସ୍ଥିତି ଯାଞ୍ଚ କରି ପ୍ରତି ୧୫ ଦିନରେ ରିପୋର୍ଟ ପ୍ରଦାନ କରିବେ। ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଉପସ୍ଥିତ ରହି କାର୍ଯ୍ୟର ଗୁଣବତ୍ତା ଯାଞ୍ଚ କରିବେ। ରାସ୍ତା ନିର୍ମାଣ ଓ ମରାମତିବେଳେ ଗୁଣବତ୍ତା କ୍ଷେତ୍ରରେ ଖରାପ ପ୍ରଦର୍ଶନ କରୁଥିବା ଠିକାଦାର ଓ ଠିକା ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ।
Pollution Certificate: ପିୟୁସି ନ ଥିଲେ ଦିଲ୍ଲୀରେ ଇନ୍ଧନ ମନା
ଯଦି ବିଭାଗୀୟ ଯନ୍ତ୍ରୀମାନେ କାମ ଖରାପ ହୋଇଥିବା ନେଇ ରିପୋର୍ଟ ଦେଇନଥିବେ, କିନ୍ତୁ ପରେ କିଛି ତ୍ରୁଟି ଦେଖାଯାଏ ତେବେ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ବୈଠକରେ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ ଟେଣ୍ଡର ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଏବଂ ତ୍ୱରିତ ଗତିରେ ଆଗେଇ ନେବାକୁ ୱାମିସ୍ ସଫ୍ଟୱେୟାରର ଉନ୍ନତୀକରଣ କରିବାକୁ କହିଛନ୍ତି। ଫାଇଲ୍ ପ୍ରକ୍ରିୟା ଯେପରି ଅଯଥା ବିଳମ୍ବିତ ନହେବ ସେ ନେଇ ଅଧିକାରୀମାନେ ଧ୍ୟାନ ଦେବାକୁ କହିଛନ୍ତି। ବିଭାଗର ସ୍ୱତନ୍ତ୍ର ସଚିବ ସମୀର ହୋତା, ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍) ସତ୍ୟବ୍ରତ ବେହେରା, ବିତ୍ତ ପରାମର୍ଶଦାତା ରତିକାନ୍ତ ମହାପାତ୍ର, ଅତିରିକ୍ତ ସଚିବ ଦୀପକ ରଞ୍ଜନ ଦାସ, ପ୍ରଦୀପ କୁମାର ସାହୁଙ୍କ ସମେତ ବିଭିନ୍ନ ଜୋନ୍ର ମୁଖ୍ୟଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀମାନେ ଯୋଗଦେଇଥିଲେ।

1 day ago
2


