Reliance: ରିଲାଏନ୍ସର ୨୦ ଟଙ୍କିଆ ଜୟଲ୍ୟାଣ୍ଡ୍‌ ଫ୍ଲେଭର୍ଡ ମିଲ୍କ

1 hour ago 1
ARTICLE AD BOX

ଚେନ୍ନାଇ:ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଏଫ୍‌ଏମ୍‌ସିଜି ଶାଖା ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ୍‌ ଲିମିଟେଡ୍‌ (ଆର୍‌ସିପିଏଲ୍‌) ତରଫରୁ ଜୟଲ୍ୟାଣ୍ଡ ଫ୍ଲେଭର୍ଡ ମିଲ୍କ ଉନ୍ମୋଚନ କରାଯାଇଛି। ଏଥି ସହିତ କମ୍ପାନି ରେଡି-ଟୁ-ଡ୍ରିଙ୍କ ଦୁଗ୍ଧ ଉତ୍ପାଦ କ୍ଷେତ୍ରରେ ପ୍ରବେଶ କରିଛି। ଏହି ପ୍ୟାକେଟ୍‌ର ମୂଲ୍ୟ ୨୦ ଟଙ୍କା ରହିଛି। ଗ୍ରାହକମାନେ ଷ୍ଟ୍ରବେରି ଓ ଭାନିଲା ଭଳି ସ୍ବାଦର ଦୁଗ୍ଧ ପାଇପାରିବେ।

ଏ ସମ୍ପର୍କରେ ଆର୍‌ସିପିଏଲ୍‌ର ନିର୍ଦ୍ଦେଶକ ଟି କ୍ରିଷ୍ଣକୁମାର କହିଛନ୍ତି, ରେଡି-ଟୁ-ଡ୍ରିଙ୍କ ବଜାରରେ ଆମର ପ୍ରବେଶ କମ୍ପାନିର ପୋର୍ଟଫୋଲିଓକୁ ସମ୍ପ୍ରସାରଣ କରିବା ଓ ଗ୍ରାହକଙ୍କୁ ଅଧିକ ବିକଳ୍ପ ପ୍ରଦାନ କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।

ଯାତ୍ରା ତାମିଲନାଡୁରୁ ଆରମ୍ଭ

ଜୟଲ୍ୟାଣ୍ଡ ସହିତ ଆମେ ଅସଲି ଦୁଗ୍ଧ ଉପାଦାନ, ଗୁଣାତ୍ମକ ମାନ ଓ ସୁଲଭାତର ସମିଶ୍ରଣ ଥିବା ବିଶ୍ବସ୍ତରୀୟ ଉତ୍ପାଦକୁ ଆମେ ଅଧିକ ପରିବାର ନିକଟକୁ ଆଣିଛୁ। ଏହି ଯାତ୍ରା ତାମିଲନାଡୁରୁ ଆରମ୍ଭ ହୋଇଛି। ଆମେ ଜୟଲ୍ୟାଣ୍ଡର ଏକ ବ୍ୟାପକ ଦୁଗ୍ଧ ଉତ୍ପାଦ ବର୍ଗମାଳା ପ୍ରସ୍ତୁତ କରୁଛୁ ଓ ପର୍ଯ୍ୟାୟକ୍ରମେ ତାହାକୁ ସାରା ଭାରତରେ ପହଞ୍ଚାଇବୁ ବୋଲି ସେ କହିଛନ୍ତି।

Odisha CM Launches 46 Industrial Projects କଳିଙ୍ଗନଗରରେ ଶିଳ୍ପ ମହାସମାରୋହ: ୧୪ ଜିଲ୍ଲା ପାଇଁ ୩୯,୩୮୩ କୋଟିର ୪୬ ପ୍ରକଳ୍ପ, ୪୨ ହଜାରରୁ ଅଧିକ ନିଯୁକ୍ତି

Read Entire Article
LEFT SIDEBAR AD

Hidden in mobile, Best for skyscrapers.