ARTICLE AD BOX
ହାଇଦ୍ରାବାଦ୍: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଟି-୨୦ ଶୃଙ୍ଖଳାର ଚତୁର୍ଥ ମୁକାବିଲା ହାଇଦ୍ରାବାଦ୍ସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଜାରି ରହିଛି। ଏହି ମୁକାବିଲାରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଅତିଥି ଦଳ ଅଧିନାୟକ ସାଈ ହୋପ୍ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୩ ୱିକେଟ୍ ହରାଇ ୨୪୭ ରନ୍ କରିଛି। ଫଳରେ ଭାରତକୁ ଏହି ମ୍ୟାଚ୍ ଜିତିବା ପାଇଁ ୨୪୮ ରନ୍ର ଲକ୍ଷ୍ୟ ମିଳିଛି।
ୱେଷ୍ଟଇଣ୍ଡିଜର ପ୍ରାରମ୍ଭିକ ବ୍ୟାଟିଂ ଭଲରୁ ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ବ୍ୟାଟର ସାଈ ହୋପ୍ ଏବଂ ଜ୍ବେଲ୍ ଆଣ୍ଡ୍ର୍ୟୁ ପ୍ରଥମ ୱିକେଟ୍ ପାଇଁ ୫୨ ରନ୍ର ଭାଗିଦାରୀ କରିଥିଲେ। ଦ୍ବିତୀୟ ୱିକେଟ୍ ପାଇଁ ସିମରନ ହେଟମେୟର ଏବଂ ସାଈ ହୋପ୍ ୬୨ ରନ୍ର ଭାଗିଦାରୀ କରିଥିଲେ। ସେହିପରି ତୃତୀୟ ୱିକେଟ୍ ପାଇଁ ରୋଭମ୍ୟାନ ପାୱେଲଙ୍କ ସହିତ ସାଈ ହୋପ୍ ୪୬ ରନ୍ର ଭାଗିଦାରୀ କରିଥିଲେ।
ଜ୍ବେଲ ଆଣ୍ଡ୍ର୍ୟୁ ବ୍ୟକ୍ତିଗତ ଭାବେ ୨୧ ରନ୍ ସଂଗ୍ରହ କରିଥିଲେ। ସେ ୧୬ଟି ବଲ୍ ଖେଳି ୨ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ବିସ୍ଫୋରକ ବ୍ୟାଟର ହେଟ୍ମେୟର ୧୨ଟି ବଲ୍ ଖେଳି ୪ଟି ଚୌକା ଏବଂ ୨ଟି ଛକା ବଳରେ ୩୩ ରନ୍ ଯୋଡ଼ିଥିଲେ। ସେହିପରି ୧୭ଟି ବଲ୍ ଖେଳି ୨ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ ରୋଭମ୍ୟାନ୍ ପାୱେଲ।

57 minutes ago
1


