BJB-A​​BV​​P Supporters Clash at Vani Vihar ବାଣୀବିହାରରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ସଭାରେ ଦୁଇ ଛାତ୍ରଗୋଷ୍ଠୀ ପିଟାପିଟି, ୭ ଆହତ

1 hour ago 1
ARTICLE AD BOX

ଭୁବନେଶ୍ବର:  ବାଣୀବିହାର କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଲାଗିରହିଛି।  ଆଜି ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ସଭାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓ ଛାତ୍ର ବିଜୁ ଜନତା ଦଳ ସମର୍ଥିତ ଛାତ୍ରଙ୍କ ମଧ୍ୟରେ ମାରପିଟ ହୋଇଛି। ଉଭୟେ ଉଭୟଙ୍କୁ ଲକ୍ଷ୍ୟ କରି ଚେୟାର ଆଦି ଫିଙ୍ଗିଛନ୍ତି, ବ୍ୟାନର ଲାଗିଥିବା ବାଡ଼ିରେ ଆକ୍ରମଣ କରିଛନ୍ତି। ଏଥିରେ ଉଭୟ ପକ୍ଷରୁ ୭ଜଣ ଆହତ ହୋଇଥିବା ଜଣାଯାଇଛି। 

Student Union Election: ଛାତ୍ର ସଂସଦ ନିର୍ବାଚନ: ପ୍ରଚାରରେ ପଡ଼ୁଛି ଉଠୁଛି କ୍ୟାମ୍ପସ୍‌
ପୂର୍ବାହ୍ଣ ପାଖାପାଖି ୧୧ଟା ସୟରେ ଏବିଭିବି ସମର୍ଥିତ ପ୍ରାର୍ଥୀ ଓ ସମର୍ଥକମାନେ ସେଣ୍ଟ୍ରାଲ୍‌ କ୍ୟାଣ୍ଟିନ୍‌ରୁ ଶୋଭାଯାତ୍ରାରେ ବାହାରି ସଭାସ୍ଥଳକୁ ଯାଇଥିଲେ। ପରେ ବିସିଜେଡି ସମର୍ଥିତ ପ୍ରାର୍ଥୀ ଓ ସମର୍ଥକମାନେ ମଧ୍ୟ ଶୋଭାଯାତ୍ରାରେ ବାହାରି ସେଠାରେ ପହଞ୍ଚିଥିଲେ। ଦୀକ୍ଷାନ୍ତ ହଲ୍‌ ପ୍ରବେଶ ପଥରେ  ଦୁଇ ପକ୍ଷ ସମର୍ଥକଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା। ପୁଲିସ ଉପସ୍ଥିତିରେ ମଧ୍ୟ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

Utkal university1

ସୁନ୍ଦର ଭାବେ ସଜ୍ଜିତ ହୋଇଥିବା ଦୀକ୍ଷାନ୍ତ ହଲ୍‌ ଏହି ଗଣ୍ଡଗୋଳ ଯୋଗୁଁ ଏକପ୍ରକାର ଛିନ୍ନଛତ୍ର ହୋଇଯାଇଥିଲା। ମଞ୍ଚ ଉପରେ ଥିବା ପ୍ରାଧ୍ୟାପକ ଓଅନ୍ୟ କର୍ମଚାରୀମାନେ ଅସହାୟ ହୋଇ ଚାହିଁ ରହିଥିଲେ। ପୁଲିସ ଉଭୟ ଗୋଷ୍ଠୀଙ୍କୁ ବୁଝାଇବା ପାଇଁ ଉଦ୍ୟମ କରି ନାକେଦମ୍‌ ହୋଇଥିଲା। 

Utkal University: ବଢ଼ିଲା ବାଣୀବିହାର ସୁରକ୍ଷା: ଫାଣ୍ଡି ପ୍ରତିଷ୍ଠା ଉପରେ କୁଳପତିଙ୍କ ଗୁରୁତ୍ବ, ପ୍ରବେଶ ପଥରେ ସୁରକ୍ଷା କର୍ମୀଙ୍କ ଯାଞ୍ଚ
 ଖବର ପାଇ ଡିସିପି ବିବେକ ସର୍ବଣା ଏମ୍‌. ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ସହ ଅଣଛାତ୍ରମାନଙ୍କୁ ବାହାରକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେପରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଗୋଟିଏ ପକ୍ଷକୁ ସମର୍ଥନ କରୁଛି ବୋଲି ଅଭିଯୋଗ କରି ଛାତ୍ର ବିଜେଡି ପକ୍ଷରୁ ଧାରଣା ଦିଆଯାଇଥିଲା। ୨ଘଣ୍ଟା କାଳ କସରତ କରିବା ପରେ ପୁଲିସ ଅଣଛାତ୍ରଙ୍କୁ ହଲ୍‌ରୁ ତଡ଼ିବାରେ ସମର୍ଥ ହୋଇଥିଲା ଏବଂ ସାଢ଼େ ୧ଟାରେ ସଭା ଆରମ୍ଭ ହୋଇଥିଲା। ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ଦିନ ମତଦାନ ହେବ। ତେଣୁ ପୁଲିସ ଓ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରାଯାଇଛି। ଏଥିପାଇଁ ଆଜି କ୍ୟାମ୍ପସଗୁଡ଼ିକରେ ପୁଲିସ୍‌ ବଳ ଫ୍ଲାଗମାର୍ଚ୍ଚ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.