ARTICLE AD BOX
ରାଇରଙ୍ଗପୁର(ତୁଷାରକାନ୍ତ ମହାନ୍ତ):ମୟୂରଭଞ୍ଜଜିଲ୍ଲା ସୀମାନ୍ତ ତିରିଂ ବ୍ଲକ ନାରାଣପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ରହିଛି। ଏହି ସ୍ଥିତିରେ ଯେଉଁ କେତେକ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନେଇ ବିଦ୍ୟାଳୟରେ ଶିକ୍ଷାଦାନ ଚାଲୁଥିଲା ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅନ୍ୟତ୍ର ବଦଳି ହୋଇଯାଇଛି। ଏହାର ପ୍ରତିବାଦ କରି ଆଜି (ବୁଧବାର) ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲ ଫାଟକ ବନ୍ଦ କରି ଧାରଣା ଦେଇଛନ୍ତି।
Education: ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ୍ ଫାଟକରେ ତାଲା ପକାଇ ପ୍ରତିବାଦ
ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଥିବା ଏହି ବିଦ୍ୟାଳୟରେ ମୋଟ ୨୬୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପୂର୍ବରୁ ଉକ୍ତ ବିଦ୍ୟାଳୟରେ ୧୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ଥିଲେ। କିନ୍ତୁ ନିକଟରେ ୨ ଜଣ ଶିକ୍ଷକଙ୍କ ଅନ୍ୟତ୍ର ବଦଳି ହୋଇଯିବା ପରେ ସଂଖ୍ୟା ୧୩ କୁ ଖସିଆସିଛି। ଏହାରି ଭିତରେ ପୁଣି ୨ ଜଣ ଶିକ୍ଷକ ବ୍ୟକ୍ତିଗତ ଛୁଟିରେ ଥିବାରୁ କେବଳ ୧୦ ଜଣ ଶିକ୍ଷକଙ୍କ ଜରିଆରେ ପାଠପଢ଼ା ଚାଲିବା କଷ୍ଟକର ହୋଇପଡ଼ିଛି।
/filters:format(webp)/sambad/media/media_files/2026/10/14/teacher-transfer-protest-2026-10-14-20-34-56.jpg)
ପିଲାମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବାରୁ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା। ଶେଷରେ କୌଣସି ବିକଳ୍ପ ନପାଇ ଗ୍ରାମବାସୀମାନେ ବାଧ୍ୟ ହୋଇ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ । ବଦଳି ହୋଇଥିବା ଶିକ୍ଷକଙ୍କୁ ପୁନଃ ନିୟୁକ୍ତି ଦିଆଯାଉ କିମ୍ବା ତାଙ୍କ ବଦଳରେ ତୁରନ୍ତ ନୂତନ ଶିକ୍ଷକ ନିଯୁକ୍ତ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।
ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣାରେ ଛାତ୍ରଛାତ୍ରୀ: ସ୍କୁଲ୍ ଗେଟରେ ତାଲା ପକାଇ ଧାରଣା
ତିରିଂ ବ୍ଲକ ଶିକ୍ଷା ଅଧିକାରୀ ଋଷିପ୍ରଭା ମହାନ୍ତ ଧାରଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଅଭିଭାବକମାନେ ଧାରଣା ପ୍ରତ୍ୟାହୃତ କରିଥିଲେ। ଧାରଣା ସ୍ଥଳରେ ଜିଲ୍ଲା ପରିଷଦ ପରେଶ ମୁଣ୍ଡ, ୱାର୍ଡ ସଭ୍ୟା ଡୁମୁନି ହେମ୍ବ୍ରମ୍, ମାନସିଂ ହେମ୍ବ୍ରମ, ଜେମାମଣି ଶୁଣ୍ଢି ,ଛୋଟରାୟ ଟୁଡୁ, ଦୁର୍ଗା ମୁର୍ମୁ ଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

1 hour ago
1


