ARTICLE AD BOX
ନୂଆଦିଲ୍ଲୀ: କିଛି ମାସ ପୂର୍ବେ ଜଣେ ବୃଦ୍ଧଙ୍କୁ ୧୦ କୋଟି ଟଙ୍କାରୁ ଅଧିକ ଠକି ଡିଜିଟାଲ ଆରେଷ୍ଟ ଠକେଇରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଜଣେ ସୋସିଆଲ ମିଡିଆ ଷ୍ଟାରଙ୍କୁ ପୁଣେରୁ ଗିରଫ କରାଯାଇଛି। ଅଧିକାରୀଙ୍କ ଅନୁସାରେ, ରୋହନ ଜାଧବ ନାମକ ଏହି ‘ରିଲ୍ ଷ୍ଟାର’ର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଓ ଆର୍ଥିକ ଉତ୍ସକୁ ପୁଲିସ ଫ୍ରିଜ୍ କରିବା ପରେ ସେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।
ଅଧିକ ପଢ଼ନ୍ତୁ: ସ୍ବାମୀ ମରିବା ପରେ ବି ୪୨ଦିନ ଯାଏଁ ଚାଲିଥିଲା ଚିକିତ୍ସା !
ଠକେଇ ଚଳିତ ବର୍ଷ ଜାନୁଆରି ମାସରେ ଘଟିଥିବା ଜଣାପଡ଼ିଛି, ଠକମାନଙ୍କ ଏକ ଗୋଷ୍ଠୀ ନିଜକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଅଧିକାରୀ ବୋଲି ପରିଚୟ ଦେଇ ଜଣେ ବୃଦ୍ଧଙ୍କ ସହିତ ଯୋଗାଯୋଗ କରିଥିଲେ। ସେମାନେ ତାଙ୍କୁ ଏକ ମାମଲାରେ ଅଭିଯୁକ୍ତ ବୋଲି କହି ଡିଜିଟାଲ ଆରେଷ୍ଟର ଧମକ ଦେଇଥିଲେ। ଆଇନଗତ କାର୍ଯ୍ୟାନୁଷ୍ଠାନ ଏଡାଇବା ପାଇଁ ଠକମାନେ ତାଙ୍କୁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୧୦.୭୪ କୋଟି ଟଙ୍କା ପ୍ରଦାନ କରିବାକୁ କହିଥିଲେ।
ବୃଦ୍ଧ ଜଣକ ଠକେଇର ଶିକାର ହୋଇଥିବା ଜାଣିବା ପରେ ପୁଲିସରେ ଅଭିଯୋଗ କରିଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଏଟିଏମରୁ ଟଙ୍କା ଉଠାଇବା ପରେ ପୁଣେ ପୁଲିସ ଅଭିଯୁକ୍ତମାନଙ୍କୁ ଖୋଜି ବାହାର କରିଥିଲା। ପୂର୍ବରୁ ତିନି ଜଣ - ହର୍ଷଦ ସୁଭାଷ ଧନତୋଲେ, ସମର୍ଥ ସୁରେଶ ଦେଶମୁଖ ଓ ଅମର ଶିବାଜୀ ଅଟ୍ଟାର୍ଗିଙ୍କୁ ଗିରଫ କରାଯାଇଥିଲା। ଜାଧବ କିନ୍ତୁ ଧରାପଡ଼ି ନଥିଲେ।
ତଦନ୍ତ ସମୟରେ ଧନତୋଲେ ପ୍ରକାଶ କରିଥିଲେ ଯେ, ଉଠାଯାଇଥିବା ଟଙ୍କା ସେ ଜାଧବଙ୍କୁ ଦେଇଥିଲେ। ଜାଧବ ଛତ୍ରପତି ସମ୍ଭାଜୀନଗରର ବାସିନ୍ଦା । ଠକେଇ ହୋଇଥିବା ୧୦.୭୪ କୋଟି ଟଙ୍କାକୁ ସେ ମୋଟ ୫,୪୩୬ଟି ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲେ। ସେ ଟେଲିଗ୍ରାମ ଆପ୍ ମାଧ୍ୟମରେ ହଂକଂର ବ୍ୟକ୍ତିବିଶେଷଙ୍କ ସହିତ ଯୋଗାଯୋଗରେ ଥିଲେ ଓ ଭିଡିଓ କଲ୍ ମାଧ୍ୟମରେ ସେମାନଙ୍କ ସହିତ ପ୍ରାୟତଃ କଥା ହେଉଥିଲେ ବୋଲି ତଦନ୍ତରୁ ଜଣାପଡିଛି। ପୁଲିସ କହିଛି ଯେ, ଜାଧବ ଡିଜିଟାଲ କ୍ରିପ୍ଟୋକରେନ୍ସି ବ୍ୟବହାର କରି ହଂକଂ ହ୍ୟାଣ୍ଡଲରଙ୍କ ସହିତ ଆର୍ଥିକ କାରବାର କରୁଥିଲେ ଓ ବଡ଼ ପରିମାଣର କମିସନ ପାଉଥିଲେ। ଅଧିକାରୀମାନେ କହିଛନ୍ତି ଯେ ଜାଧବ ସେଲିବ୍ରିଟି ମ୍ୟାନେଜମେଣ୍ଟରେ ମଧ୍ୟ କାମ କରୁଥିଲା। ତାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରାଯାଇଛି - ଗୋଟିଏ ପୁଣେରେ ଓ ଅନ୍ୟଟି ପିମ୍ପରି-ଚିଞ୍ଚୱାଡରେ।
ଆହୁରି ପଢ଼ନ୍ତୁ: ମୌସୁମୀ ଅଧିବେଶନରେ ଲୋକସଭାରେ ମାତ୍ର ୧୯% ଓ ରାଜ୍ୟସଭାରେ ମାତ୍ର ୩୯% କାର୍ଯ୍ୟ ହୋଇଛି
ଅଧିକ ଦେଖନ୍ତୁ:

8 hours ago
1


