Reality shows: ସାମାଜିକ ଗଣମାଧ୍ୟମରୁ ରିଆଲିଟି ସୋ

1 month ago 19
ARTICLE AD BOX

ରିଆଲିଟି ଟିଭି କାର୍ଯ୍ୟକ୍ରମ ‘ଆଲାଏନ୍‌ସ୍‌’ରେ ନୂଆ କରି ପ୍ରବେଶ କରିଛନ୍ତି ଡିଜିଟାଲ୍‌ କ୍ରିଏଟର୍‌ ବୃଦ୍ଧି ପଟଵା। ଏହା ବୃଦ୍ଧିଙ୍କର ପ୍ରଥମ ଟେଲିଭିଜନ୍ କାର୍ଯ୍ୟକ୍ରମ ହୋଇଥିବାରୁ ଅଧିକାଂଶ ଦର୍ଶକଙ୍କ ପାଇଁ ସେ ଅଜଣା। ତେବେ ‘ଜେନ୍‌-ଜି’ ପିଢ଼ିର ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ଗହଣରେ ସେ ବେଶ୍‌ ଜଣାଶୁଣା। କାରଣ ସେ ଜୀବନଶୈଳୀ ସହ ଜଡ଼ିତ ତଥା ଥଟ୍ଟାମଜା ଓ ପାରିବାରିକ ଭିଡିଓ ପ୍ରସ୍ତୁତ କରି ଇନ୍‌ଷ୍ଟାଗ୍ରାମ୍‌ ଓ ୟୁଟ୍ୟୁବ୍‌ରେ ଖୁବ୍ ଲୋକପ୍ରିୟତା ଅର୍ଜନ କରିଛନ୍ତି। ତାଙ୍କୁ ଭାରତର ଅନ୍ୟତମ ଉଦୀୟମାନ ଡିଜିଟାଲ୍‌ ବ୍ୟକ୍ତିତ୍ବ ଭାବରେ ଗଣାଯାଉଛି। ବୋଧହୁଏ ସେହି କାରଣରୁ ଵାଇଲ୍‌ଡ କାର୍ଡ ଜରିଆରେ ତାଙ୍କୁ ‘ଆଲାଏନ୍‌ସ’ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ମିଳିଛି।

Lalkila: ଲାଲକିଲ୍ଲା ବିସ୍ଫୋରଣ ମାମଲା: ୧୧ ପୀଡ଼ିତଙ୍କ ଫରେନ୍ସିକ ରି‌ପୋର୍ଟ ଦାଖଲ କଲା ଏନ୍‌ଆଇଏ

ଏହି ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମରେ ସେ ନିଜର ଦକ୍ଷତାକୁ ଉପଯୋଗ କରି କେତେ ଆଗକୁ ବଢୁଛନ୍ତି ତାହା ସମୟ କହିବ। ତେବେ ସେ ଯେଉଁ ବିଷୟ ନେଇ ସବୁଠାରୁ ଅଧିକ ଚିନ୍ତିତ ତାହା ହେଲା ସର୍ବଦା ଲକ୍ଷ ଲକ୍ଷ ଲୋକଙ୍କ ନଜରରେ ରହିବା। ତାଙ୍କର ପ୍ରତିଟି ପଦକ୍ଷେପକୁ ଏକାବେଳେ ଏତେ ଲୋକ ଦେଖିବେ, ସମୀକ୍ଷା କରିବେ ଓ ଆଲୋଚନା କରିବେ, ସେକଥା ତାଙ୍କୁ ଯେତିକି ବିଚଳିତ କରୁଛି, ସେତିକି ରୋମାଞ୍ଚିତ ମଧ୍ୟ କରୁଛି ବୋଲି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ‌େଟ୍ରାଲିଂ ଓ ସମାଲୋଚନା ତାଙ୍କୁ ଏହି ନୂଆ ପରିବେଶ ସହ ଖାପ ଖୁଆଇବାରେ ସାହାଯ୍ୟ କରିବ ନିଶ୍ଚୟ। ବୃଦ୍ଧି ଏହି କାର୍ଯ୍ୟକ୍ରମରେ ଲୋକଙ୍କ ମତମନ୍ତବ୍ୟ କଥା ଚିନ୍ତା ନ କରି ସ୍ବାଭାବିକ ଆଚରଣ କରିବାକୁ ଚାହାନ୍ତି। ସେ ଭୁଲ୍‌ କରିବାକୁ ପ୍ରସ୍ତୁତ କିନ୍ତୁ ଲୋକମାନେ ତାଙ୍କର ଅସଲ ସ୍ବଭାବକୁ ଦେଖନ୍ତୁ ବୋଲି ତାଙ୍କର ଇଚ୍ଛା। 

ISRO: ଇସ୍ରୋକୁ ପୁଣି ବୋମା ଧମକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.