RBI: ବ୍ୟାଙ୍କଗୁଡ଼ିକୁ ମାଲହୋତ୍ରାଙ୍କ ଚେତାବନୀ, ପ୍ରଯୁକ୍ତିକୁ ଦୋଷ ଦେବା ଅଗ୍ରହଣୀୟ

1 hour ago 2
ARTICLE AD BOX

ମୁମ୍ବାଇ: ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ସହାୟତାରେ ନିଆଯାଉଥିବା ନିଷ୍ପତ୍ତି ପାଇଁ ମଣିଷ ହିଁ ଉତ୍ତରଦାୟୀ ରହିବ। ଆଲଗରିଦିମ କିମ୍ବା ପ୍ରଯୁକ୍ତିସେବା ପ୍ରଦାନକାରୀଙ୍କୁ ଦୋଷଦେଇ ବ୍ୟାଙ୍କ ଖସିଯାଇପାରିବ ନାହିଁ। 

ମୁମ୍ବାଇଠାରେ ଆୟୋଜିତ ବାର୍ଷିକ ଏଫ୍‌ଆଇବିଏସି ସମ୍ମିଳନୀରେ ଉଦ୍‌ବୋଧନ ଦେଇ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମାଲ‌ହୋତ୍ରା ଏଭଳି ଚେତାବନୀ ଦେଇଛନ୍ତି। ଯେଉଁ ବ୍ୟାଙ୍କ ଏଆଇକୁ କାର୍ଯ୍ୟକାରୀ କରୁଛନ୍ତି ସେମାନେ ନିଶ୍ଚିତ କରିବା ଆବଶ୍ୟକ ଯେ ଏହା ମନୁଷ୍ୟକୁ ବାଦ୍‌ ଦେବ ନାହିଁ, ବରଂ ମଣିଷର ବିଚାରକୁ ପ୍ରଯୁକ୍ତିଗତଭାବେ ସହାୟତା ପ୍ରଦାନ କରିବ। ଏଥିସହିତ ବ୍ୟାଙ୍କଗୁଡ଼ିକ ଏଆଇ ବ୍ୟବସ୍ଥାକୁ ଡିଜାଇନ ପର୍ଯ୍ୟାୟରୁ ଅର୍ଥପୂର୍ଣ୍ଣ ଭାବେ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। 

Job: ଏଆଇ ନେଇଛି କମ୍‌, ଦେଇଛି ଅଧିକ ଚାକିରି

ନିଷ୍ପତ୍ତି ପାଇଁ ଚୂଡ଼ାନ୍ତ ଦାୟିତ୍ବ ବ୍ୟାଙ୍କକୁ ନେବା ଆବଶ୍ୟକ; ଭେଣ୍ଡର କିମ୍ବା ଆଲଗରିଦିମ ନୁହେଁ। ଆମେ ଏହା କହି ପାରିବା ନାହିଁ ଯେ ଏହି ନିଷ୍ପତ୍ତି ମଡେଲ ନେଇଛି। ତାହା ବ୍ୟାଙ୍କ, ଗ୍ରାହକ କିମ୍ବା ନିୟାମକ ସଂସ୍ଥା ପାଇଁ କଦାପି ଗ୍ରହଣଯୋଗ୍ୟ ଉତ୍ତର ନୁହେଁ ବୋଲି ମାଲହୋତ୍ରା ସ୍ପଷ୍ଟ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.