ARTICLE AD BOX
ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ବିଦେଶରେ ରଖିଥିବା ସୁନା ଭଣ୍ଡାରରୁ ୬୦.୧ ଟନ୍ ସୁନାକୁ ଭାରତକୁ ଫେରାଇ ଆଣିଛି। ୨୦୨୬ ଏପ୍ରିଲ୍ରୁ ସେପ୍ଟେମ୍ବର ମଧ୍ୟରେ ଏହି ସୁନା ଦେଶକୁ ଅଣାଯାଇଛି। ଫଳରେ ଭାରତରେ ରଖାଯାଇଥିବା ମୋଟ ସୁନା ଭଣ୍ଡାରର ଅଂଶ ୮୪ ପ୍ରତିଶତକୁ ବୃଦ୍ଧି ପାଇଛି। ରିଜର୍ଭ ବ୍ୟାଙ୍କର ଅର୍ଦ୍ଧବାର୍ଷିକ ବିଦେଶୀ ମୁଦ୍ରା ଭଣ୍ଡାର ରିପୋର୍ଟରୁ ଏହା ଜଣାପଡ଼ିଛି। ସେପ୍ଟେମ୍ବର ଶେଷ ସୁଦ୍ଧା ରିଜର୍ଭ ବ୍ୟାଙ୍କ ପାଖରେ ମୋଟ ୮୮୦.୫୨ ଟନ୍ ସୁନା ଥିଲା। ଏଥିରୁ ୭୪୦.୧୩ ଟନ୍ ସୁନା ଭାରତରେ ରଖାଯାଇଥିବା ବେଳେ ୧୪୦.୩୯ ଟନ୍ ସୁନା ବିଦେଶରେ ରହିଛି।
ବିଦେଶରେ ରଖାଯାଇଛି ଅବଶିଷ୍ଟ ସୁନା
ବିଦେଶରେ ଥିବା ସୁନା ଇଂଲଣ୍ଡର ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ ଫର୍ ଇଣ୍ଟରନ୍ୟାସନାଲ୍ ସେଟଲମେଣ୍ଟସ୍ରେ ସୁରକ୍ଷିତ ରଖାଯାଇଛି। ମାର୍ଚ୍ଚ ଶେଷ ସୁଦ୍ଧା ଭାରତରେ ମୋଟ ସୁନା ଭଣ୍ଡାରର ୭୭.୨୩ ପ୍ରତିଶତ ରହିଥିଲା। ଅବଶିଷ୍ଟ ସୁନା ବିଦେଶରେ ରଖାଯାଇଛି। ଏହି ସମୟରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟ ବୃଦ୍ଧି ପାଇଛି। ମାର୍ଚ୍ଚ ଶେଷରେ ଏହା ୬୯୧.୧୧ ବିଲିୟନ୍ ଡଲାର ଥିବାବେଳେ ସେପ୍ଟେମ୍ବର ଶେଷରେ ୭୩୭.୭୮ ବିଲିୟନ୍ ଡଲାରରେ ପହଞ୍ଚିଛି। ତେବେ ଅନ୍ତର୍ଜାତୀୟ ବଜାରରେ ସୁନା ଦର କମିବା ଯୋଗୁଁ ମୋଟ ବିଦେଶୀ ମୁଦ୍ରା ଭଣ୍ଡାରରେ ସୁନାର ମୂଲ୍ୟଗତ ଅଂଶ ୧୬.୭ ପ୍ରତିଶତରୁ ୧୪.୩୮ ପ୍ରତିଶତକୁ ଖସିଛି।

1 hour ago
1


