Rape: ପ୍ରେମ ଜାଲରେ ଫସାଇ ନାବାଳିକାଙ୍କୁ ଗର୍ଭବତୀ ଅଭିଯୋଗ, ଅଭିଯୁକ୍ତ ଗିରଫ

11 minutes ago 1
ARTICLE AD BOX

ବୈଶିଙ୍ଗା (ଦିପକ କୁମାର ସିଂହ): ନାବାଳିକାଙ୍କୁ ପ୍ରେମ ସମ୍ପର୍କରେ ଫସାଇ ତାଙ୍କ ସହ ବନ୍ଧୁତା ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ଗର୍ଭବତୀ କରିଥିବା ଅଭିଯୋଗରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ବୈଶିଙ୍ଗା ପୁଲିସ ଗିରଫ କରିଛି। ଗୁରୁବାର ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଡାକ୍ତରୀ ପରୀକ୍ଷା ଶେଷ କରି କୋର୍ଟ ଚାଲାଣ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମେରଦା ଗ୍ରାମର ପଙ୍କଜ ଡାଗରା (୨୬) ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ସହ ପରିଚିତ ହେବା ପରେ ତାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ଏହି ଘଟଣା ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିବା ସନ୍ଦେହ କରି ପରିବାର ଲୋକେ ତାଙ୍କୁ ପଚରାଉଚରା କରିଥିଲେ। ଏହାପରେ ନାବାଳିକା ଜଣକ ଘଟଣା ସମ୍ପର୍କରେ ନିଜ ମା’ଙ୍କୁ ଜଣାଇଥିଲେ।

Pregnant: ୩ ବର୍ଷରେ ୪୨୪୧ ନାବାଳିକା ଗର୍ଭବତୀ

ଏ ନେଇ ନାବାଳିକାଙ୍କ ମା’ ବୈଶିଙ୍ଗା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ କେସ୍‌ ନଂ ୬୪୨ରେ ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ଥାନାଧିକାରୀ ବାବା ଶଙ୍କର ସରାଫଙ୍କ ନେତୃତ୍ୱରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ପଙ୍କଜ ଡାଗରାଙ୍କୁ ଗିରଫ କରିଥିଲା। ଗୁରୁବାର ନାବାଳିକା ଓ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା କରାଯିବା ପରେ ଅପରାହ୍ନରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.