ARTICLE AD BOX
ନବରଙ୍ଗପୁର/ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବନାଞ୍ଚଳ ଅନ୍ତର୍ଗତ ଚିଡ଼ିଆପାରା ଗ୍ରାମରେ ଦୁଇ ବର୍ଷର ଶିଶୁକୁ ଏକ ଜଙ୍ଗଲୀ ଜନ୍ତୁ ଟାଣି ନେଇ ମାରି ଖାଇବା ଘଟଣାରେ ’ଜଙ୍ଗଲି ଜନ୍ତୁ’ର ଚିହ୍ନଟ ଏଯାଏଁ ହୋଇପାରିନାହିଁ। ପ୍ରଥମେ ଏହା ଚିତାବାଘର କାମ ବୋଲି ଅନୁମାନ କରାଯାଉଥିଲା, ବର୍ତ୍ତମାନ ଏହା ଏକ ହେଟାବାଘ ହୋଇଥାଇପାରେ ବୋଲି ବନ ବିଭାଗ କହିଛି। ତେବେ ଜନ୍ତୁଟିକୁ ଚିହ୍ନଟ କରିବାକୁ ବନ ବିଭାଗ ସ୍ବତନ୍ତ୍ର ଦଳ ଗଠନ କରି ଜଙ୍ଗଲରେ ତନାଘନା ଆରମ୍ଭ କରିଛି।
Terror in Raighar: ରାଇଘରରେ ଆତଙ୍କ: ଶିଶୁକନ୍ୟାକୁ ଝାମ୍ପିନେଲା ବାଘ
ଘଟଣାରେ ପ୍ରତ୍ୟକ୍ଷଦର୍ଶୀ ଥିବା ମୃତ ଶିଶୁର ବଡ଼ ଭଉଣୀଙ୍କୁ ମୋବାଇଲରେ ବିଭିନ୍ନ ଜଙ୍ଗଲୀ ଜନ୍ତୁଙ୍କ ଫଟୋ ଦେଖାଯାଇଥିଲା। ବାଘ, କଲରାପତରିଆ ବାଘ, ଚିତାବାଘ ଓ ହେଟାବାଘର ଫଟୋ ମଧ୍ୟରୁ ସେ ହେଟାବାଘକୁ ଚିହ୍ନଟ କରିଥିବା ସୂଚନା ମିଳିଛି। ତେବେ ଏହାକୁ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଅନ୍ୟପକ୍ଷରେ ଆଜି ନବରଙ୍ଗପୁର ଡିଏଫଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗର ରେପିଡ ରେସପନସ୍ ଟିମ୍(ଆରଆରଟି) ଚିଡ଼ିଆପାରା ଗ୍ରାମ ଓ ଆଖପାଖ ଜଙ୍ଗଲ ଅଞ୍ଚଳ ପରିଦର୍ଶନ କରିଛି। ଏହି ଟିମ୍ ସେଠାରେ ସପ୍ତାହକରୁ ଦଶଦିନ ଯାଏଁ ରହିବେ। ସନ୍ଦିଗ୍ଧ ଜନ୍ତୁର ଗତିବିଧି ଉପରେ ନଜର ରଖିବା ସହ ତାକୁ ଉଦ୍ଧାର କରିବା ପାଇଁ ଟ୍ରାପ୍ କ୍ୟାମେରା ଓ ଯନ୍ତା ଲଗାଯାଇଛି।
ଚନ୍ଦାହାଣ୍ଡି ପରେ ରାଇଘରରେ ୬ ବର୍ଷୀୟ ଶିଶୁକନ୍ୟାକୁ ୫୦ରୁ ଊର୍ଦ୍ଧ୍ବ ଚେଙ୍କ
ଅପରପକ୍ଷରେ ନିୟମ ଅନୁଯାୟୀ ବନ ବିଭାଗ ପକ୍ଷରୁ ଦଶ ଲକ୍ଷ ଟଙ୍କାର ଅନୁକମ୍ପାମୂଳ ସହାୟତା ରାଶି ଘୋଷଣା କରାଯାଇଛି । ପ୍ରାଥମିକ ଭାବେ ତୁରନ୍ତ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଅନ୍ୟ ବ୍ୟାଙ୍କ ଡକ୍ୟୁମେଣ୍ଟ ଓ କାଗଜପତ୍ର ଆସିବା ପରେ ବାକି ୯ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ନବରଙ୍ଗପୁର ଡିଏଫଓ କହିଛନ୍ତି। ସେଠାରେ ମିଳିଥିବା ପାଦ ଚିହ୍ନରୁ ଚିତାବାଘ କି ହେଟାବାଘ ସ୍ପଷ୍ଟ ହୋଇନି। ତେବେ ଉକ୍ତ ଅଂଚଳରେ ହେଟାବାଘ ବୁଲୁଥିବା ସୂଚନା ରହିଛି। ଥରେ ହେଟାବାଘ ମିଳିଲେ ତାହାର (ସାଲେଇଭା)ଲାଳ ଓ ମୃତ ଝିଅର ରକ୍ତ ଆଦିକୁ ନେଇ ଡିଏନଏ ପରୀକ୍ଷା କଲେ ତାହା ସ୍ପଷ୍ଟ ହୋଇପାରିବ।
Road Block: ବେହେଡ଼ା ପୋଲ ଉପରେ ୫ ଫୁଟର ପାଣି, ଉମରକୋଟ ଓ ରାଇଘର ମଧ୍ୟରେ ଯାତାୟତ ବନ୍ଦ
ସୂଚନାଯୋଗ୍ୟ ଚଳିତ ମାସ ୨୩ ତାରିଖ ରାତିରେ ଘର ପିଣ୍ଡାରୁ ଜଣେ ଦୁଇ ବର୍ଷର ଶିଶୁକୁ ଏକ ଜଙ୍ଗଲୀ ଜନ୍ତୁ ଉଠାଇ ନେଇଯାଇଥିଲା। ପରଦିନ ଜଙ୍ଗଲ ଭିତରୁ ଶିଶୁଟିର ମୃତଦେହର ବିଭିନ୍ନ ଅଂଶ ଉଦ୍ଧାର ହୋଇଥିଲା।

15 minutes ago
1


