Stage One-Day Strike ୧୨ ଦଫା ଦାବିରେ ଆୟକର ବିଭାଗ କର୍ମଚାରୀଙ୍କ ଦିନିକିଆ ’କାର୍ଯ୍ୟବନ୍ଦ’ ଆନ୍ଦୋଳନ

19 minutes ago 1
ARTICLE AD BOX

ଭୁବନେଶ୍ବର: ଆୟକର ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କର ସମସ୍ୟାଗୁଡ଼ିକ ଅନେକ ଦିନ ଧରି ସମାଧାନ ହୋଇପାରିନାହିଁ। ଏହାର ପ୍ରତିବାଦରେ ଆଜି (ଗୁରୁବାର) ଆୟକର କର୍ମଚାରୀ ମହାସଂଘ (ITEF) ଓ ଆୟକର ରାଜପତ୍ରିତ ଅଧିକାରୀ ସଂଘ (ITGOA)ର ଯୁଗ୍ମ କାର୍ଯ୍ୟାନୁଷ୍ଠାନ ପରିଷଦ (JCA)ର ଭୁବନେଶ୍ୱର ଶାଖା ପକ୍ଷରୁ ଦିନିକିଆ କାର୍ଯ୍ୟବନ୍ଦ କରାଯାଇଛି। 

IT Employees Federation ଓଡିଶା ଆୟକର କର୍ମଚାରୀ ମହାସଂଘର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ
କର୍ମଚାରୀମାନେ ନିଜର ୧୨ ଦଫା ଦାବି ସମ୍ପର୍କରେ ସିବିଡିଟିକୁ ଅବଗତ କରାଇଛନ୍ତି।  ଏହି ଦାବିଗୁଡ଼ିକ ମଧ୍ୟରେ,  ନିୟମିତ ପଦୋନ୍ନତି, ନିଯୁକ୍ତି ନିୟମାବଳୀ, ଭାରତୀୟ ରାଜସ୍ୱ ସେବା(IRS)ର ନିଯୁକ୍ତି ନିୟମାବଳୀରେ ପରିବର୍ତ୍ତନ, ବଦଳି ନୀତି, ଆନ୍ତଃଚାର୍ଜ ସ୍ଥାନାନ୍ତରଣ (Inter-Charge Transfer) ନୀତିର ପୁନଃ ପ୍ରଚଳନ, କର୍ମଚାରୀଙ୍କ କାର୍ଯ୍ୟ ପରିବେଶ ଓ ପ୍ରଶାସନିକ ଭିତ୍ତିଭୂମିର ବିକାଶ ଆଦି ପ୍ରସଙ୍ଗ ରହିଛି। 

Conference: ଓଡ଼ିଶା ଆୟକର କର୍ମଚାରୀ ଓ ଗେଜେଟେଡ୍‌ ଅଧିକାରୀ ସଂଘର ମିଳିତ ଦ୍ବିବାର୍ଷିକ ଅଧିବେଶନ ଉଦ୍‌ଯାପିତ
ଆୟକର ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସ୍ୱାର୍ଥ ତଥା ବିଭାଗର ସୁଚାରୁ କାର୍ଯ୍ୟ ପରିଚାଳନା ନିମନ୍ତେ ନ୍ୟାୟସଙ୍ଗତ ଦାବିଗୁଡ଼ିକର ତ୍ୱରିତ ସମାଧାନ ପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ତୁରନ୍ତ ଗଠନମୂଳକ ପଦକ୍ଷେପ ଗ୍ରହଣ କରୁ ବୋଲି ଯୁଗ୍ମ କାର୍ଯ୍ୟାନୁଷ୍ଠାନ ପରିଷଦ ପକ୍ଷରୁ ଦାବି କରାଯାଇଛି। କର୍ମଚାରୀମାନଙ୍କ ଦାବି ପୁରଣ ନହେଲେ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ରତର କରାଯିବା ନେଇ ଉଭୟ ସଂଘର ଅଗ୍ରଣୀ ନେତୃବୃନ୍ଦ ସୂଚନା ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.