Digital Wallet for Ration Beneficiaries ଖାଦ୍ୟ ଯୋଗାଣ ବିଭାଗ ଓ ପିଏନ୍‌ବି ମଧ୍ୟରେ ବୁଝାମଣା, ହିତାଧିକାରୀଙ୍କ ପାଇଁ ହେବ ଡିଜିଟାଲ୍‌ ‌ୱାଲେଟ୍‌

20 minutes ago 1
ARTICLE AD BOX

ଭୁବନେଶ୍ୱର: ରାଜ୍ୟର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସୁଦୃଢ଼ ଓ ପ୍ରଯୁକ୍ତିଭିତ୍ତିକ କରିବା ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାଦ୍ବାରା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା (CBDC)ର ଉପଯୋଗ ବୃଦ୍ଧି ପାଇବ। ଏହି ଆପ-ଭିତ୍ତିକ ପୈଠ ଦ୍ୱାରା ନଗଦ କାରବାର ରୋକିବା ସହ ସ୍ୱଚ୍ଛତା ବଜାୟ ରହି ପାରିବ।

Ration Card Online Apply: ନୂଆ ରାସନ କାର୍ଡ କିପରି କରିବେ?
ଏହି ଯୋଜନାକୁ ପ୍ରଥମ ପର୍ଯ୍ୟାୟରେ ଖୋରଧା ଓ କଟକ ଜିଲ୍ଲାରେ ପାଇଲଟ୍ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରାଯିବ। ଏହା ମାଧ୍ୟମରେ ଯୋଜନାର କାର୍ଯ୍ୟକାରିତା ଓ ପରିଚାଳନାଗତ ବ୍ୟବସ୍ଥାର ସଫଳତା ଆକଳନ କରାଯିବା ସହ ପିଏମ୍‌ଜିକେଏୱାଇ ଅଧୀନରେ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରାର ବ୍ୟବହାରକୁ ସୁଗମ କରାଯିବ।

Ration card: ମଦ ପାଇଁ ରାସନ କାର୍ଡ ବନ୍ଧା ପଡୁଛି: ଗାଁକୁ ନିଶାମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା

ଆଜି (ଗୁରୁବାର) ଲୋକସେବା ଭବନରେ ବୁଝାମଣା ପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମରେ  ବିଭାଗର ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ ଡ ଗୁଣନିଧି ପରିଡ଼ା ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଉପମହାପ୍ରବନ୍ଧକ ରାଜ କୁମାର ସିଂହ ଚୁକ୍ତିପତ୍ର ସ୍ବାକ୍ଷର କରିଥିଲେ।  ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଓ ପିଏନ୍‌ବିର ଓଡ଼ିଶା ଜୋନାଲ ମୁଖ୍ୟ ତଥା ମହାପ୍ରବନ୍ଧକ ଭୂଷଣ ଶର୍ମା,  ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅତିରିକ୍ତ ଶାସନ ସୁଦାମ ଚରଣ ମଣ୍ଡଳ ଓ ଶ୍ରୀକାନ୍ତ କୁମାର ବେହୁରା,  ଅର୍ଥ ପରାମର୍ଶଦାତା ତଥା ଅନୁଶାସନ ସଚିବ ପୁଷ୍ପଶ୍ରୀ ସାହୁ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସହକାରୀ ମହାପ୍ରବନ୍ଧକ ଆକାଶ ମହାନ୍ତି ଏବଂ ମୁଖ୍ୟ ପ୍ରବନ୍ଧକ (ସୂଚନା ପ୍ରଯୁକ୍ତି) ରଜନୀଶ କାନୱତଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.