ARTICLE AD BOX
କଟକ: ମହୁଲ ଫୁଲ ଓ କାଜୁରୁ ପ୍ରସ୍ତୁତ ଦେଶୀ ମଦର ଏକ ଦୋକାନ ବନ୍ଦ ସଂପର୍କିତ ଆଦେଶ କାର୍ଯ୍ୟକାରୀ ଉପରେ ଜାରି ଅନ୍ତରୀଣ ରହିତାଦେଶ ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଗୁରୁତର ସହ ଗ୍ରହଣ କରିଛନ୍ତି। ଏହି ମାମଲାରେ ରାଉରକେଲାସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କୁ ନଭେମ୍ବର ୨୭ ପୂର୍ବାହ୍ଣ ୧୦ଟା ୩୦ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।
Highcourt: ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଂଗକୁ ନେଇ ଜନସ୍ବାର୍ଥ ମାମଲା, ଏକ ସପ୍ତାହ ଭିତରେ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜେଶ କୁମାର ସାହୁଙ୍କ ଆବେଦନର ଶୁଣାଣି କରି କହିଛନ୍ତି, ନଭେମ୍ବର ୧୨ର ଅନ୍ତରୀଣ ନିର୍ଦ୍ଦେଶ ଇଚ୍ଛାକୃତ ଭାବେ ଉଲ୍ଲଂଘନ କରାଯାଇଛି। ଏଣୁ ତାଙ୍କ ବିରୋଧରେ କାହିଁକି ଅଦାଲତ ଅବମାନନା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ ସେନେଇ ବ୍ୟକ୍ତିଗତ ଭାବେ ହାଜର ହୋଇ ଆଞ୍ଚଳିକ ଅଧିକାରୀ ସ୍ପଷ୍ଟୀକରଣ ରଖିବେ ବୋଲି ହାଇକୋର୍ଟ କହିଛନ୍ତି।
Delhi Highcourt :ଭିଡ଼ ନିୟନ୍ତ୍ରଣ କାର୍ଯ୍ୟକାରୀ କରିବାକୁ ରେଳବାଇକୁ କହିଲେ ଦିଲ୍ଲୀ ହାଇକୋର୍ଟ
ଏଠାରେ ସୂଚନା ଯୋଗ୍ୟ ଯେ ଆବେଦନକାରୀଙ୍କ ମଦ ଦୋକାନ ବନ୍ଦ ସଂପର୍କିତ ନଭେମ୍ବର ୧୧ର ନିର୍ଦ୍ଦେଶ କାର୍ଯ୍ୟକାରୀ ଉପରେ ହାଇକୋର୍ଟ ନଭେମ୍ବର ୧୨ରେ ଅନ୍ତରୀଣ ରୋକ ଲଗାଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶ ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ କରାଯାଇ ନଥିଲା ଓ ଆବେଦନକାରୀଙ୍କୁ ଦୋକାନ ଖୋଲିବାକୁ ଅନୁମତି ମିଳି ନଥିଲା ବୋଲି ଆବଦେନକାରୀ ଦର୍ଶାଇଛନ୍ତି।
Highcourt: ହାଇକୋର୍ଟରେ ନର୍ଲା ନିର୍ବାଚନୀ ମୋକଦ୍ଦମା, ପୁଣି ଥରେ ଶୁଣାଣି ଆରମ୍ଭ ପ୍ରସଂଗ, ବିଧାୟିକା ନୋଟିସ ପାଇଛନ୍ତି ବୋଲି ଗ୍ରହଣ କରାଯିବ
ମାମଲାର ବିବରଣୀରୁ ପ୍ରକାଶ ଯେ ମହୁଲ ଫୁଲ କିମ୍ବା କାଜୁରୁ ପ୍ରସ୍ତୁତ ମଦ ଦୈନିକ ୧୦ କିଲୋଲିଟର ପର୍ଯ୍ୟନ୍ତ ଉତ୍ପାଦନ କ୍ଷେତ୍ରରେ ପରିବେଶ ମଞ୍ଜୁରୀ ପ୍ରମାଣପତ୍ର ଆବଶ୍ୟକତାକୁ ନେଇ କେନ୍ଦ୍ର ସରକାରଙ୍କ ଚିଠା ବିଜ୍ଞପ୍ତି ଆଧାରରେ ଆବେଦନକାରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ୧୦ କିଲୋଲିଟରରୁ କମ୍ ବର୍ଗରେ ଆସୁଥିବାରୁ ପରିବେଶ ମଞ୍ଜୁରୀ ପ୍ରମାଣପତ୍ର ତାଙ୍କ କ୍ଷେତ୍ରରେ ଲାଗୁ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଥିଲା। ପୂର୍ବରୁ ଚୂଡ଼ାନ୍ତ ବିଜ୍ଞପ୍ତି ଉପସ୍ଥାପନ ପାଇଁ ପ୍ରତିପକ୍ଷଙ୍କ ତରଫରୁ ସମୟ ନିଆଯାଇଥିଲେ ମଧ୍ୟ ତାହା ଦାଖଲ ନ କରି ଦୋକାନ ବନ୍ଦ ନିର୍ଦ୍ଦେଶ ଜାରି କରାଯିବାକୁ ନେଇ ପୂର୍ବରୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ମଦ ଦୋକାନ ବନ୍ଦ ସଂପର୍କିତ ନଭେମ୍ବର ୧୧ର ନିର୍ଦ୍ଦେଶ କାର୍ଯ୍ୟକାରୀ ଉପରେ ହାଇକୋର୍ଟ ନଭେମ୍ବର ୧୨ରେ ଅନ୍ତରୀଣ ରୋକ ଲଗାଇଥିଲେ। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସାଇବ୍ରତ ରଥ ସହାୟତା କରୁଛନ୍ତି।

21 minutes ago
1


