Rayagada: ରାୟଗଡ଼ାରେ ଇଣ୍ଡି ମେଣ୍ଟର ପରିବର୍ତ୍ତନ ରାଲି: ଏମ୍ଏମ୍‌ଡିଆର୍‌ ସଂଶୋଧନ ଆଇନ ରଦ୍ଦ ଦାବି

6 days ago 6
ARTICLE AD BOX

ରାୟଗଡ଼ା: ଏମ୍ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ରଦ୍ଦ ଦାବିରେ ଇଣ୍ଡି ମେଣ୍ଟର ପ୍ରତିବାଦ ରାଲି ଓ ପରିବର୍ତ୍ତନ ସମାବେଶ ରାୟଗଡ଼ାରେ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କ ନେତୃତ୍ୱରେ ସମାବେଶରେ କଂଗ୍ରେସ ସମେତ ସିପିଆଇ, ସିପିଆଇ (ଏମ୍‌), ସିପିଆଇ (ଏମ୍ଏଲ୍) ଲିବରେସନ୍‌, ସମାଜବାଦୀ ପାର୍ଟିର ନେତୃବର୍ଗ ଏମ୍‌ଏମ୍‌ଡିଆର୍‌କୁ କଳା ଆଇନ ଆଖ୍ୟା ଦେଇ ତୁରନ୍ତ ପ୍ରତ୍ୟାହାର ଦାବି କରିଥିଲେ। ଆସନ୍ତା ୨୯ରେ ବିଧାନସଭା ସମ୍ମୁଖରେ ବିଶାଳ ବିକ୍ଷୋଭ ପାଇଁ ଆହ୍ୱାନ ଦେଇଥିଲେ।
ସୁପ୍ରିମକୋର୍ଟଙ୍କ ୨୦୨୪ ଜୁଲାଇ ୨୫ତାରିଖ ଆଦେଶ ଅନୁସାରେ ଖଣିଜ ସମ୍ପଦରୁ ରାଜ୍ୟ ସରକାର କର ଓ ରାଜସ୍ୱ ଆଦାୟ କରିପାରିବେ। ୨୦୦୫ରୁ ୨୦୨୪ ମଧ୍ୟରେ ବକେୟା କର ମଧ୍ୟ ଆଦାୟ କରିପାରିବେ। ଓଡ଼ିଶାର କର ଓ ରାଜସ୍ବ ଆଦାୟ କ୍ଷମତାରେ ରୋକ୍‌ ଲଗାଇବାକୁ ଏନ୍‌ଡିଏ ସରକାର ଏମ୍ଏମ୍‌ଡିଆର୍ ସଂଶୋଧନ ଆଇନ ପାରିତ କଲେ। ଏହାଦ୍ବାରା ପ୍ରଦୂଷଣର ଶିକାର ହେବ ଓଡ଼ିଶା। ପୁଞ୍ଜିପତି ଆଦାନୀ ଲାଭ ନେବେ ଓ ଚାନ୍ଦା ନେବ ବିଜେପି। ଏହି ଷଡ଼ଯନ୍ତ୍ର ବିରୋଧରେ ଓଡ଼ିଶାବାସୀ ଏକଜୁଟ ହେବାକୁ ନେତୃବୃନ୍ଦ ଆହ୍ବାନ ଦେଇଥିଲେ।

Suspend: କେନ୍ଦ୍ରମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲାଞ୍ଚ ଅଭିଯୋଗରେ ଅଧିକାରୀ ନିଲମ୍ବିତ

ପରିବର୍ତ୍ତନ ରାଲିରେ ପିସିସି ସଭାପତି ଭକ୍ତ ଚରଣ ଦାସ, ପିସିସି ଇନ୍‌ଚାର୍ଜ ଲାଲାଜୀ ଦେଶାଇ, ସହପ୍ରଭାରୀ ଜି.ଟି କୁସୁମ୍, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଓ ଶରତ ପଟ୍ଟନାୟକ, ରାୟଗଡ଼ା ବିଧାୟକ କାଡ୍ରାକା ଆପଲସ୍ୱାମୀ, ବିଷମକଟକ ବିଧାୟକ ନୀଳମାଧବ ହିକକା ଏବଂ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ମହିଳା କଂଗ୍ରେସ ରାଜ୍ୟ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲୋ, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବାମପନ୍ଥୀ ତଥା ଅନ୍ୟାନ୍ୟ ଦଳର ନେତା କେନ୍ଦ୍ର ସରକାରଙ୍କୁ କଡ଼ା ଭର୍ତ୍ସନା କରିଥିଲେ। ସିପିଆଇ ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ସିପିଏମ୍ ରାଜ୍ୟ ସମ୍ପାଦକ ଜୟନ୍ତ ଦାସ, ପୂର୍ବତନ ସିପିଆଇ (ଏମ୍‌ଏଲ୍‌) ବିଧାୟକ ରାଧାକାନ୍ତ ସେଠୀ, ସମାଜବାଦୀ ପାର୍ଟି ଓଡ଼ିଶା ସଭାପତି ଶିବହାତୀ ଯାଦବ ଏଥିରେ ସାମିଲ ହୋଇଥିଲେ। ପିସିସି ଉପସଭାପତି କୃଷ୍ଣ ସଗରିଆ, ରାୟଗଡ଼ା ଡିସିସି ଉପସଭାପତି ଶଙ୍କର୍ଷଣ ମଙ୍ଗରାଜ ଏବଂ କୋରାପୁଟ ଡିସିସି ସଭାପତି ରୂପକ ତୁରୁକଙ୍କ ସମେତ ରାୟଗଡ଼ା ଓ କୋରାପୁଟର ଶତାଧିକ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ। ପିସିସି ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଥିଲା।

Horoscope 2026 September 22: ଜାଣନ୍ତୁ ଆଜିର ରାଶିଫଳ...

Read Entire Article
LEFT SIDEBAR AD

Hidden in mobile, Best for skyscrapers.