ARTICLE AD BOX
କୃଷ୍ଣପ୍ରସାଦ ଦାସ
କଟକ: ରେଭେନ୍ସା କଲେଜ ଏବଂ ପରବର୍ତ୍ତୀ ସମୟରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଅଧିକାଂଶ ସମୟରେ ଶାସକ ଦଳକୁ ଚକ୍ମା ଦେଇ ଆସିଛି। ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ନିଜ ଶକ୍ତିରେ ସରକାର ଗଢ଼ିଥିବା ବେଳେ ୮ବର୍ଷ ପରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ଛାତ୍ର ସଂଗଠନ ଏବିଭିପି ଜରିଆରେ ଦଖଲ କରିବାର ଜୋରଦାର ପ୍ରୟାସ କରିଥିଲା। ସ୍ଥାନୀୟ ବିଧାୟକ ସୌଭିକ ବିଶ୍ବାଳ ଓ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳଙ୍କ ସମର୍ଥନରେ ବିଜୟକୁ ନେଇ ଦୃଢ଼ ନିଶ୍ଚିତ ଥିବା ବେଳେ ଫଳାଫଳ କିନ୍ତୁ ବିଜୁ ଛାତ୍ର ଜନତା ଦଳ ସପକ୍ଷରେ ଗଲା। କିନ୍ତୁ ରାଜ୍ୟରେ ସରକାରରେ ଥିବା ଦଳ ବିରୋଧରେ ଫଳାଫଳ ରେଭେନ୍ସାରେ ନୂଆ ନୁହେଁ।
Vedanta: କଳାହାଣ୍ଡିରେ ବେଦାନ୍ତ ପକ୍ଷରୁ ୩୩୮ଟି ବିଦ୍ୟୁତ୍ଚାଳିତ ସ୍ପ୍ରେୟର ବଣ୍ଟନ
ବିଜୁ ବାବୁଙ୍କ ସରକାର ସମୟରେ ହାରି ଯାଇଥିଲେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା
୨୦୧୬-୧୭ରେ ହୋଇଥିବା ଶେଷ ନିର୍ବାଚନରେ ରେଭେନ୍ସାରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ପ୍ରାର୍ଥୀ ବିଜୟୀ ହୋଇପାରି ନଥିଲେ। ସେତେବେଳେ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯଥେଷ୍ଟ ଅଧିକ ଥାଇ ମଧ୍ୟ ବିସିଜେଡି ପ୍ରାର୍ଥୀ ସଭାପତି ପଦ ହାତେଇ ପାରି ନଥିଲେ। ସେହି ସମୟର ପୂର୍ବ ୫/୬ ବର୍ଷର ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ଅନୁଧ୍ୟାନ କଲେ ଦେଖାଯିବ ଯେ ଅଧିକ ଥର ବିସିଜେଡି ପ୍ରାର୍ଥୀ ସଭାପତି ପଦରେ ପରାସ୍ତ ହୋଇଛନ୍ତି। ୨୦୧୬-୧୭ରୁ ପୂର୍ବ ୬ ବର୍ଷ ମଧ୍ୟରେ ହରିଶଙ୍କର ରାଉତ, ସ୍ଥିତପ୍ରଜ୍ଞ ଦାସ ବିସିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ବେଳେ ଭେଲମନ୍ ନାୟାର, ଶ୍ରୀକାନ୍ତ ପରିଡ଼ା, ସୌଭାଗ୍ୟ ସ୍ବାଇଁ ଓ ଲଲାଟକେଶରୀ ଦାସ ପ୍ରମୁଖ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦ୍ବିତା କରି ନିର୍ବାଚିତ ହୋଇଥିଲେ। ଅବଶ୍ୟ ପରବର୍ତ୍ତୀ ସମୟରେ ସେମାନେ ଛାତ୍ର ନେତା ଶିଶିର ପରିଜାଙ୍କ ନେତୃତ୍ବରେ ଛାତ୍ର ବିଜେଡି ସହ ସଂପୃକ୍ତ ହୋଇଥିଲେ। ଅନ୍ୟପଟେ ଛାତ୍ର ବିଜେଡିରେ ଥିବା ହରିଶଙ୍କର କଂଗ୍ରେସକୁ ଚାଲି ଯାଇଥିଲେ।
Mohan Bhagwat: ପରିସ୍ଥିତିରୁ ପଳାୟନ କରନ୍ତୁ ନାହିଁ, ତାହାର ସମ୍ମୁଖୀନ ହୁଅନ୍ତୁ: ମୋହନ ଭାଗବତ
କେବଳ ନବୀନଙ୍କ ସରକାର ସମୟରେ ନୁହେଁ, ବିଜୁ ପଟ୍ଟନାୟକ ଓ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସରକାର ସମୟରେ ବି ରେଭେନ୍ସା ଏ ପ୍ରକାର ଚକ୍ମା ଦେଇଆସିଛି। ୧୯୯୦-୯୧ରେ ଯେତେବେଳେ ବିଜୁ ପଟ୍ଟନାୟକ ଲୋକପ୍ରିୟତାର ଶୀର୍ଷରେ ରହି ଦ୍ବିତୀୟ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ ସେହି ବର୍ଷ ବିଜୁ ବାବୁଙ୍କ ପ୍ରାର୍ଥୀ ଭାବେ ରେଭେନ୍ସାରେ ହାଇପ୍ରୋଫାଇଲ ନିର୍ବାଚନ ଲଢ଼ିଥିବା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଏଆଇଡିଏସ୍ଓ ପ୍ରାର୍ଥୀ ତପନ ମିଶ୍ରଙ୍କଠାରୁ ହାରି ଯାଇଥିଲେ। ବିଜୁ ବାବୁଙ୍କ ଦ୍ବିତୀୟ ପାଳି ଶାସନର ୫ ବର୍ଷରେ ୩ ଥର ଅଣ ଛାତ୍ର ଜନତା ଦଳ ପ୍ରାର୍ଥୀ ରେଭେନ୍ସା ଛାତ୍ର ସଂସଦର ସଭାପତି ହୋଇଥିଲେ। ବିଜୁ ବାବୁଙ୍କ ପୂର୍ବରୁ ଯେତେବେଳେ ଜାନକୀ ୟବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସର ଲମ୍ବା ସମୟ ସରକାର ଥିଲା, ସେତେବେଳେ ରେଭେନ୍ସାରେ ଅଧିକାଂଶ ବର୍ଷ ଅଣ ଛାତ୍ର କଂଗ୍ରେସ ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ। ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ତ୍ରିଲୋଚନ ମହାନ୍ତି, ବଦ୍ରି ନାରାୟଣ ମହାନ୍ତିଙ୍କ ଭଳି ଛାତ୍ର ନେତା ସେ ସମୟରେ ଛାତ୍ର କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରି ରେଭେନ୍ସା ଛାତ୍ର ସଂସଦର ସଭାପତି ନିର୍ବାଚିତ ହୋଇଥିଲେ। ଚଳିତ ବର୍ଷ ରେଭେନ୍ସାରେ ସଭାପତି ପଦରେ ବିସିଜେଡି ଓ ସାଧାରଣ ସଂପାଦକ ପଦରେ ଏବିଭିପି ପ୍ରାର୍ଥୀଙ୍କ ବିଜୟ ରେଭେନ୍ସା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଗଣତାନ୍ତ୍ରିକ ସଚେତନତା ଓ ସତର୍କତାକୁ ପୁଣି ଥରେ ପ୍ରମାଣିତ କରିଛି।

1 hour ago
1


