ARTICLE AD BOX
ଭୁବନେଶ୍ବର: ଦୀପାବଳି ଓ ଧନତେରସ୍ ଅବସରରେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର୍ ଘୋଷଣା କରିଛି ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍। ରାଜ୍ୟରେ ମାଲାବାରର ସମସ୍ତ ସୋରୁମ୍ରେ ଏହି ସ୍ୱତନ୍ତ୍ର ଅଭିଯାନ ଆସନ୍ତା ନଭେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ। ଚନ୍ଦ୍ରଶେଖରପୁରସ୍ଥିତ ସୋରୁମ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଅଭିଯାନକୁ ଅଭିନେତ୍ରୀ ତଥା ପ୍ରଚ୍ଛଦପଟ ଗାୟିକା ଇପ୍ସିତା ସାହୁ ଉଦ୍ଘାଟନ କରିଛନ୍ତି। ପାର୍ବଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ କମ୍ପାନି ପକ୍ଷରୁ ବିଭିନ୍ନ ପ୍ରକାର ଗହଣା ଉପରେ ରିହାତି ଘୋଷଣା କରାଯାଇଛି।
Fire: ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର; ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
ସୁନା ଗହଣାର ଗଢ଼ା ମଜୁରି ଉପରେ ୩୦% ପର୍ଯ୍ୟନ୍ତ ରିହାତି ମିଳିବ। ସେହିପରି ହୀରା ମୂଲ୍ୟ ଉପରେ ୩୦% ପର୍ଯ୍ୟନ୍ତ ରିହାତି ସହ ଏରା, ପ୍ରେସିଆ ଗହଣା ଓ ରୁପା ଗହଣାର ଗଢ଼ା ମଜୁରିରେ ମଧ୍ୟ ୩୦% ପର୍ଯ୍ୟନ୍ତ ଛାଡ଼ ମିଳିବ। ଏଥିସହିତ ଗ୍ରାହକମାନେ ଧନତେରସ୍ ପାଇଁ ୧୦ ପ୍ରତିଶତ ଅର୍ଥ ଆଗୁଆ ପ୍ରଦାନ କରି ଗହଣା ବୁକ୍ କରିପାରିବେ। ଏହାଦ୍ବାରା ସେମାନେ ବୁକ୍ ହୋଇଥିବା ଦରରେ କିମ୍ବା ପ୍ରଚଳିତ ମୂଲ୍ୟ, ଯେଉଁଟି କମ୍, ସେଥିରେ ଗହଣା କିଣିପାରିବେ। ଏଥିସହିତ ପ୍ରତ୍ୟେକ ଅଗ୍ରିମ ପାଇଁ ଗ୍ରାହକ ରୁପା ମୁଦ୍ରା ମାଗଣା ପାଇବେ। ଏହି ପାର୍ବଣ ଅଭିଯାନରେ କମ୍ପାନି ମନହାରୀ, ଚିତ୍ରାଙ୍ଗୀ ଓ ଜୁଲ୍ ସମେତ ଏରା, ପ୍ରେସିଆ ଓ ମାଇନ୍ ହୀରା କଲେକ୍ସନକୁ ପ୍ରଦର୍ଶିତ କରିଛି।

1 hour ago
1


