Bear Attack: କଣ୍ଟାବାଞ୍ଜିରେ ଭାଲୁ ଆତଙ୍କ: ଆକ୍ରମଣରେ ଜଣେ ମୃତ, ମୃତକଙ୍କ ପରିଚୟ ଅସ୍ପଷ୍ଟ

1 hour ago 1
ARTICLE AD BOX

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମୃତକଙ୍କ ପରିଚୟ ଏଯାଏଁ ଜଣାପଡ଼ିନଥିବା ବେଳେ ତାଙ୍କ ମୃତଦେହ କଣ୍ଟାବାଞ୍ଜି ଡାକ୍ତରଖାନାରେ ରହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ଚିଲ୍ଡ୍ରେନ୍ସ ପାର୍କ ନିକଟରେ ଜଣେ ବ୍ୟକ୍ତିଙ୍କୁ ଭାଲୁ ଆକ୍ରମଣ କରିଥିଲା। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ତୁରନ୍ତ ସେଠାରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲା। ତେବେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ଜଣାପଡ଼ିନଥିବାରୁ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି

ପୁଲିସ ଏ ସମ୍ପର୍କରେ ବନ ବିଭାଗକୁ ସୂଚନା ଦେଇଥିଲା। ଖବର ପାଇ ସକାଳେ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ଏଥିସହ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।

Farmer Dies: ପାରଳାଖେମୁଣ୍ଡି କଲେଜ ରୋଡ୍‌ରେ ଅଟୋ ଧକ୍କା, ଚାଷୀଙ୍କ ମୃତ୍ୟୁ

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତ ସପ୍ତାହେ ହେବ ଏହି ଅଞ୍ଚଳରେ ଭାଲୁ ଚଳପ୍ରଚଳ କରୁଥିବା ଦେଖାଯାଉଛି। ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଆହୁରି ବଢ଼ିଯାଇଛି। ଜନବସତି ଅଞ୍ଚଳରେ ଭାଲୁଙ୍କ ଚଳପ୍ରଚଳ ରୋକିବା ସହ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବନ ବିଭାଗ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.