ARTICLE AD BOX
କୋଲକାତା: ଦୁର୍ଗାପୂଜା ପାଇଁ ସାରା ସହର ଚଳଚଞ୍ଚଳ। ଏହି ଅବସରରେ କୋଲକାତାସ୍ଥିତ ଚୋରବାଗାନର ସାରଦା ପାର୍କ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ଯୋଗ ଦେଇଥିଲେ ହଜାର ହଜାର ଶ୍ରଦ୍ଧାଳୁ। ହଟାଠ୍ ମାଡ଼ି ଆସିଲା ଭୟଙ୍କର ବର୍ଷା। ବର୍ଷାରୁ ରକ୍ଷା ପାଇବା ପାଇଁ ବିକଳରେ ଛୁଆପିଲାଙ୍କୁ ଧରି ମଣ୍ଡପ ଭିତରେ ଆଶ୍ରୟ ନେବାପାଇଁ ଦୌଡ଼ି ଯାଇଥିଲେ ଶ୍ରଦ୍ଧାଳୁ। ହେଲେ କିଏ ଜାଣିଥିଲା, ସେହି ମଣ୍ଡପ ହିଁ ପାଲଟିଯିବ ମୃତ୍ୟୁର ଫାଶ! ଚାହୁଁ ଚାହୁଁ ଭିଡ଼, ଠେଲାପେଲା ଆଉ ଆତଙ୍କ ଭିତରେ ଖେଳିଗଲା ମୃତ୍ୟୁର ବିଭୀଷିକା। ଉତ୍ସବର ମାହୋଲ ମୁହୂର୍ତ୍ତକରେ ବଦଳିଗଲା ଛାତିଥରା ଦୃଶ୍ୟରେ। ଯେଉଁଠି କିଛି ସମୟ ପୂର୍ବରୁ ଥିଲା ଭକ୍ତି ଓ ଆନନ୍ଦର ପରିବେଶ, ସେଠାରେ ଶୁଭିଲା ଚିତ୍କାର ଓ ଆର୍ତ୍ତନାଦ।
ପଶ୍ଚିମବଙ୍ଗର କୋଲକାତାସ୍ଥିତ ଚୋରବାଗାନର ସାରଦା ପାର୍କ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ଘଟିଥିବା ଭୟଙ୍କର ଦଳାଚକଟାରେ ଏବେ ମୃତ୍ୟୁ ସଂଖ୍ୟା ୧୯ ଓ ଆହତଙ୍କ ସଂଖ୍ୟା ୪୦ରୁ ଅଧିକକୁ ବୃଦ୍ଧି ପାଇଛି। ପ୍ରବଳ ଭିଡ଼, ସଂକୀର୍ଣ୍ଣ ପ୍ରବେଶ ଓ ପ୍ରସ୍ଥାନ ପଥ, ଅନ୍ଧାର ଏବଂ ବର୍ଷା ଯୋଗୁଁ ପରିସ୍ଥିତି ଅଧିକ ଭୟାବହ ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରୁ ଜଣାପଡ଼ିଛି।
ଶନିବାର ସନ୍ଧ୍ୟାରେ ଚୋରବାଗାନର ୯୧ତମ ଦୁର୍ଗାପୂଜା ଦେଖିବାକୁ ହଜାର ହଜାର ଲୋକ ଆସିଥିଲେ। ମଣ୍ଡପ ଦର୍ଶନ ପାଇଁ ଭକ୍ତମାନେ ପ୍ରାୟ ଦେଢ଼ ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିଥିଲେ। ସନ୍ଧ୍ୟା ପ୍ରାୟ ୭ଟା ୪୦ରୁ ୭ଟା ୪୫ ମଧ୍ୟରେ ପ୍ରବଳ ବର୍ଷା ଆରମ୍ଭ ହେବା ପରେ ଲୋକମାନେ ବର୍ଷାରୁ ରକ୍ଷା ପାଇବା ପାଇଁ ମଣ୍ଡପ ଭିତରକୁ ଯିବାକୁ ଉଦ୍ୟମ କରିଥିଲେ। ଫଳରେ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରରେ ଭିଡ଼ ବଢ଼ିବା ସହ ଠେଲାପେଲା ଆରମ୍ଭ ହୋଇଥିଲା।
/filters:format(webp)/sambad/media/media_files/2026/10/18/whatsapp-2026-10-18-08-58-13.jpeg)
ପ୍ରବେଶ ଓ ପ୍ରସ୍ଥାନ ପଥ ସଂକୀର୍ଣ୍ଣ
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ମଣ୍ଡପର ପ୍ରବେଶ ଓ ପ୍ରସ୍ଥାନ ପଥ ଯଥେଷ୍ଟ ପ୍ରଶସ୍ତ ନଥିଲା। ଏହା ସହିତ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ନଥିବାରୁ ଅନ୍ଧାର ଓ ବର୍ଷା ମଧ୍ୟରେ ଲୋକମାନେ ଆଗକୁ ଯିବା ରାସ୍ତା ଦେଖିପାରି ନଥିଲେ। ଠେଲାପେଲାରେ କେତେକ ଲୋକ ତଳେ ପଡ଼ିଯିବା ପରେ ଅନ୍ୟମାନେ ସେମାନଙ୍କ ଉପରେ ପଡ଼ିଥିଲେ। ଏଥିରେ ମହିଳା, ବୟସ୍କ ଓ ଛୋଟ ପିଲାମାନେ ମଧ୍ୟ ଫସିଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ, ଭିଡ଼ ମଧ୍ୟରେ ମଣ୍ଡପର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ଆତଙ୍କ ଆହୁରି ବଢ଼ିଯାଇଥିଲା।
ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ
ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା ଓ ଜରୁରିକାଳୀନ ପ୍ରସ୍ଥାନ ପଥକୁ ନେଇ ପ୍ରଶ୍ନ ଉଠିଛି।
Kolkata Durga puja: ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା; ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ

1 hour ago
1


