ARTICLE AD BOX
ନୂଆଦିଲ୍ଲୀ: ଶାରଦୀୟ ଦୁର୍ଗାପୂଜା ପାଇଁ ଗାଁରୁ ସହର ପର୍ଯନ୍ତ ଉତ୍ସବମୁଖର ଦେଖାଯାଇଛି। ପୀଠରେ ଶନିବାର ଦିନ ସପ୍ତମୀ ପୂଜା ଚାଲିଥିଲା ବେଳେ ଦେଶର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କୋଲକାତା ମହାନଗରରେ ଘଟିଥିବା ଦୁର୍ଘଟଣାରେ ୧୯ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶର ଗ୍ବାଲିୟରରେ ସଡ଼କ ଦୁର୍ଘଟଣା ୧୩ ଜଣ ଶ୍ରଦ୍ଧାଳୁଙ୍କର ଜୀବନ ନେଇଥିଲା ବେଳେ ଉତ୍ତରପ୍ରଦେଶର ବଳରାମପୁରରେ ୩ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ୩ଟି ଦୁର୍ଘଟଣାରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୮୦ରୁ ଅଧିକ ଲୋକ ଆହତ ଏବଂ ଗୁରୁତର ଅଛନ୍ତି।
କୋଲକତାର ଦୁର୍ଘଟଣା ରାତି ପ୍ରାୟ ସାଢ଼େ ୭ଟାରେ ଘଟିଥିଲା। ଠିକ୍ ରାତି ୧୧ଟା ପରେ ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶର ଦୁର୍ଘଟଣା ଘଟିଥିଲା। ତେବେ ଉପରୋକ୍ତ ୩ଟି ଘଟଣା ପାଇଁ କିଏ ଦାୟୀ ବୋଲି ଏବେ ପ୍ରଶ୍ନବାଚୀ ଉଠୁଛି। ଏହି ଦୁର୍ଘଟଣା କଳା ଶନିବାର ଭାବେ ସବୁଦିନ ପାଇଁ ଶୋକସନ୍ତପ୍ତ ପରିବାର, ମନ୍ଦିର କମିଟି ଏବଂ ସ୍ଥାନୀୟ ପ୍ରଶାସନ ପାଇଁ ମନେ ରହିବ। କିନ୍ତୁ ଦୁର୍ଘଟଣା ପାଇଁ ଅବହେଳାକୁ ଦାୟୀ କରାଯାଇ ପାରିବ। ଯଦି ସତର୍କତା ଅବଲମ୍ବନ କରାଯାଇଥାନ୍ତା ଏହି ଅଘଟଣ ଘଟି ନଥାନ୍ତା।
କୋଲକାତାରେ ହୃଦୟବିଦାରକ ଅଘଟଣ
/sambad/media/post_attachments/deccanherald/2026-10-17/e2syceh0/file882lu1fogwy19zrwhpi-721031.jpg?w=undefined&auto=format%2Ccompress&fit=max)
କୋଲକାତାରେ ଦୁର୍ଗାପୂଜା ମହୋତ୍ସବରେ ହୃଦୟବିଦାରକ ଅଘଟଣ ଘଟିଛି। ଉତ୍ତର କୋଲକାତାର ପ୍ରସିଦ୍ଧ ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଘଟି ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୩ ଜଣ ମହିଳା, ୫ ଜଣ ପୁରୁଷ ଓ ଜଣେ ଶିଶୁ ଥିବା ଜଣାପଡ଼ିଛି। ମହାସପ୍ତମୀ ସନ୍ଧ୍ୟାରେ ପ୍ରବଳ ବର୍ଷା ସତ୍ତ୍ୱେ ଦେବୀ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଜମା ହୋଇଥିବା ବେଳେ ସନ୍ଧ୍ୟା ୭ଟା ୪୦ରେ ପେଣ୍ଡାଲର କିଛି ଅଂଶ ଭାଙ୍ଗିପଡ଼ିବା ଯୋଗୁଁ ଏହି ଅଘଟଣ ଘଟିଛି। ପୁଲିସ, ଅଗ୍ନିଶମ ବାହିନୀ ଏବଂ ବିପର୍ଯ୍ୟୟ ପରିଚାଳନା ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପୂଜା ମଣ୍ଡପକୁ ଦର୍ଶନାର୍ଥୀଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ। ଆହତଙ୍କ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ କୋଲକାତା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Accident: ଦୁର୍ଗା ମନ୍ଦିର ବାହାରେ ଭିଡିଓ ଦେଖୁଥିଲେ ୭ଜଣ; ଚଢ଼ିଗଲା ଦ୍ରୁତଗାମୀ କାର
ମଧ୍ୟପ୍ରଦେଶରେ ୧୩ ମୃତ
/sambad/media/post_attachments/aajtak/images/story/202610/6ad430a473a31-gwalior-accident-183619786-16x9-455206.jpg?size=948:533)
ମଧ୍ୟପ୍ରଦେଶର ଗ୍ୱାଲିୟରର ଶୀତଳା ମାତା ମନ୍ଦିର ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ଅନିୟନ୍ତ୍ରିତ ଟ୍ରକ୍ ଧକ୍କା ଦେବାରୁ ଅତି କମରେ ୧୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଏବଂ ୪୦ ଆହତ ହୋଇଛନ୍ତି। ଛିନୋରରୁ ଯାଉଥିବା ରାସ୍ତାରେ ପ୍ରାୟ ୧ଟା ୩୦ ସମୟରେ ଏହି ଦୁର୍ଘଟଣା ଘଟିଛି। ଗ୍ବାଲିୟର ଏସଏସପି ଧର୍ମବୀର ସିଂହ କହିଛନ୍ତି ଯେ ନବରାତ୍ରି ସମୟରେ ବହୁ ସଂଖ୍ୟକ ଭକ୍ତ ମନ୍ଦିରକୁ ଯାଉଥିଲେ। ସେ କହିଛନ୍ତି ଯେ ଧାନ ବୋଝେଇ ଏକ ଟ୍ରକ୍ ପୁଲିସ ବ୍ୟାରିକେଡ୍ ଭାଙ୍ଗି ହଠାତ୍ ନିୟନ୍ତ୍ରଣ ବାହାରକୁ ଚାଲିଗଲା। ଟ୍ରକ୍ଟି ତଳକୁ ଗଡ଼ି ମନ୍ଦିରର ବାହାର କାନ୍ଥ ଏବଂ ଫାଟକରେ ପିଟି ହୋଇଗଲା। ରାସ୍ତାରେ ଥିବା ଭକ୍ତମାନେ ଧକ୍କା ଖାଇଥିଲେ। ଘଟଣାସ୍ଥଳରେ ନିୟୋଜିତ ଦୁଇ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଏସଏସପିଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ୩୯ ଜଣଙ୍କୁ ଡାକ୍ତରଖାନା ନିଆଯାଇଛି, ଯେଉଁଥିରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ପାଞ୍ଚରୁ ଛଅ ଜଣ ରୋଗୀ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କର ହାଡ଼ ଭଙ୍ଗିଛି ହୋଇଛି। ଅନ୍ୟମାନେ ସାମାନ୍ୟ ଆଘାତ ପାଇଛନ୍ତି।
Kolkata Durga puja: କୋଲକାତା ଦୁର୍ଗାପୂଜାରେ ଦୁର୍ଘଟଣା; ୧୭ ମୃତ ସୂଚନା; ଅନେକ ଆହତ
ଭିଡିଓ ଦେଖିବା ବେଳେ ଚଢ଼ିଗଲା କାର
/sambad/media/post_attachments/images/2026/10/18/template/image/accidebal-1792289887933_v-711784.webp)
ଉତ୍ତରପ୍ରଦେଶର ବଳରାମପୁର ଜିଲ୍ଲାରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୩ଜଣଙ୍କର ଜୀବନ ନେଇଛି। ଚରଙ୍ଗହିଆ ବେଲହା ଗ୍ରାମ ବାହାରେ ଦୁର୍ଗା ମନ୍ଦିରରେ ଭିଡିଓ ଦେଖୁଥିବା ପାଟେଶ୍ୱରୀ ପ୍ରସାଦ ଓରଫ ମହାତା ପ୍ରସାଦ (୪୨), ମନୋଜ ସିଂହ (୫୧) ଏବଂ ଗଣେଶ ପାଣ୍ଡେ (୪୫)ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବହରାଇଚକୁ ପଠାଯାଇଛି। ଅନ୍ୟ ଦୁଇଜଣଙ୍କୁ ଜିଲ୍ଲା ସ୍ମାରକୀ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏମାନଙ୍କ ଉପରେ ଦ୍ରୁତଗାମୀ କାର ଚଢ଼ି ଯାଇଥିଲା।

1 hour ago
1


