ARTICLE AD BOX
ପୁରୀ: ରଥ ପହିରୁ ବାହାରିଥିବା ଅରର ବଳକା ଛୋଟ ଅଂଶ ରାସ୍ତାକୁ ମୋଟର ଗାଡ଼ିର ଟାୟାର ଭଳି କାମୁଡ଼ି ଧରେ। ଚକ ତୁମ୍ବ ମଧ୍ୟରେ ରହିଥିବା ଅଖ ଚୁଡ଼ିରେ ପୋଲାଙ୍ଗ ତେଲ ଦିଆଯାଏ। ଏହାଦ୍ବାରା ‘ପନ୍ଦାରି’ ବିୟରିଂ ଭଳି କାମ କରେ। ଚକ ଅନାୟାସରେ ଗଡ଼ିବାରେ ଏହା ସହାୟକ ହୋଇଥାଏ। ରଥରେ କାଠଗୁଡ଼ିକର ଆକାର ନିର୍ଦ୍ଧାରଣ ତଥା ଖଞ୍ଜା ବ୍ୟବସ୍ଥା ବାୟୁ ସଞ୍ଚାଳନରେ ବିଶେଷ ବାଧକ ହୋଇନଥାଏ। ସମଗ୍ର ରଥକୁ କନା ଦ୍ବାରା ଆଚ୍ଛାଦିତ କରିବା ପରେ ମଧ୍ୟ ବାୟୁର ଚାପ ଅତି ନଗଣ୍ୟ ରହିଥାଏ। ସର୍ବୋପରି ଉପରିକ ଭାଗରେ ପଟଳର ସ୍ଥିତି ଏହାକୁ ଆହୁରି ଅନୁକୂଲ କରାଇଥାଏ।
Pay commission: ଅଷ୍ଟମ ବେତନ କମିସନ୍ର ଭୁବନେଶ୍ବର ଗସ୍ତ ଆଜିଠାରୁ
ରଥର ସମ୍ମୁଖ ଭାଗରେ ସ୍ଥାପିତ ମୁହାଁଟ, ନିରାଡ଼ି, ଗୁଜ, ଚାରପରିଚ୍ଛା ଆଦି କାଠ ଅତ୍ୟନ୍ତ ଶକ୍ତ ହୋଇଥାଏ। ଏଥିରେ ବନ୍ଧା ଯାଇଥିବା ଚାରମାଳରେ ପହଣ୍ଡି ସମୟରେ ବିଗ୍ରହଙ୍କ ସହିତ ବହୁ ଲୋକ ଚଢ଼ିଲେ ମଧ୍ୟ ତାହା ଦୃଢ଼ ରହିଥାଏ। ରଥକୁ ସ୍ଥିର ଓ ଦୃଢ଼ ରଖିବା ପାଇଁ ତିନିଟି ସ୍ତରରେ ମୋଟା କାଠକୁ ଛକା ଯାଇ ଶକ୍ତ ଭାବରେ ଖଞ୍ଜା ଯାଇଥାଏ। ଏହାକୁ କଇଁଚି କୁହାଯାଏ। ଏହା ପୋଖରିଆରେ ଚାରି ନାହାକାର ଚାରି ପାଖରେ ଚାରି ଯୋଡ଼ା, ଚାରି ନାହାକାର ଉପରେ ପ୍ରଥମ ଭୂଇଁରେ ଚାରି ଯୋଡ଼ା ଓ ଦ୍ବିତୀୟ ଭୂଇଁରେ ୪ ଯୋଡ଼ା ଲାଗିଥାଏ।

2 hours ago
1


