Ratha yatra: ରଥ ଟାଣୁଥିଲେ ୪୨୦୦ କଳାବେଠିଆ

1 hour ago 1
ARTICLE AD BOX

ପୁରୀ: ‘କଳାବେଠିଆ’। ଏବେ ଏ ଶବ୍ଦଟି ଶୁଣି ନୂଆ ପିଢ଼ିଙ୍କୁ ନୂଆନୂଆ ଲାଗୁଥିବ। ମାତ୍ର ଅତୀତରେ ରଥଟଣା କଥା ସହ ଏ ଶବ୍ଦଟି ବେଶ୍ ପରିଚିତ ଥିଲା। ରଥ ଟାଣିବାକୁ ହଜାର ହଜାର କଳାବେଠିଆ ନିୟୋଜିତ ହେଉଥିଲେ। ଅତୀତରେ ବଡ଼ଦାଣ୍ଡ ବାଲି ଶଯ୍ୟାରେ ପରିପୂର୍ଣ୍ଣ ଥିଲା। ରଥ ଟାଣିବା ଏତେ ସହଜ ନଥିଲା। ରଥ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ନେବା ଲାଗି ବଳଶାଳୀ ବ୍ୟକ୍ତିଙ୍କୁ ଖୋଜା ପଡ଼ୁଥିଲା। ମାଟି ଓ ବାଲି ରାସ୍ତାରେ ରଥ ଟାଣିବା ବେଳେ ରଥ ଚକ ବାଲିରେ ମୋଡ଼ି ହୋଇ ଭାଙ୍ଗି ଯାଉଥିଲା। ବାଲିରେ ଚକ ପୋତି ହୋଇଗଲେ ରଥ ଟାଣିବା କଷ୍ଟସାଧ୍ୟ ହେଉଥିଲା। ଭକ୍ତମାନେ ରଥ ଟାଣୁଥିଲେ ବି ରଥକୁ ଠିକଣା ପଥରେ ନେଇପାରୁନଥିଲେ। ତେଣୁ ରଥ ଟାଣିବା ପାଇଁ ଅତୀତରେ କଳାବେଠିଆଙ୍କୁ ନିୟୋଜିତ କରାଯାଉଥିଲା। ବରକନ୍ଦାଜ ନାଲି ପତାକା ଦେଖାଇ ରଥ ଯେଉଁ ଦିଗରେ ଟାଣିବା ପାଇଁ ସଙ୍କେତ ଦେଉଥିଲେ, କଳାବେଠିଆମାନେ ସେଇ ଅନୁଯାୟୀ ରଥ ଟାଣୁଥିଲେ। ଏହି କଳାବେଠିଆମାନେ ପୁରୀର ବିଭିନ୍ନ ସ୍ଥାନରେ ରହୁଥିଲେ ହେଁ ରଥ ସମୟରେ ସେମାନେ ରଥ ଟଣାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିଲେ। ଧୀରେଧୀରେ ଏହି ପରମ୍ପରା ବିଲୁପ୍ତ ହୋଇଗଲା। ପୁଲିସ ଓ ଭକ୍ତଙ୍କ ସହାୟତାରେ ରଥ ଟଣା ହେଲା।

Bank jobs 2026: ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ୭୫୦ ଆପ୍ରେଣ୍ଟିସ୍ ପଦବି, ଶୀଘ୍ର କରନ୍ତୁ ଆବେଦନ

ଏସିଆଟିକ ରିସର୍ଚେସରେ ଲେଖାଯାଇଥିବା ତଥ୍ୟ ମୁତାବକ, ୪୨୦୦ ବେଠିଆ ରଥ ଟଣାରେ ନିୟୋଜିତ ହେଉଥିଲେ। ଅନ୍ୟ ଏକ ରେକର୍ଡ ମୁତାବକ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥରେ ଏକ ହଜାର, ଶ୍ରୀବଳଭଦ୍ରଙ୍କ ରଥରେ ବାରଶହ ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ବାରଶହ ବେଠିଆ ରଥ ଟଣା ପାଇଁ ନିୟୋଜିତ ହେଉଥିଲେ। ୧୯୦୨ ମସିହାର ରେକର୍ଡ ଅନୁଯାୟୀ, ତତ୍କାଳୀନ ରାଜାଙ୍କ ପକ୍ଷରୁ ୫ଶହ ବେଠିଆ ଦୈନିକ ୩ ଟଙ୍କା ଲେଖାଏଁ ଖୋରାକି ନେଇ ରଥଟଣା କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ। ବେଠିଆ ଶବ୍ଦର ଅର୍ଥ କୁଲି ବୋଲି ଇଂରାଜୀରେ ଉଲ୍ଲେଖ କରାଯାଇଛି। ସମ୍ଭବତଃ ସେମାନଙ୍କର ଦେହର ରଙ୍ଗ ଦୃଷ୍ଟିରୁ ସେପରି ନାମକରଣ କରାଯାଇଥିବା ଅନୁମାନ କରାଯାଏ ବୋଲି ଗବେଷକମାନେ କହିଛନ୍ତି।

Health: ଉପାନ୍ତ ଇଲାକାକୁ ୧୦୮ ଆମ୍ବୁଲାନ୍ସ ମନା!

ଗବେଷକ ଡ.ସିଦ୍ଧେଶ୍ବର ମହାପାତ୍ରଙ୍କ ସୂଚନା ମୁତାବକ, କଳା ବେଠିଆମାନେ ରଥଟଣାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ପରମାନନ୍ଦ ତ୍ରିପାଠୀ ସମଗରା ଭୋଇମୂଳ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକଙ୍କ ନିକଟକୁ ୧୯୭୦ ମସିହା ଜୁଳାଇ ୮ ତାରିଖରେ ପଠାଇଥିବା ଚିଠିରେ ମଧ୍ୟ କଳାବେଠିଆଙ୍କ ସମ୍ପର୍କରେ ତଥ୍ୟ ରହିଛି। ଉକ୍ତ ଚିଠିରେ ଉଲ୍ଲେଖ ଥିଲା ‘ଆପଣ ଦସ୍ତୁର ମତେ ୩ଶହ ଜଣ ବେଠିଆ ଦିନ ୧୨ଟା ସମୟକୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଉପସ୍ଥିତ କରାଇବା ପରେ ସେମାନଙ୍କୁ ଦକ୍ଷିଣ ମୋଡ଼ କାର୍ଯ୍ୟରେ ନିୟୋଜିତ କରାଯିବ। ତେଣୁ ସତୁରି ଓ ଅଶି ଦଶକରେ ମଧ୍ୟ କଳା ବେଠିଆମାନେ ରଥଟଣାରେ ନିୟୋଜିତ ହେଉଥିଲେ। ଏକଦା ଛେରାପହଁରା ପରେ କଳା ବେଠିଆମାନେ ବହୁ ସଂଖ୍ୟାରେ ଗଛର ଡାଙ୍ଗ ଧରି ନାଚି ନାଚି ରଥଯାତ୍ରା ସ୍ଥଳରେ ପହଞ୍ଚି ଡାଙ୍ଗକୁ ଛୁଆଁଇ ଚାରମାଳ ଖୋଲିବାରେ ଲାଗିଯାଉଥିଲେ। କାଳକ୍ରମେ କଳାବେଠିଆଙ୍କ ବଦଳରେ ପୁଲିସମାନେ ରଥ ଟଣାରେ ନିୟୋଜିତ ହେବାରୁ କଳାବେଠିଆ ସେବା ବିଲୁପ୍ତ ହୋଇଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.