Rath Yatra: ରାଇରଙ୍ଗପୁରରେ ପ୍ରଥମ ଦିନର ପବିତ୍ର ରଥଯାତ୍ରା: ଆଜି କେବଳ ମହିଳା ଟାଣିବେ ରଥ

2 hours ago 1
ARTICLE AD BOX

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପ୍ରଷିଦ୍ଧ ରଥଯାତ୍ରା ପ୍ରଥମ ଦିନର ରଥଯାତ୍ରା ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଭାଇଭଉଣୀଙ୍କ ସହ ମାଉସୀ ମା ମନ୍ଦିରକୁ ଯାଉଛନ୍ତି ଗତକାଲି ଅଧା ବାଟରେ ଅଟକିଛନ୍ତି। ମୁଖ୍ଯ ପୂଜକ ଦେବବ୍ରତ ରଥ ଶର୍ମାଙ୍କ ଦ୍ବାରା ଠାକୁରଙ୍କ ରୀତି,ନୀତି,ଦ୍ବାରପାଳ ପୂଜା, ସୂର୍ଯ୍ଯପୂଜା ଏବଂ ଅନ୍ଯାନ୍ଯ ପୂଜାର୍ଚନା ସଂପନ୍ନ କରିବାପରେ ସେବାୟତଙ୍କ ଦ୍ବାରା ଗୋଟି ପହଣ୍ଡିରେ ଚକ୍ରରାଜ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା,ରଥାରୂଢ଼ ହୋଇଥିଲେ ଚତୁର୍ଦ୍ଧାମୂର୍ତି। 

ହଜାର ହଜାର ଭକ୍ତଙ୍କ ସମାଗମ

ପୁରୀ ରଥଯାତ୍ରା ପରି ରାଇରଙ୍ଗପୁରରେ ମଧ୍ୟ ଏକ ସୁସଜ୍ଜିତ ଘଡା ଗାଡ଼ିରେ ରାଇରଙ୍ଗପୁର ପୌରପରିଷଦର ଅଧକ୍ଷ ଅଭିଷେକ ପଟ୍ଟନାୟକ ଛେରା ପହଁରା କରିଥିଲେ। ଏଥିରେ ଅତିଥି ଭାବେ ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ ପ୍ରମୁଖ ଯୋଗଦେଇ ରଥ ଟାଣିଥିଲେ । ଡାହୁକ କୃଷ୍ନବିହାରୀ ମହାନ୍ତି ଓ ଅଭିଷେକ ମହାନ୍ତିଙ୍କ ଦ୍ବାରା ରଥ ଗଡିଥିଲା । ହଜାର ହଜାର ଭକ୍ତ ରଥ ଟାଣି ମହାପ୍ରଭୁଙ୍କ ପ୍ରଥମ ଦିନର ଦିବ୍ଯ ଯାତ୍ରା ସଂପନ୍ନ ହୋଇଥିଲା । ରଥଯାତ୍ରା କମିଟିର ଏଡିଏମ୍ ଅଜିତ୍ କୁମାର ,ଉପଜିଲ୍ଲାପାଳ ଉଗ୍ରସେନ ଓରାମ, ରାଇରଙ୍ଗପୁର ପୁଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯଦୁନାଥ ଜେନା, ମମତା ସାହୁ, ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବୀରେନ୍ଦ୍ର ସେନାପତିଙ୍କ ସମେତ ଉପଖଣ୍ଡର ସମସ୍ତ ଥାନାର ଥାନା ଅଧିକାରୀ,ନଗରପାଳ ଅଭିଷେକ ପଟ୍ଟନାୟକ,ତହସିଲଦାର ଭବାନୀ ପ୍ରସାଦ ସାହୁ,ପୂର୍ବତନ ବିଧାୟକ ରାଜକିଶୋର ଦାସଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ। 

Mumbai Rath Yatra: ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

ସେହିପରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଧାରା ବିବରଣୀ ଡ଼ ଦିଗମ୍ବର ଗିରି,ରଞ୍ଜନ କୁମାର ନନ୍ଦ,ବିଜୟ ରାମ, ସଚ୍ଚିକାନ୍ତ କର,ତିମିର ରଂଜନ ପଣ୍ଡା,ପୁଷ୍ପାଞ୍ଜଳି ତ୍ରିପାଠୀ, ପୁଷ୍ପଲତା ମହାନ୍ତି,ଲଳିତ ମହାନ୍ତ,ଭୀମ ଚରଣ ପାତ୍ର,ନିଗମାନନ୍ଦ ପଟ୍ଟନାୟକ, ତନ୍ମୟୀ ରଥ, ଦୁଷ୍ମନ୍ତ କୁମାର ବସା ପ୍ରମୂଖ ପ୍ରଦାନ କରିଥିଲେ । ପୁର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ଜରୁରୀକାଳୀନ ସେବା ପାଇଁ ଆମ୍ବୁଲାନ୍ସ,ଅଗ୍ନିଶମ ବିଭାଗ,ମେଡ଼ିକାଲ ଷ୍ଟାଫ୍,ବିଭିନ୍ନ ସେଚ୍ଛାସେବୀ ସଂଗଠନ ପରିଚାଳନାରେ ସହଯୋଗ କରିଥିଲେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.