Rath Yatra: ରଥଯାତ୍ରାରେ ଖିମ୍‌ଜୀ ଫାଉଣ୍ଡେସନର ସେବା

1 hour ago 2
ARTICLE AD BOX

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଖିମ୍‌ଜୀ ଜୁଏଲର୍ସର ସିଏସ୍‌ଆର୍‌ ଶାଖା ଖିମ୍‌ଜୀ ଫାଉଣ୍ଡେସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଖରା ଓ ଆଦ୍ରର୍ତାରୁ ଶ୍ରଦ୍ଧାଳୁମାନଙ୍କୁ ସୁରକ୍ଷା ଦେବା ପାଇଁ ଫାଉଣ୍ଡେସନ ପକ୍ଷରୁ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ୱାଟର ସ୍ପ୍ରିଙ୍କଲର ମୂତୟନ କରାଯାଇଥିଲା। ସେହିପରି, ବିନା ପ୍ରସ୍ତୁତିରେ ରଥଯାତ୍ରା ଦେଖିବାକୁ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ଆଶ୍ରୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ପୁରୀ ବେଳାଭୂମିରେ ୩୦ ହଜାର ବର୍ଗଫୁଟରେ ରାତ୍ରୀ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଥିଲା।

ସ୍ଥାନୀୟ ପ୍ରଶାସନ ତରଫରୁ ପ୍ରଶଂସା

ସେଥିରେ ପାନୀୟ ଜଳ, ଇ-ଶୌଚାଳୟ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ସୁଯୋଗ ରହିଛି। ଖିମ୍‌ଜୀ ଫାଉଣ୍ଡେସନର ଉଦ୍ୟମକୁ ସ୍ଥାନୀୟ ପ୍ରଶାସନ ତରଫରୁ ପ୍ରଶଂସା କରାଯାଇଥିଲା।ଏହି ଅବସରରେ ଖିମ୍‌ଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି ଯେ ରଥଯାତ୍ରା କେବଳ ଏକ ପର୍ବ ନୁହେଁ, ଏହା ହେଉଛି ଓଡ଼ିଶାର ଆଧ୍ୟାତ୍ମିକ ହୃଦସ୍ପନ୍ଦନ। ଏହି ପବିତ୍ର ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରଦ୍ଧାଳୁମାନଙ୍କ ସେବା କରିବା ଏକ ଦା୍ୟିତ୍ବ ଓ ସୌଭାଗ୍ୟ ମଧ୍ୟ। ଖିମ୍‌ଜୀ ଫାଉଣ୍ଡେସନ ମାଧ୍ୟମରେ ଆମେ କରୁଣା, ପରମ୍ପରା ଓ ଯତ୍ନ ଉପରେ ଆଧାରିତ ଅର୍ଥପୂର୍ଣ୍ଣ ପଦେକ୍ଷପ ମାଧ୍ୟମରେ ସମାଜକୁ ଫେରାଇବା ପାଇଁ ପ୍ରତିବଦ୍ଧ ରହିଛୁ ବୋଲି ସେ କହିଛନ୍ତି।

Terrorists Attack: ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ ପରେ କାର୍ଯ୍ୟାନୁଷ୍ଠାନ: ୨ ଲସ୍କର ଆତଙ୍କବାଦୀଙ୍କ ଘର ଉପରେ ଚାଲିଲା ବୁଲଡୋଜର

Read Entire Article
LEFT SIDEBAR AD

Hidden in mobile, Best for skyscrapers.