Rath Yatra: ଅପେକ୍ଷା କରିଛି ଗୁଣ୍ଡିଚା ବାଡ଼ି

1 hour ago 1
ARTICLE AD BOX

ପୁରୀ: ବର୍ଷକର ଅପେକ୍ଷାର ଅବସାନ ଘଟିବାକୁ ଯାଉଛି। ଆଉ ମାତ୍ର କିଛି ମୂହୁର୍ତ୍ତର ଅପେକ୍ଷା। ଶ୍ରୀଗୁଣ୍ଡିଚା ବାଡ଼ି ଆଜି ତା'ର ପ୍ରିୟ ଅତିଥିଙ୍କୁ ସ୍ୱାଗତ କରିବାକୁ ସଜେଇ ହୋଇ ରହିଛି। ଫୁଲ, ଭକ୍ତି ଓ ଆଧ୍ୟାତ୍ମିକତାର ସୁଗନ୍ଧରେ ମହକୁଥିବା ଏହି ପବିତ୍ର ପୀଠକୁ ଆସିବେ କାଳିଆ ସାଆନ୍ତ, ସାଙ୍ଗରେ ଧରି ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ। ମାଉସୀ ରଖିଛନ୍ତି ପୋଡ଼ପିଠା। ସେଥିପାଇଁ ଭକ୍ତଙ୍କ ମନରେ ଉତ୍କଣ୍ଠା, ଆଖିରେ ଅପେକ୍ଷା ଏବଂ ଓଠରେ କେବଳ ଗୋଟିଏ ଧ୍ୱନି ‘ଜୟ ଜଗନ୍ନାଥ।

ଧୀରେ ଧୀରେ ଆଗକୁ ବଢ଼ୁଛି ତିନି ରଥ

ବଡ଼ଦାଣ୍ଡରେ ଧୀରେ ଧୀରେ ଆଗକୁ ବଢ଼ୁଛି ତିନି ରଥ। ତାଳଧ୍ୱଜ, ଦର୍ପଦଳନ ପରେ ନନ୍ଦିଘୋଷର ଗତି ସହ ଭକ୍ତଙ୍କ ଭାବାବେଗ ମଧ୍ୟରେ ବଢ଼ିଚାଲିଛି। ପ୍ରତ୍ୟେକ ମୁହଁରେ ଆନନ୍ଦର ହସ, ଆଖିରେ ଭକ୍ତିର ଲୁହ । 

Rath Yatra: ଦ୍ବିତୀୟ ଦିନରେ ପୁରୀରେ ପୁଣି ଆରମ୍ଭ ହେଲା ରଥଟଣା, ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ବଜ

ଗୁଣ୍ଡିଚା ମନ୍ଦିର ମହାପ୍ରଭୁଙ୍କ ଜନ୍ମବେଦୀ, ଯେଉଁଠାରେ ପ୍ରତିବର୍ଷ ନଅ ଦିନ ପାଇଁ ବିରାଜମାନ କରନ୍ତି ଶ୍ରୀଜିଉ। ସେହି ପବିତ୍ର ମିଳନର ମୁହୂର୍ତ୍ତକୁ ନେଇ ସମଗ୍ର ଶ୍ରୀକ୍ଷେତ୍ର ଆଜି ଭାବବିହ୍ୱଳ। ଯେପରି ଦୀର୍ଘଦିନ ପରେ ନିଜ ସନ୍ତାନଙ୍କୁ କୋଳେଇ ନେବାକୁ ଅପେକ୍ଷା କରିଛି ମମତାମୟୀ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.