Rashmika's fear! ରଶ୍ମିକାଙ୍କ ଭୟ!

1 hour ago 1
ARTICLE AD BOX

ନିକଟରେ ‘ହିପ୍‌ ବୋନ୍‌’ରେ ଆଘାତ ଯୋଗୁଁ ଚିକିତ୍ସିତ ହୋଇ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ସାଉଥ୍‌ ସୁନ୍ଦରୀ ରଶ୍ମିକା ମନ୍ଦାନା। ପୂର୍ବରୁ କାମକୁ ଜୀବନର ଏକମାତ୍ର ଲକ୍ଷ୍ୟ ବୋଲି ଭାବୁଥିବା ଅଭିନେତ୍ରୀ ଏବେ ନିଜର ବ୍ୟସ୍ତ ଜୀବନରୁ ଟିକେ ବିରତି ନେଇଛନ୍ତି। ଡାକ୍ତରଙ୍କ ପରାମର୍ଶରେ କାମକୁ ପଛରେ ପକାଇ ସେ ଏବେ ବିଶ୍ରାମ ନେଉଥିବା ସୋସିଆଲ୍‌ ମିଡିଆରେ ଜଣାଇଛନ୍ତି।

Accident: ହରିୟାଣାରେ ହାଇଭୋଲଟେଜ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା କ୍ୟାଣ୍ଟର-ଟ୍ରକ୍‌‌

ନିଜର ପୂର୍ବ ଓ ବର୍ତ୍ତମାନର ଚିନ୍ତାଧାରା ମଧ୍ୟରେ ଥିବା ପରିବର୍ତ୍ତନକୁ ନେଇ ମଧ୍ୟ ରଶ୍ମିକା ଅନୁଭୂତି ବାଣ୍ଟିଛନ୍ତି। ତାଙ୍କ କହିବା କଥା, ପୂର୍ବରୁ ଜୀବନର ଗତି ଧୀର ହୋଇଯିବା ତାଙ୍କୁ ଭୟଭୀତ କରୁଥିଲା। ହେଲେ ଏବେ ଦୀର୍ଘ ସମୟ ଧରି ଘରେ ରହି ବିଶ୍ରାମ ନେବା ପରେ କ୍ରମାଗତ ବ୍ୟସ୍ତ ରହି କାମ କରିବାକୁ ମଧ୍ୟ ତାଙ୍କୁ ଭୟ ଲାଗୁଛି। ଏହି ବିରତି ସମୟରେ ରଶ୍ମିକା ପରିବାର ଓ ପ୍ରିୟଜନଙ୍କ ସହ ସମୟ କାଟୁଛନ୍ତି। ଏହାର କିଛି ଝଲକ ମଧ୍ୟ ସେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ତାଙ୍କ କହିବା ଅନୁସାରେ, ଏହି ବିରତି ତାଙ୍କୁ ଜୀବନକୁ ଅନ୍ୟ ଏକ ଦୃଷ୍ଟିରୁ ଦେଖିବାର ସୁଯୋଗ ଦେଇଛି। ଚାରିପଟେ ଥିବା ଭଲପାଇବା, ସକାରାତ୍ମକତା, ପ୍ରାର୍ଥନା ଓ କୃତଜ୍ଞତା ତାଙ୍କୁ ଏହି ସମୟରେ ମାନସିକ ଶାନ୍ତି ଦେଉଛି।

Flood in Odisha: ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ରିଲିଫ ସାମଗ୍ରୀ ପଠାଇଲେ ରାଜ୍ୟପାଳ

Read Entire Article
LEFT SIDEBAR AD

Hidden in mobile, Best for skyscrapers.