Rape Accused Arrested ଫେରାର୍‌ ଦୁଷ୍କର୍ମକାରୀର ବର ସାଜିବା ସ୍ବପ୍ନ ଚୂରମାର, ବିବାହ ପୂର୍ବରୁ ମାଡ଼ିବସିଲା ପୁଲିସ

5 hours ago 1
ARTICLE AD BOX

ସୁନ୍ଦରଗଡ଼:  ଆଇନର ହାତ ଲମ୍ବା ବୋଲି କୁହାଯାଏ। ଆଜି ସୁନ୍ଦରଗଡ଼ରେ ଏଭଳି ଏକ ଘଟଣାରେ ଏହି କଥା ପ୍ରମାଣିତ ହୋଇଛି। ଏକ ଦୁଷ୍କର୍ମ ମାମଲାରେ ପୁଲିସ ଆଖିରେ ଧୂଳି ଦେଇ ଫେରାର୍‌ ହୋଇଥିବା ଅଭିଯୁକ୍ତ ଜଣକ ବିବାହ କରିବାକୁ ସ୍ବପ୍ନ ଦେଖିଥିଲା। କିନ୍ତୁ ‘ଆଇନର ଲମ୍ବାହାତ’ ବିବାହ ପୂର୍ବରୁ ଧରିପକାଇଛି। 

Bride groom arrestedଧରାପଡ଼ିଥିବା ଅଭିଯୁକ୍ତ ବଳଭଦ୍ର

ସୂଚନାନୁସାରେ, ସ୍ଥାନୀୟ ସଦର ଥାନା ଅଧୀନ କୁର୍ଗା ଗାଁର ବଳଭଦ୍ର ପଟ୍ଟା ଓରଫ ବଣ୍ଟି।  ଚଳିତ ବର୍ଷ ଜାନୁଆରିରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରି ଫେରାର୍‌ହୋଇଯାଇଥିଲା। ଏହି ଘଟଣାରେ ଯୁବତୀଙ୍କ ପରିବାରର ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ବଳଭଦ୍ରକୁ ଧରିବାକୁ ତନାଘନା କରିଥିଲା। କିନ୍ତୁ ବଳଭଦ୍ର ପୁଲିସକୁ ଚକମା ଦେଇ ଲୁଚିବାରେ ସକ୍ଷମ ହେଉଥିଲା। 

Rape Accused Arrested: ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଏହା ମଧ୍ୟରେ ବଳଭଦ୍ର ବିବାହ କରିବାକୁ ସ୍ବପ୍ନ ଦେଖି ଯୋଜନା ଆରମ୍ଭ କରିଦେଇଥିଲା। କନ୍ୟା ଦେଖିବା, ବିବାହ ତାରିଖ, ଭୋଜିଭାତର ବ୍ୟବସ୍ଥା ମଧ୍ୟ ଠିକ୍ ହୋଇଯାଇଥିଲା। ୧୨ ତାରିଖରେ ବିବାହ ହୋଇଥାନ୍ତା ଏହି ସମୟରେ ସଦରଥାନା ଅଧିକାରୀ ସୌଦାମିନୀ ନାଗଙ୍କ ନେତୃତ୍ବରେ ପୁଲିସ ବୁଧବାର ସାରା ରାତି ଚଢ଼ଉ କରି ତାକୁ କାବୁ କରିଥିଲେ। ଗୁରୁବାର ତାକୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାକୁ ତାକୁ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.