ARTICLE AD BOX
ଭୁବନେଶ୍ବର: ଚଳିତ ରଣଜୀ ଋତୁ (୧୦୨୬-୨୭)ର ଦ୍ବିତୀୟ ରାଉଣ୍ଡ୍ ମୁକାବିଲା ରବିବାରଠାରୁ ଆରମ୍ଭ ହେବ। ଓଡ଼ିଶା ଦଳ ତିରୁଅନନ୍ତପୁରମଙ୍କରେ କେରଳ ବିପକ୍ଷରେ ଖେଳିବ। ପ୍ରଥମ ରାଉଣ୍ଡରେ ଗୁଜରାଟଠାରୁ ହାରିଯାଇଥିବା ଶୁଭ୍ରାଂଶୁ ସେନାପତିଙ୍କ ଦଳ ଏବେ ଆଉ ଏକ ପରୀକ୍ଷାରେ ପଡ଼ିଛି। ସେହିଭଳି କେରଳ-ଝାଡ଼ଖଣ୍ଡ ପ୍ରଥମ ରାଉଣ୍ଡ୍ ଡ୍ର’ ରହିଥିଲେ ମଧ୍ୟ କେରଳ ଫଲୋଅନ୍ ଖେଳିଥିବାରୁ ଚାପରେ ରହିଛି। ପୂର୍ବରୁ ଓଡ଼ିଶା-କେରଳ ରଣଜୀ ଟ୍ରଫି ଇତିହାସରେ ଥରେ ମାତ୍ର ପରସ୍ପର ସହ ଖେଳିଛନ୍ତି। ୨୦୦୪ରେ ପଲ୍ଲକଡ଼ରେ ଖେଳାଯାଇଥିବା ଏହି ମ୍ୟାଚ୍ଟି ଡ୍ର’ ରହିଥିଲା। ଅବଶ୍ୟ ଓଡ଼ିଶା ପ୍ରଥମ ପାଳି (୩୩୪-୩୨୪) ଅଗ୍ରଣୀ ନେଇଥିବାରୁ ବିଜୟୀ ହୋଇଥିଲା। ସେହି ଦଳର ସଦସ୍ୟ ଥିବା ପ୍ରଭଞ୍ଜନ ମଲ୍ଲିକ ଏବେ ଓଡ଼ିଶା ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ପ୍ରଥମ ଥର ଦାୟିତ୍ବ ତୁଲାଉଥିବାରୁ ଅନ୍ୟୂନ ସେହି ପ୍ରଦର୍ଶନ ଦୋହରାଇବା ଆଶାରେ ରହିଛନ୍ତି।
Fire: ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର; ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
ବିଗତ ଦୁଇ ଦିନ ହେବ ଏଠାରେ ପହଞ୍ଚିଥିବା ଓଡ଼ିଶା ଦଳ କିନ୍ତୁ ପ୍ରବଳ ବର୍ଷା କାରଣରୁ ଅଭ୍ୟାସ ସୁଯୋଗ ପାଇପାରିନାହିଁ। ଓଡ଼ିଶା ଦଳରେ ଗୋଟିଏ ପରିବର୍ତ୍ତନ ନିଶ୍ଚିତ ରହିଛି। ଆହତ ୱିକେଟରକ୍ଷକ ଆଶୀର୍ବାଦ ସ୍ବାଇଁଙ୍କ ବଦଳରେ ରାଜେଶ ଧୂପର ଖେଳିବେ। ସେହିଭଳି ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବା ସମ୍ଭାବନା ନଥିବାରୁ ଶ୍ରେୟାଂଶ ଭରଦ୍ବାଜ ଓ ସୟଦ ତୁଫାଇଲ୍ ଅହମ୍ମଦଙ୍କୁ ସିକେ ନାୟୁଡୁ ଟ୍ରଫି ପାଇଁ ମୁକ୍ତ କରି ଦିଆଯାଇଛି।
ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି (ଅଧିନାୟକ), ଗୌରବ ଚୌଧୁରୀ, ସ୍ବସ୍ତିକ ସାମଲ, ସନ୍ଦୀପ ପଟ୍ଟନାୟକ, ଶାନ୍ତନୁ ମିଶ୍ର, ଓମ୍ ଟି ମୁଣ୍ଡେ, ସୌମ୍ୟ ରଂଜନ ଲେଙ୍କା, ରାଜେଶ ଧୁପର (ୱିକେଟରକ୍ଷକ), ସମ୍ବିତ ବେଜ, ବାଦଲ ବିଶ୍ବାଳ, ନିନାଦ ରାଥୱା, ଲଳିତ ଯାଦବ, ରାଜେଶ ମହାନ୍ତି, ଦିନେଶ ମାଝୀ (ୱିକେଟରକ୍ଷକ), ପ୍ରଶାନ୍ତ ରାଣା।
Mohan Bhagwat: ପରିସ୍ଥିତିରୁ ପଳାୟନ କରନ୍ତୁ ନାହିଁ, ତାହାର ସମ୍ମୁଖୀନ ହୁଅନ୍ତୁ: ମୋହନ ଭାଗବତ
କେରଳ ଦଳ: ଅଭିଷେକ ନାୟାର, ରୋହନ କୁନୁମଲ୍ଲ, ସଚିନ ବେବି, ବିଷ୍ଣୁ ବିନୋଦ (ଅଧିନାୟକ), ସଲମାନ ନିଜାର, ମହମ୍ମଦ ଆଝାରୁଦ୍ଦିନ (ୱିକେଟରକ୍ଷକ), ଜଳଜ ସାକ୍ସେନା, ଆଦିତ୍ୟ ସରୱାତ, ଇଡେନ୍ ଆପଲ୍ ଟମ୍, ବୈଶାକ ଚନ୍ଦ୍ରନ, ମହମ୍ମଦ ନିଦ୍ଧେଶ, ଅହମ୍ମଦ ଇମ୍ରାନ, ଜେଏସ୍ ଅନୁରାଜ, ଏନ୍ ବସିଲ, ବରୁଣ ନୟନାର, ପବନ ରାଜ, ଅଭିଜିତ ପ୍ରବୀଣ।

1 hour ago
1


